fbpx

କେନାଲରେ ବୁଡ଼ି ଚାଲିଗଲା ୨ ଶିଶୁଙ୍କ ଜୀବନ

Advertisement

ପାରାଦୀପ(ଓଡ଼ିଶା ଭାସ୍କର): ପାରାଦୀପର ତାଳଦଣ୍ଡାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । କେନାଲ ନିକଟରେ ଖେଳୁଥିବା ବେଳେ ପାଣିରେ ବୁଡ଼ିଯିବାରୁ ୨ ଶିଶୁଙ୍କର ମୃତ୍ୟୁ ହୋଇଛି । ଜଗତସିଂହପୁର ଜିଲ୍ଲା ପାରାଦୀପ ଲକପଡ଼ା ବସ୍ତି ନିକଟ କେନାଲ ପାଖରେ ଖେଳୁଥିବା ବେଳେ ବୁଡ଼ିଯାଇଥିଲେ ୨ ଶିଶୁ । ସେମାନଙ୍କ ମଧ୍ୟରେ ଜଣେ ଶିଶୁକନ୍ୟା ଓ ଆଉ ଜଣେ ଶିଶୁପୁତ୍ର ଥିବା ଜଣାପଡିଛି । ମୃତକଦ୍ୱୟ ହେଲେ ପାରାଦୀପ ଲକପଡା ବସ୍ତିର ବୁଦ୍ଧଦେବ ଦାସଙ୍କ ଝିଅ ସଙ୍ଗୀତା ଓ ନୃସିଂହ ମିସ୍ତ୍ରୀ ଙ୍କ ପୁଅ ଜିତେନ୍ଦ୍ର । ଉଭୟଙ୍କ ବୟସ ୪ ବର୍ଷ ହେବ ବୋଲି ସୂଚନା ମିଳିଛି ।

ତେବେ ଉଭୟ ଶିଶୁ ଆଜି ସକାଳେ ବସ୍ତି ନିକଟ କେନାଲ ବନ୍ଧରେ ଖେଳୁଥିଲେ। ମାତ୍ର ଅସାବଧାନତା ହେତୁ ପାଣି ଭିତରକୁ ଖସି ପଡିଥିଲେ। ପିଲାମାନେ ପାଣିରେ ଉବୁଟୁବୁ ହେଉଥିବା ଦେଖି ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଅଠରବାଙ୍କି ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି।

Get real time updates directly on you device, subscribe now.