fbpx

UGC-NET ଅନଲାଇନ୍ ଆବେଦନ ସମୟସୀମା ବଢ଼ିଲା, ଜାଣନ୍ତୁ କେତେ ତାରିଖ ପର୍ଯ୍ୟନ୍ତ

Advertisement

ନୂଆଦିଲ୍ଲୀ: ୟୁନିଭରସିଟି ଗ୍ରାଣ୍ଟସ କମିଶନ- ନ୍ୟାସନାଲ ଏଲିଜିବିଲିଟି ଟେଷ୍ଟ (ନେଟ) ପରୀକ୍ଷା ଆବେଦନ ସମୟସୀମା ବୃଦ୍ଧି ପାଇଛି । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ୟୁଜିସି ଅଧ୍ୟକ୍ଷ ମାମିଦଲା ଜଗଦୀଶ କୁମାର ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ୟୁଜିସି-ନେଟ ଡିସେମ୍ବର ୨୦୨୧ ଓ ଜୁନ ୨୦୨୨ (ମର୍ଜଡ ସାଇକଲ୍ସ) ପାଇଁ ଆବେଦନର ସମୟ ଅବଧି ଅଫିସିଆଲ ଭାବେ ଘୋଷଣା ହୋଇଛି । ଏନେଇ ଅଧିକ ବିବରଣୀ ପାଇଁ ଛାତ୍ରଛାତ୍ରୀମାନେ ଅଫିସିଆଲ ୱେବସାଇଟ୍ ugcnet.nta.nic.in ଭିଜିଟ୍ କରିବାକୁ କୁହାଯାଇଛି ।

ତେବେ ଛାତ୍ରଛାତ୍ରୀମାନେ ଆସନ୍ତା ୩୦ ତାରିଖ ସୁଦ୍ଧା ୟୁଜିସି-ନେଟ ପାଇଁ ଅନଲାଇନରେ ଆବେଦନ କରିପାରିବେ । ଏଥିସହିତ ଏହି ତାରିଖ ସୁଦ୍ଧା ଆବେଦନର ଫିସ୍ ମଧ୍ୟ ଜମା କରିପାରିବେ । ସାଧାରଣତଃ, ଏନଟିଏ ଦ୍ୱାରା ୟୁଜିସି-ନେଟ ପରୀକ୍ଷା କରାଯାଇଥାଏ । ଏଥିରେ କୃତକାର୍ଯ୍ୟ ପ୍ରାର୍ଥୀମାନେ ଜାତୀୟ ସ୍ତରରେ ଆସିଷ୍ଟାଣ୍ଟ ପ୍ରଫେସର, ଜୁନିୟର ରିସର୍ଚ୍ଚ ଫେଲୋସିପ ଓ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ବିଭିନ୍ନ ବିଶ୍ୱବଦ୍ୟାଳୟ ଓ କଲେଜରେ ନିଯୁକ୍ତି ପାଇଥାନ୍ତି ।

ସୂଚନାଯୋଗ୍ୟ ଯେ, ୟୁଜିସି-ନେଟ ବର୍ଷକୁ ଦୁଇଥର ଅନୁଷ୍ଠିତ ହୋଇଥାଏ । କୋଭିଡ-୧୯ କାରଣରୁ ଡିସେମ୍ବର ୨୦୨୧, ଓ ଜୁନ ୨୦୨୨ ୟୁଜିସି-ନେଟ୍ ପରୀକ୍ଷା ସ୍ଥଗିତ ରହିଥିଲା । ପରେ ଦେଶରେ କୋଭିଡ୍ ସ୍ଥିତିରେ ସୁଧାର ଆସିବା ପରେ ଏନଟିଏ ଏହି ଦୁଇ ତାରିଖର ପରୀକ୍ଷାକୁ ମର୍ଜଡ ସାଇକଲ୍ସ ଭାବେ ସିବିଡି ମୋଡ଼ରେ କରାଇବାକୁ ନିଷ୍ପତ୍ତି ନେଇଥିଲା ।

Get real time updates directly on you device, subscribe now.