fbpx

କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉଚ୍ଚସ୍ତରୀୟ ବୈଠକ, ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ନିପାତ ପାଇଁ ପ୍ରସ୍ତୁତ ହେଉଛି ରଣନୀତି

Advertisement

ନୂଆଦିଲ୍ଲୀ: ନିକଟରେ ଜାମ୍ମୁ କାଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏକ ଉଚ୍ଚସ୍ତରୀୟ ବୈଠକ କରୁଛନ୍ତି । ଜାମ୍ମୁ କାଶ୍ମୀରରେ ସୁରକ୍ଷା ସ୍ଥିତି, ଆନ୍ତର୍ଜାତୀୟ ସୀମା ଏବଂ ନିୟନ୍ତ୍ରଣ ରେଖାରେ ନିୟୋଜିତ ବାହିନୀଳ ତଥା ଅନୁପ୍ରବେଶକାରୀଙ୍କ ଉଦ୍ୟମ ଉପରେ ରୋକ୍ ଲଗାଇବା ନେଇ ଶୀର୍ଷ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିବେ ଅମିତ ଶାହା । ଏହି ବୈଠକରେ ଆତଙ୍କବାଦୀ ବିରୋଧି ଅଭିଯାନକୁ ଦୃଢ଼ କରିବା ପାଇଁ ସୁରକ୍ଷା ବାହିନୀ ଏବଂ ସାମରିକ ଅଧିକାରୀଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇପାରନ୍ତି । ଏହା ସହ ଜୁନ ୨୯ରୁ ଆରମ୍ଭ ହେବାକୁ ଥିବା ଅମରନାଥ ଯାତ୍ରା ପାଇଁ ପ୍ରସ୍ତୁତି ଏବଂ ଶ୍ରଦ୍ଧାଳୁଙ୍କୁ ଦିଆଯାଉଥିବା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିପାରନ୍ତି କେନ୍ଦ୍ର ଗୃହମନ୍ତ୍ରୀ ।

ଦିଲ୍ଲୀର ନର୍ଥ ବ୍ଲକରେ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜାମ୍ମୁ କାଶ୍ମୀରର ଉପ ରାଜ୍ୟପାଳ ମନୋଜ ସିହ୍ନା, ସେନା ପ୍ରମୁଖ ଜେନେରାଲ ମନୋଜ ପାଣ୍ଡେ, ସେନା ପ୍ରମୁଖ ଲେଫ୍ଟନାଣ୍ଟ ଉପେନ୍ଦ୍ର ଦ୍ୱିବେଦୀ, କେନ୍ଦ୍ରୀୟ ଗୃହ ସଚିବ ଅଜୟ ଭଲ୍ଲା, ଇଣ୍ଟେଲିଜେନ୍ସ ବ୍ୟୁରୋ ନିର୍ଦ୍ଦେଶକ ତପନ ଡେକା, IB ମୁଖ୍ୟ, RAW ମୁଖ, ସିଆରପିଏଫ୍ ମହାନିର୍ଦ୍ଦେଶକଙ୍କ ସମେତ ଅନ୍ୟ ଶୀର୍ଷ ସୁରକ୍ଷା ଅଧିକାରୀ ଉପସ୍ଥିତ ରହିବେ ।

 

Get real time updates directly on you device, subscribe now.