fbpx

ଶସ୍ତା ହୋଇଗଲା ରୂପା, ଜାଣନ୍ତୁ ସୁନାର ଲାଟେଷ୍ଟ ଦର

ନୂଆଦିଲ୍ଲୀ: ସ୍ଥାନୀୟ ସର୍ରାଫା ବଜାରରେ ବୁଧବାର ଦିନ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୭୪ ହଜାର ୧୫୦ ଟଙ୍କା ରହିଛି। ଅଖିଳ ଭାରତୀୟ ସର୍ରାଫା ସଂଘ ଏହି ସୂଚନା ଦେଇଛନ୍ତି। ମଙ୍ଗଳବାର ଦିନ ସୁନା ୧,୪୦୦ ଟଙ୍କା ବଢି ୭୪ ହଜାର ୧୫୦ ଟଙ୍କା ୧୦ ଗ୍ରାମ ପିଛା ହୋଇଯାଇଛି।

ଏହା ବ୍ୟତୀତ ରୂପାର ମୂଲ୍ୟ କିଲୋଗ୍ରାମ ପିଛା ୧୫୦ ଟଙ୍କା ହ୍ରାସ ଘଟି ୮୭ ହଜାର ଟଙ୍କାରେ ବନ୍ଦ ହୋଇଛି। ଏହା ପୂର୍ବରୁ ରୂପା ମୂଲ୍ୟ କିଲୋଗ୍ରାମ ପିଛା ୮୭ ହଜାର ୧୫୦ ଟଙ୍କା ଥିଲା। ଏହାରି ମଧ୍ୟରେ ଜାତୀୟ ରାଜଧାନୀରେ ୯୯.୫ ପ୍ରତିଶତ ଶୁଦ୍ଧତା ସହ ସୁନା ମଧ୍ୟ ୧୦ ଗ୍ରାମ ପିଛା ୭୩ ହଜାର ୮୦୦ଟଙ୍କାରେ ଅପରିବର୍ତ୍ତିତ ରହିଛି।

Get real time updates directly on you device, subscribe now.