fbpx

ଭାଗ୍ୟ ବଦଳାଇଦେବ ହାତର ଏହି ରେଖା: ଆପଣଙ୍କ ଉପରେ ହେବ ଟଙ୍କାର ବର୍ଷା

Advertisement

ହାତର ରେଖାଗୁଡ଼ିକ ଜୀବନ ବିଷୟରେ ବହୁତ କିଛି କହିଦେଇଥାଏ । ହସ୍ତରେଖା ଦେଖି ଯେକୌଣସି ବ୍ୟକ୍ତି ବିଷୟରେ ବହୁତ କିଛି ଜାଣିହେବ । ଯଦି ବ୍ୟକ୍ତିର ହାତରେ ବୁଧ ରେଖା, ମସ୍ତିଷ୍କ ରେଖା ଓ ଭାଗ୍ୟ ରେଖା ୩ଟି ଯାକ ମିଳି ଏକ ତ୍ରିଭୁଜ ହୁଏ, ତେବେ ଏହାକୁ ବହୁତ ଶୁଭ ବୋଲି ଧରାଯାଏ ।

ଏପରି ରେଖା ଦ୍ୱାରା ବ୍ୟକ୍ତିର ଜୀବନରେ ଆସୁଥିବା ସମସ୍ତ ସମସ୍ୟା ଶେଷ ହୋଇଯାଏ ଓ ସେ ଦିନକୁ ଦିନ ସଞ୍ଚୟ କରିବାରେ ମାହିର ହୋଇଯାଏ । ଏହି କାରଣରୁ ଜୀବନରେ ତାକୁ ଧନ ଜଡ଼ିତ ସମସ୍ୟାର ସାମ୍ନା କରିବାକୁ ପଡ଼ିନଥାଏ ।

ମସ୍ତିଷ୍କ ରେଖା ଦ୍ୱାରା ବ୍ୟକ୍ତି ଯେକୌଣସି କାମକୁ ବୁଝିବିଚାରି କରିଥାଏ । ଏହା ସହ ବୁଧ ରେଖାରୁ ବ୍ୟବସାୟରେ ଅଗ୍ରଗତି ଏବଂ ଦକ୍ଷତା ଆସିଥାଏ । ଏଥି ସହ ସୌଭାଗ୍ୟ ରେଖା ସାହାଯ୍ୟରେ ଭାଗ୍ୟର ବନ୍ଦ ଦ୍ୱାର ମଧ୍ୟ ଖୋଲାଯାଏ । ୩ଟି ଯାକର ମିଶ୍ରଣ ଯୋଗୁଁ ବ୍ୟକ୍ତିର ଅଟକିଯାଇଥିବା କାମ ବି ଶେଷ ହୋଇଥାଏ । ଧନ ଲାଭ ହେବା ଆରମ୍ଭ ହୋଇଥାଏ, ଫଳରେ ବ୍ୟକ୍ତିକୁ ଧନ ସହ ଜଡ଼ିତ ସମସ୍ୟାର ସାମ୍ନା କରିବାକୁ ପଡ଼ିନଥାଏ ।

ମସ୍ତିଷ୍କ ରେଖା, ବୁଧ ରେଖା ଓ ସୌଭାଗ୍ୟ ରେଖା ପରସ୍ପର ସହ ମିଶି ତ୍ରିଭୁଜ ନିର୍ମାଣ କରିଥାନ୍ତି । ତ୍ରିଭୁଜର ରଙ୍ଗ ଯେତେ ବଡ଼ ହେବ, ବ୍ୟକ୍ତି ସେତେ ଅଧିକ ଧନ ଟଙ୍କା ଲାଭ କରିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.