fbpx

ପାକିସ୍ତାନରେ ଲଜ୍ଜା: ୟୁନିସେଫ୍ ଅଧିକାରୀଙ୍କୁ ଇସଲାମାବାଦରେ ଦୁଷ୍କର୍ମ କଲେ ସୁରକ୍ଷା କର୍ମୀ

Advertisement

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ପାକିସ୍ତାନରେ ମହିଳାଙ୍କ ଉପରେ ବଳାତ୍କାର ଓ ଅତ୍ୟାଚାର ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। ପାକିସ୍ତାନର ରାଜଧାନୀ ଇସଲାମାବାଦରେ ମିଳିତ ଜାତିସଂଘର ୟୁନିସେଫର କର୍ମଚାରୀମାନେ ମଧ୍ୟ ସୁରକ୍ଷିତ ନୁହଁନ୍ତି। ସ୍ଥାନୀୟ ଗଣମାଧ୍ୟମ ଡନ୍ ରିପୋର୍ଟ ଅନୁଯାୟୀ, ଇସଲାମାବାଦର ଜଣେ ସୁରକ୍ଷାକର୍ମୀ ୟୁନିସେଫ୍ ଅଧିକାରୀଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ୟୁନିସେଫର ଜଣେ ଅଧିକାରୀ, ସ୍ୱିଡେନର ନାଗରିକ, ପାକିସ୍ତାନୀ ରାଜଧାନୀର ଆବପାରା ଅଞ୍ଚଳରେ ପୋଲିସରେ ଅଭିଯୋଗ କରିଛନ୍ତି। ତାଙ୍କ ବାସଭବନରେ ପୋଷ୍ଟ କରାଯାଇଥିବା ସିକ୍ୟୁରିଟି ଗାର୍ଡ ତାଙ୍କୁ ବଳାତ୍କାର କରିଥିବା ସେ ଅଭିଯୋଗ କରିଛନ୍ତି।

ପୀଡିତା ଜାନୁଆରୀ ୧୦ ତାରିଖରୁ ପାକିସ୍ତାନରେ କାର୍ଯ୍ୟ କରୁଛନ୍ତି। ଡନ୍ ରିପୋର୍ଟ ଅନୁଯାୟୀ, ଏଫ୍ଆଇଆର୍ ରେ ଉଲ୍ଲେଖ ରହିଛି ଯେ ତାଙ୍କ ସୁରକ୍ଷାକର୍ମୀ ଶୋଇବା ଘରେ ପଶି ତାଙ୍କୁ ବଳାତ୍କାର କରିବା ପରେ ଗଳା କାଟି ହତ୍ୟା କରିବାକୁ ଚେଷ୍ଟା କରିଥିଲା। ମାର୍ଚ୍ଚ ୧୧ ରୁ ୟୁନିସେଫ୍ ଅଧିକାରୀଙ୍କ ବାସଭବନରେ ଏହି ସୁରକ୍ଷାକର୍ମୀଙ୍କୁ ପୋଷ୍ଟ କରାଯାଇଥିଲା। ଏହି ଘଟଣା ପରଠାରୁ ସେ ଫେରାର ପୋଲିସ ତାଙ୍କୁ ଖୋଜୁଛି।

Get real time updates directly on you device, subscribe now.