ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଅର୍ଥ ସମସ୍ତଙ୍କ ପାଇଁ ନିହାତି ଜରୁରୀ । ତେଣୁ ଗ୍ରାହକମାନେ ସର୍ବଦା ଭଲ ନିବେଶ ସ୍କିମର ସନ୍ଧାନରେ ରହିଥାନ୍ତି । ତେବେ ବର୍ତ୍ତମାନ ସମୟରେ ମାର୍କେଟରେ ଷ୍ଟକ୍ସ, ମ୍ୟୁଚୁଆଲ ଫଣ୍ଡ, ଜୀବନ ବୀମା, ରିକରିଂ ଡିପୋଜିଟ, ପୋଷ୍ଟ ଅଫିସ ସ୍କିମ, ଏନଏସସି, ପିପିଏଫ ଆଦି ବିଭିନ୍ନ ପ୍ରକାର ବିକଳ୍ପ ରହିଥିଲେ ହେଁ ସେଥିମଧ୍ୟରୁ ବ୍ୟାଙ୍କରେ ସ୍ଥାୟୀ ଜମା (ଏଫଡି) ଗ୍ରାହକଙ୍କ ପାଇଁ ଏକ ବଢ଼ିଆ ଅପ୍ସନ । ଏହା ମଧ୍ୟରେ କିଛି ପ୍ରାଭଭେଟ ବ୍ୟାଙ୍କ ପକ୍ଷରୁ ଏଫଡିରେ୯ ପ୍ରତିଶତ ପର୍ଯ୍ୟନ୍ତ ସୁଧ ପ୍ରଦାନ କରାଯାଉଛି । ବରିଷ୍ଠ ନାଗରିକମାନେ ଏହାର ଫାଇଦା ଉଠାଇ ପାରିବେ ।
୧- ଆଇଫିଏଫସି ଫାଷ୍ଟ ବ୍ୟାଙ୍କ: ଏହି ବ୍ୟାଙ୍କ ଏଫଡି ନିବେଶ ଉପରେ ବରିଷ୍ଠ ନାଗରିକଙ୍କୁ ସର୍ବାଧିକ ୮.୨୫ ପ୍ରତିଶତ ସୁଧ ପ୍ରଦାନ କରୁଛି । ୧ ବର୍ଷର ଅବଧି ପାଇଁ ଏହି ସର ୭ ପ୍ରତିଶତ ରହିଥିବା ପାଇଁ ୩ ବର୍ଷ ପାଇଁ ୭.୩ ପ୍ରତିଶତ ଓ ୫ ବର୍ଷ ପାଇଁ ୭.୨୫ ପ୍ରତିଶତ ସୁଧ ରହିଛି ।
୨- ତାମିଲନାଡ଼ୁ ମର୍କେଣ୍ଟାଇଲ ବ୍ୟାଙ୍କ: ଏହି ବ୍ୟାଙ୍କ ୮.୨୫ ପ୍ରତିଶତ ସର୍ବାଧିକ ରେଟ ଉପରେ ଏଫଡି କରିବାର ଅଫର ଦେଉଛି । ଏଥିରେ ୧ ବର୍ଷର ଅବଧି ପାଇଁ ୭.୫୦ ପ୍ରତିଶତ, ୩ ଓ ୫ ବର୍ଷର ଅବଧି ପାଇଁ ୭ ପ୍ରତିଶତ ସୁଧ ଦେଉଛି ।
୩- ଆରବିଏଲ ବ୍ୟାଙ୍କ: ଏହି ବ୍ୟାଙ୍କ ବରିଷ୍ଠ ନାଗରିକଙ୍କୁ ସର୍ବାଧିକ ସୁଧ ହାର ୮.୬୦ ପ୍ରତିଶତ ଅଫର କରାଯାଉଛି । ୧ ବର୍ଷ ଓ ୩ ବର୍ଷ ପାଇଁ ସୁଧ ହାର ୮ ପ୍ରତିଶତ ରହିଥିବା ବେଳେ ୫ ବର୍ଷ ପାଇଁ ୭.୬୦ ପ୍ରତିଶତ ସୁଧ ରହିଛି ।
୪- ଇଣ୍ଡସଇଣ୍ଡ ବ୍ୟାଙ୍କ: ଏହି ବ୍ୟାଙ୍କ ଏଫଡି ନିବେଶ ଉପରେ ବରିଷ୍ଠ ନାଗରିକଙ୍କୁ ସର୍ବାଧିକ ୮.୨୫ ପ୍ରତିଶତ ସୁଧ ହାର ଅଫର କରୁଛି । ୧ ବର୍ଷର ଅବଧି ପାଇଁ ୮.୨୫ ପ୍ରତିଶତ, ୩ ବର୍ଷ ଓ ୫ ବର୍ଷର ଅବଧି ପାଇଁ ୭.୭୫ ପ୍ରତିଶତ ସୁଧ ମିଳୁଛି ।
୫- ୟେସ ବ୍ୟାଙ୍କ: ଏହି ବ୍ୟାଙ୍କର ଆପଣମାନେ ସର୍ବାଧିକ ୮.୨୫ ପ୍ରତିଶତ ସୁଧ ହାରରେ ଏଫଡି କରିପାରିବେ । ୧ ବର୍ଷର ଅବଧି ପାଇଁ ୭.୭୫ ପ୍ରତିଶତ, ୩ ଓ ୫ ବର୍ଷର ଏଫଡି ପାଇଁ ୮ ପ୍ରତିଶତ ସୁଧ ରହିଛି ।
୬- ଏମବିଏସ ବ୍ୟାଙ୍କ: ଏହି ବ୍ୟାଙ୍କ ବରିଷ୍ଠ ନାଗରିକଙ୍କୁ ୮.୭୫ ପ୍ରତିଶତ ସର୍ବାଧିକ ସୁଧ ହାରରେ ଏଫଡି କରିବାର ଅଫର ଦେଉଛି । ୧ ବର୍ଷର ଅବଧି ପାଇଁ ୭.୫୫ ପ୍ରତିଶତ, ୩ ବର୍ଷ ପାଇଁ ୭.୮୦ ଓ ୫ ବର୍ଷ ପାଇଁ ୮.୨୫ ପ୍ରତିଶତ ସୁଧ ମିଳିବ ।
୭- ଡିସିବି ବ୍ୟାଙ୍କ: ଏହି ବ୍ୟାଙ୍କ ସର୍ବାଧିକ ୮.୫୫ ପ୍ରତିଶତ ସୁଧ ଅଫର କରୁଚି । ୧ ବର୍ଷ ପାଇଁ ୭.୬୦, ୩ ବର୍ଷ ପାଇଁ ୮.୦୫ ଓ ୫ ବର୍ଷ ପାଇର୍ ୭.୯୦ ପ୍ରତିଶତ ସୁଧ ମିଳୁଛି ।
୮- ବନ୍ଧନ ବ୍ୟାଙ୍କ: ଏହି ବ୍ୟାଙ୍କ ବରିଷ୍ଠ ନାଗରିକଙ୍କ ପାଇଁ ସର୍ବାଧିକ ୮.୫୫ ପ୍ରତିଶତ ସୁଧ ହାର ଅଫର କରୁଛି । ୧ ବର୍ଷର ଅବଧି ପାଇଁ ୮.୫୫ ପ୍ରତିଶତ, ୩ ବର୍ଷ ପାଇଁ ୭.୭୫ ପ୍ରତିଶତ ଓ ୫ ବର୍ଷ ପାଇଁ ୬.୬୦ ପ୍ରତିଶତ ସୁଧ ମିଳୁଛି ।