fbpx

ମାଓବାଦୀ ଗୁଳିବିନିମୟରେ ୩ ଯବାନ ସହିଦ

ନୂଆପଡ଼ା: ବୋଡେନ ଥାନା ପାଟଧରା ଜଙ୍ଗଲରେ ଯବାନ-ମାଓବାଦୀ ଗୁଳି ବିନିମୟରେ ୩ ସିଆରପିଏଫ ଯବାନ ସହିଦ ହୋଇଛନ୍ତି ।

ଯବାନମାନେ ଗୋଟିଏ କ୍ୟାମ୍ପରୁ ଅନ୍ୟ କ୍ୟାମ୍ପକୁ ଯିବାବେଳେ ଆତଙ୍କବାଦୀମାନେ ଏହି ଆକ୍ରମଣ କରିଥିଲେ । ଯବାବରେ ଯବାନ ମଧ୍ୟ ପାଲଟା ଉତ୍ତର ଆକ୍ରମଣ କରିଥିଲେ । ଏବେବି ଘଟଣା ସ୍ଥଳରେ ଗୁଳିବିନିମୟ ଚାଲିଥିବା ନେଇ କୁହାଯାଉଛି ।

ସୂଚନାଯୋଗ୍ୟ, ପୂର୍ବରୁ ପାଟଧରା ଜଙ୍ଗଲ ଭିତରେ ହେଉଥିବା ସିଆରପିଏଫ୍ କ୍ୟାମ୍ପକୁ ବିରୋଧ କରୁଥିଲେ ମାଓବାଦୀ । ଯାହାକୁ ନେଇ ହିଂସା ପରାୟଣ ହୋଇ ଏପରି କାଣ୍ଡ ଘଟାଇଛନ୍ତି ମାଓବାଦୀ ।

Get real time updates directly on you device, subscribe now.