fbpx

ଭୁବନେଶ୍ୱର ରାଜରାସ୍ତାରେ ବୁଲିଲା ଖଣ୍ଡା

Advertisement

ଭୁବନେଶ୍ୱର; ଧୀରେ ଧୀରେ ରାଜଧାନୀ ଭୁବନେଶ୍ୱରରେ ବଢିବାରେ ଲାଗିଛି ଭାଇଗିରି । ଦିନ ଦ୍ୱିପ୍ରହର ସମୟରେ ରାଜରାସ୍ତାରେ ବୁଲିଲା ଖଣ୍ଡା । ମାଷ୍ଟରକ୍ୟାଣ୍ଟିନ ଛକରେ ୪ ଜଣ ଦୁର୍ବୃତ୍ତ ଜଣେ ଯୁବକଙ୍କୁ ଖଣ୍ଡାରେ ଗୋଡାଇ ଗୋଡାଇ ଆକ୍ରମଣ କରିଛନ୍ତି। ଖଣ୍ଡା ଓ କଟୁରିରେ ଆକ୍ରମଣ କରି ଉକ୍ତ ଯୁବକଙ୍କୁ ଲହୁଲୁହାଣ କରିଛନ୍ତି ଦୁର୍ବୃତ୍ତ। ପରେ ଗୁରୁତର ଅବସ୍ଥାରେ ଯୁବକ ଜଣଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତ ଯୁବକ ଜଣକଙ୍କ ନାମ ମନୋଜ ଗୌଡ଼ ବୋଲି ଜଣା ପଡିଛି । ତାଙ୍କ ଘର ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳରେ ବୋଲି ଜଣାପଡ଼ିଛି।

ସେପଟେ ଘଟଣାସ୍ଥଳରେ କମିଶନରେଟ ପୁଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି। ଜନ ଗହଳିପୂର୍ଣ୍ଣ ଅଞ୍ଚଳରେ ଏବଂ ଦିନ ଦ୍ୱିପ୍ରହର ସମୟରେ ଏଭଳି ଘଟଣା ଘଟିଥିବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

Get real time updates directly on you device, subscribe now.