୫ ବର୍ଷରେ ୫୦% ଅଧିକ ବଢିଯିବ ଦେଶରେ ଧନୀ ସଂଖ୍ୟା, ରିପୋର୍ଟରୁ ଖୁଲାସା

ନୂଆଦିଲ୍ଲୀ: ଭାରତରେ ଅଲଟ୍ରା ହାଇ ନେଟୱର୍ଥ ବ୍ୟକ୍ତିତ୍ୱଙ୍କ ସଂଖ୍ୟା ବଢିବାରେ ଲାଗିଛି । ନାଇଟ ଫ୍ରାଙ୍କର ଏକ ରିପୋର୍ଟ ମୁତାବକ ୨୦୨୮ ସୁଦ୍ଧା ଭାରତରେ ଅଲଟ୍ରା ହାଇ ନେଟୱର୍ଥ ଇଣ୍ଡିଭିଜୁଆଲ୍ସର ସଂଖ୍ୟା ୫୦ ପ୍ରତିଶତ ବଢି ୧୯ ହଜାର ୯୦୮ ହୋଇଯିବ, ଯାହା ୧୨,୨୬୩ ଅଛି । ଯେକୌଣସି ଦେଶରେ ଆଗାମୀ ୫ ବର୍ଷରେ ଭାରତ ଏକମାତ୍ର ଦେଶ ଯେଉଁଠାରେ ଏତେ ସଂଖ୍ୟାରେ ଅଲଟ୍ରା ହାଇ ନେଟୱର୍ଥ ଇଣ୍ଡିଭିଜୁଆଲ୍ସଙ୍କ ସଂଖ୍ୟାରେ ବଢିଥିବା ଦେଖାଦେଇଛି ।

ଅଲଟ୍ରା ହାଇ ନେଟୱର୍ଥ ଇଣ୍ଡିଭିଜୁଆଲ୍ସରେ ନାଇଟ ଫ୍ରାଙ୍କ ଦେଇଥିବା ୱେଲଥ ରିପୋର୍ଟ ୨୦୨୪ ନାମରେ ନିଜ ପ୍ଲେଇଙ୍ଗସିପ ରିପୋର୍ଟ ଜାରି କରିଛି । ରିପୋର୍ଟ ମୁତାବକ ୨୦୨୩ରେ ଅଲଟ୍ରା ହାଇ ନେଟୱର୍ଥ ଇଣ୍ଡିଭିଜୁଆଲ୍ସ ଅର୍ଥାତ ଧନୀଙ୍କ ସଂଖ୍ୟାରେ ୬.୧ ପ୍ରତିଶତ ବଢିବା ଦେଖାଦେଇଛି ଏବଂ ଏମାନଙ୍କ ସଂଖ୍ୟା ଦେଶରେ ବଢି ୧୩,୨୬୩ ହୋଇଯାଇଛି । ରିପୋର୍ଟ ମୁତାବକ ୨୦୨୮ରେ ଅଲଟ୍ରା ହାଇ ନେଟୱର୍ଥ ଇଣ୍ଡିଭିଜୁଆଲ୍ସ ଭାରତୀୟଙ୍କ ସଂଖ୍ୟା ୨୦୨୮ରେ ବଢି ୧୯,୯୦୮ ହୋଇଯିବ ଯାହା ୨୦୨୩ରେ ୧୩,୨୬୩ ଥିଲା । ଆଗାମୀ ୫ ବର୍ଷରେ ଭାରତରେ ଅଲଟ୍ରା ହାଇ ନେଟୱର୍ଥ ଇଣ୍ଡିଭିଜୁଆଲ୍ସଙ୍କ ସଂଖ୍ୟାରେ ୫୦.୧ ପ୍ରତିଶତ ବଢିପାରେ । ରିପୋର୍ଟ ମୁତାବକ ୯୦ ପ୍ରତିଶତ ଅଲଟ୍ରା ହାଇ ନେଟୱର୍ଥ ଇଣ୍ଡିଭିଜୁଆଲ୍ସ ଭାରତୀୟଙ୍କୁ ଆଶା ରହିଛି ଯେ, ଏହି ବର୍ଷ ମଧ୍ୟ ତାଙ୍କ ସଂପତ୍ତିରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ ।

ରିପୋର୍ଟ ମୁତାବକ ୨୦୨୪ରେ ଦିଲ୍ଲୀ ସହର ଦୁନିଆର ଟପ ୧୦୦ ଲଗଜୁରୀ ରେସିଡେଣ୍ଟିଆଲ ମାର୍କେଟରେ ୩୭ ତମ ସ୍ଥାନରେ ରହିଛି । ଯାହା ୨୦୨୨ରେ ୭୭ ସ୍ଥାନରେ ଥିଲା । ଦିଲ୍ଲୀରେ ଲଗଜୁରୀ ରେସିଡେଣ୍ଟିଆଲ ବଜାରର ମୂଲ୍ୟ ବର୍ଷକୁ ୪.୨ ପ୍ରତିଶତ ବୃଦ୍ଧି ଘଟିଛି । ଦିଲ୍ଲୀରେ ୩୭୭ ବର୍ଗ ମିଟର ସମ୍ପତ୍ତି ଏକ ମିଲିୟନ୍ ଡଲାର (୮.୩୦ କୋଟି ଟଙ୍କା) ସହିତ କ୍ରୟ କରାଯାଇପାରିବ, ୨୦୨୨ ମସିହାରେ ୨୨୬ ବର୍ଗ ମିଟର ସମ୍ପତ୍ତି କ୍ରୟ କରାଯାଇପାରିଥାନ୍ତା। ଏଥିସହ ୨୦୧୯ ରେ, ୧୯୭ ବର୍ଗ ମିଟରର ଏକ ଜମି କ୍ରୟ କରାଯାଇପାରିଥାନ୍ତା।