fbpx

Today’s gold rate : ସୁନା ଦରରେ ହୋଇଛି ସାମାନ୍ୟ ପରିବର୍ତ୍ତନ, ହାତଛଡା କରନ୍ତୁ ନାହିଁ ଏହି ସୁଯୋଗ

ଭୁବନେଶ୍ୱର: ଆଜି ସୁନା ଦର କେତେକ ସ୍ଥାନରେ କମିଥିବା ବେଳେ କେତେକ ସ୍ଥାନରେ ସ୍ଥିର ରହିଛି । ସୁନା ରୁପା କିଣିବାକୁ ଯାଉଥିବା ଗ୍ରାହକଙ୍କ ପାଇଁ ଭଲ ଖବର! ସୂଚନାଯୋଗ୍ୟ ଯେ, ଆଜି ସୁନାର ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ ଆସିଛି । ତେବେ କିଣିବାକୁ ମନ ବଳାଇଥିଲେ, ତୁରନ୍ତ ଯାଇ କିଣି ଆଣନ୍ତୁ । ଆଜି ଭାରତୀୟ ବଜାରରେ ସୁନାର ମୂଲ୍ୟ ହ୍ରାସ ପାଇ ୨୨ କ୍ୟାରେଟ ଦଶ ଗ୍ରାମ ପ୍ରତି ୫୧, ୭୯୦ଟଙ୍କା ରହିଛି ଏବଂ ୨୪ କ୍ୟାରେଟ ସୁନାର ମୂଲ୍ୟ ଦଶ ଗ୍ରାମ ପ୍ରତି ୫୬,୫୪୦ ଟଙ୍କା ହୋଇଛି ।

ସେହିପରି ଓଡ଼ିଶାର ରାଜଧାନୀରେ ମଧ୍ୟ ସୁନାର ମୂଲ୍ୟ ୨୨ କ୍ୟାରେଟ ଦଶ ଗ୍ରାମ ପ୍ରତି ୫୩,୧୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନାର ଦାମ ଦଶ ଗ୍ରାମ ପ୍ରତି ୫୭,୯୮୦ ଟଙ୍କା ରହିଛି । ଏହା ବ୍ୟତୀତ ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନାର ମୂଲ୍ୟ ହ୍ରାସ ପାଇଛି । ମୁମ୍ବାଇରେ ମଧ୍ୟ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନାର ମୂଲ୍ୟ ଦଶ ଗ୍ରାମ ପ୍ରତି ୫୩,୧୫୦ଟଙ୍କା ଓ ୫୭,୯୮୦ ଟଙ୍କା ଥିବା ରେକର୍ଡ କରାଯାଇଥିବା ବେଳେ ନୂଆଦିଲ୍ଲୀରେ ଏହାର ଦର ଯଥାକ୍ରମେ ୫୩,୩୦୦ ଟଙ୍କା ଓ ୫୮,୧୩୦ ଟଙ୍କା ରହିଛି ବୋଲି ସୂଚନା ମିଳିଛି ।

ଅନ୍ୟପଟେ ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ସୁନାର ମୂଲ୍ୟ ଯଥାକ୍ରମେ ୫୩,୧୫୦ ଟଙ୍କା ଓ ୫୭,୯୮୦ ଟଙ୍କା ରହିଛି । ସେହିଭଳି ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ବି ଏହାର ଦାମ ୨୨ କ୍ୟାରେଟ ଦଶ ଗ୍ରାମ ପ୍ରତି ୪୭,୨୭୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟର ମୂଲ୍ୟ ୫୨,୨୮୫ ଟଙ୍କା ଥିବା ରେକର୍ଡ କରାଯାଇଛି । ସୁନା ସହିତ ରୁପାର ମୂଲ୍ୟରେ ମଧ୍ୟ ସାମାନ୍ୟ ପରିବର୍ତ୍ତନ ଆସିଛି । ଭାରତୀୟ ବଜାରରେ ରୁପାର ମୂଲ୍ୟ ୧ କିଲୋଗ୍ରାମ ପ୍ରତି ୬୭,୧୦୦ ଟଙ୍କା ରହିଛି ବୋଲି ରେକର୍ଡ କରାଯାଇଛି ।

Get real time updates directly on you device, subscribe now.