fbpx

ପୋଲିସ ମତେ ମାରିଛି.. ଚିହ୍ନ ଦେଖାଇବ ବୋଲି ରାସ୍ତା ମଝିରେ ପ୍ୟାଣ୍ଟ ଖୋଲିଦେଲା ମଦୁଆ ଚୋର: ଦେଖନ୍ତୁ Video

Advertisement

କଟକ (ଓଡ଼ିଶା ଭାସ୍କର): ପୋଲିସ ମତେ ମାରିଛି । ହେଇ ଦେଖନ୍ତୁ ଚିହ୍ନ ଏମିତି କହି ରାସ୍ତା ମଝିରେ ପ୍ୟାଣ୍ଟ ଖୋଲି ପକାଇଲା କଟକର ଜଣେ ମଦୁଆ ଚୋର । ପୋଲିସ କୁଆଡେ ତାଙ୍କୁ ୨ ହଜାର ଟଙ୍କା ମାଗିଥିଲା । ସେ ନ ଦେବାରୁ ରାତି ଯାକ ଥାନାରେ ପୁରାଇ ମାଡ ମାରି ଥିଲା ପୋଲିସ । ଏମିତି ଅଭିଯୋଗ କରିବା ସହିତ ରାସ୍ତା ମଝିରେ ପ୍ୟାଣ୍ଟ ଖୋଲି ପକାଇଥିଲା ଚୋର ଜଣଙ୍କ ।
ଘଟଣାଟି କଟକର ଦରଘା ବଜାର ଥାନାରେ ଘଟିଥିଲା । ତେବେ ଏହି ଚୋର ଜଣଙ୍କ ମଦ ନିଶାରେ ପୋଲିସକୁ ଜେଜେ ଓ ବାପା ବୋଲି ମଧ୍ୟ ଡାକୁଥିଲା । ଦରଘା ବଜାର ଥାନାର କିଛି ଅଧିକାରୀଙ୍କୁ ବେଶ ପ୍ରଶଂସା ମଧ୍ୟ କରିଥିଲା ଏହି ଚୋର ଜଣକ । ଦେଖନ୍ତୁ ଭିଡିଓ..

Get real time updates directly on you device, subscribe now.