ବୋଲ୍ଡ ଅନ୍ଦାଜ ପାଇଁ ସୋସିଆଲ ମିଡିଆରେ ଭାଇରାଲ ଉର୍ଫି: ଜାଣନ୍ତୁ କେମିତି ଆସିଲେ ଟ୍ରେଣ୍ଡକୁ?

ନୂଆଦିଲ୍ଲୀ: ଲଗାତାର ସୋସିଆଲ ମିଡିଆରେ ଚର୍ଚ୍ଚାର ଏକ ଟପ୍ କଣ୍ଟେଣ୍ଟ ବନିଛନ୍ତି ବିଗ ବସ ଫେମ ଅଭିନେତ୍ରୀ ଉର୍ଫି ଜାଭେଦ । ନିଜ ଲୁକ ଏବଂ ଫେସନ ଷ୍ଟାଇଲକୁ ନେଇ ସବୁବେଳେ ଟ୍ରୋଲ ହେବା ସତେ ଯେମିତି ଗୋଟିଏ ପରମ୍ପରା ହୋଇଗଲାଣି । ପ୍ରତିଦିନ କିଛି ନା କିଛି ନୂଆ ଲୁକ ଟ୍ରାଏ କରିବା ସହ ଫ୍ୟାନ୍ସମାନଙ୍କ ପାଖରେ ପହଞ୍ଚିବା ପାଇଁ ଚେଷ୍ଟା କରିଥାନ୍ତି ଉର୍ଫି । କିନ୍ତୁ ତାଙ୍କର ଏହି ବୋଲ୍ଡ ଅନ୍ଦାଜ ପାଇଁ ସୋସିଆଲ ମିଡିଆରେ ସେ ଟ୍ରୋଲ ହୋଇଯାଆନ୍ତି । ୨୦୧୬ରେ ଏଣ୍ଟରଟେନମେଣ୍ଟ ଦୁନିଆରେ ପାଦ ଥାପିଥିଲେ ଉର୍ଫି । ବାସ ସେଇଠୁ ଲଗାତାର ସେ ଚର୍ଚ୍ଚାରେ ରହି ଆସିଛନ୍ତି ।

 

View this post on Instagram

 

A post shared by Uorfi (@urf7i)

ଅକ୍ଟୋବର ୧୫, ୧୯୯୭ରେ ଜନ୍ମ ନେଇଥିବା ଉର୍ଫି ୨୦୧୬ରେ ସୋନି ଟିଭିର ‘ବଡେ ଭାୟା କି ଦୁଲ୍ହନିୟା’ରେ ଅଭନି ପନ୍ତ ଭୂମିକାରୁ ନିଜ ଆକ୍ଟିଂ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ବିଭିନ୍ନ ସିରିଏଲରେ କାମ କରି ଦର୍ଶକଙ୍କ ପାଖରେ ସେ ପହଞ୍ଚିପାରିଛନ୍ତି । କିନ୍ତୁ ଓଟିଟି ପ୍ଲାଟଫର୍ମରେ ବିଗ ବସର ପ୍ରଥମ ସିଜନରେ ସେ ଟ୍ରେଣ୍ଡିଂକୁ ଆସିଥିଲେ । ସିଜନର ପ୍ରଥମ କଣ୍ଟେଷ୍ଟାଣ୍ଟ ଭାବରେ ସେ ବାଦ ପଡିଥିଲେ । କିନ୍ତୁ ତାଙ୍କର ଗୋଟିଏ ଭିଡିଓ ତାଙ୍କୁ ରାତାରାତି ଷ୍ଟାର ବନେଇ ଦେଇଥିଲା । ବିଗ ବସକୁ ନେଇ ଦେଇଥିବା ଏକ ବିବାଦୀୟ ମନ୍ତବ୍ୟ ଦେଇ ସେ ଅନେକ ଲୋକଙ୍କ ପାଖରେ ପହଞ୍ଚିଯାଇଥିଲେ । ତାପରେ ଲଗାତାର ସୋସିଆଲ ମିଡିଆରେ ବିଭିନ୍ନ ଘଟଣାକୁ ନେଇ ସେ ଚର୍ଚ୍ଚାରେ ରହି ଆସିଛନ୍ତି ।

 

View this post on Instagram

 

A post shared by Uorfi (@urf7i)

ଇନଷ୍ଟାଗ୍ରାମ ତଥା ଅନ୍ୟ ସୋସିଆଲ ମିଡିଆରେ ନିଜ ଲୁକ ଏବଂ ଡ୍ରେସିଂ ସେନ୍ସକୁ ନେଇ ଖୁବ ଚର୍ଚ୍ଚାରେ ରହିଛନ୍ତି ଉର୍ଫି । ନିଜର ଏକ୍ସଟ୍ରା ବୋଲ୍ଡ ଅନ୍ଦାଜରେ ସେ ୟୁଥମାନଙ୍କ ସେ।।ସିଆଲ ଆକାଉଣ୍ଟର ପ୍ରଥମ ଫଲୋଅର ପାଲଟିଯାଇଛନ୍ତି । ଅନେକ ଥର ତାଙ୍କୁ ଏହି ଡ୍ରେସିଂ ସେନ୍ସ ପାଇଁ ଟ୍ରୋଲ ମଧ୍ୟ ହେବାକୁ ପଡିଛି । କେବେ ଫ୍ରଣ୍ଟ ଓପନ ତ ଆଉ କେବେ ବ୍ୟାକଲେସ ଡ୍ରେସ ପିନ୍ଧିଥିବାର ଅନେକ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି । ୟୁଥମାନଙ୍କ ମଧ୍ୟରେ ତାଙ୍କର ଏହି ବୋଲ୍ଡ ଅନ୍ଦାଜ ପାଇଁ ଲକ୍ଷ ଲକ୍ଷ ଫ୍ୟାନ ମଧ୍ୟ ରହିଛନ୍ତି । ଇନଷ୍ଟାଗ୍ରାମରେ ତାଙ୍କର ଏବେ ୩.୨ମିଲିୟନ ଫଲୋଅର ରହିଛନ୍ତି ।