fbpx

ଆଫଗାନିସ୍ତାନରେ ହାରିଗଲା ଆମେରିକା ! ଶେଷରେ ଦୂତାବାସରୁ ହଟାଇଲା ନିଜର ପତାକା

ନୂଆଦିଲ୍ଲୀ : କାବୁଲ ସ୍ଥିତ ନିଜ ଦୂତାବାସରୁ ହଟିଲା ଆମେରିକା ପତାକା । ଆଉ ସମସ୍ତ କର୍ମଚାରୀଙ୍କୁ ସୁରକ୍ଷିତ କାଢି ବିମାନ ବନ୍ଦରରେ ପହଞ୍ଚାଇଛି ଆମେରିକା । ଏଠାରୁ ଦୂତାବାସର ସମସ୍ତ କର୍ମଚାରୀ ଓ ଅଧିକାରୀ ଆମେରିକା ଫେରିଯିବେ । ଏହା ବ୍ୟତୀତ ଆମେରିକା ରାଷ୍ଟ୍ରପତି ୧୦୦୦ ଅତିରିକ୍ତ ସୈନ୍ୟଙ୍କୁ ଆଫଗାନିସ୍ତାନ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସୈନିକ ଏହାର ନାଗରିକଙ୍କୁ ସୁରକ୍ଷିତ ଆଫଗାନିସ୍ତାନରୁ ବାହାର କରିବେ । ଏହା ସହିତ ଆଫଗାନିସ୍ତାନରେ ଆମେରିକା ସୈନିକଙ୍କ ସଂଖ୍ୟା ୬୦୦୦ରେ ପହଞ୍ଚିବ । ଦୂତାବାସରୁ ଆମେରିକା ପତାକା ହଟିବା, ଏହାର ସମର୍ଥନରେ ଚାଲୁଥିବା ସରକାରର ରାଷ୍ଟ୍ରପତି ଅଶରଫ ଘନି ଦେଶ ଛାଡି ଚାଲିଯିବା ଜୋ ବାଇଡେନଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ମ ଉଠିଛି । କେବଳ ଏତିକି ନୁହେଁ ଏହାକୁ ଆମେରିକାର ପରାଜୟ ବୋଲି କୁହାଯାଉଛି ।

ଆମେରିକା ବୈଦେଶିକ ମନ୍ତ୍ରଣାଳୟ କହିଛନ୍ତି, ଦୂତାବାସର କର୍ମଚାରୀ ହିଁ ପତାକା ହଟାଇଛନ୍ତି । ବର୍ତ୍ତମାନ ବଡ ସଂଖ୍ୟାରେ ଆମେରିକା ନାଗରିକ ରହିଛନ୍ତି ଏବଂ ସମସ୍ତେ ସ୍ୱଦେଶ ଫେରିବା ପାଇଁ ବିମାନ ଅପେକ୍ଷାରେ ଅଛନ୍ତି । ସମସ୍ତଙ୍କୁ କାବୁଲ ବିମାନ ବନ୍ଦରରେ ସୁରକ୍ଷିତ ରଖାଯାଇଛି, ଯଦ୍ୱାରା ସହଜରେ ଲୋକଙ୍କୁ କଢାଯାଇ ପାରିବ । ଆଗାମୀ ଦୁଇ ଦିନରେ ଆଫଗାନିସ୍ତାନରେ ଆମେରିକାର ୬ ହଜାର ସୈନିକ ରହିବେ ଯିଏ ଏୟାର କଣ୍ଟ୍ରୋଲର କାମ ସମ୍ଭାଳିବେ । ଆମେରିକା ନିଜ ନାଗରିକ ସହ ପ୍ରାୟ ୨୦୦୦ ଆଫଗାନୀଙ୍କୁ ମଧ୍ୟ ନିଜ ଦେଶକୁ ନେବାକୁ ନିଷ୍ପତ୍ତି ନେଇଛି । ଏମାନଙ୍କୁ ସ୍ୱତନ୍ତ୍ର ଭିସାରେ ଆମେରିକାରେ ଥଇଥାନ କରାଯିବ । ସେମାନଙ୍କ ମଧ୍ୟରୁ ଅଧିକାଂଶ ସେହି ଲୋକ ଅଛନ୍ତି, ଯେଉଁମାନେ ଗତ ଦୁଇ ଦଶନ୍ଧି ଧରି ଆମେରିକା ସହିତ ରହିଥିଲେ ।

ଭାରତ ଏୟାର ଇଣ୍ଡିଆର ଦୁଇ ବିମାନକୁ ରଖିଲା ଷ୍ଟାଣ୍ଡବାଇରେ

ଏହା ମଧ୍ୟରେ ଭାରତ ସରକାର ଏୟାର ଇଣ୍ଡିଆର ଦୁଇ ବିମାନକୁ ଷ୍ଟାଣ୍ଡବାଇରେ ରଖିବାକୁ କହିଛି । ଯଦ୍ୱାରା ଆଫଗାନିସ୍ତାନରେ ଥିବା ଭାରତୀୟଙ୍କୁ ଶୀଘ୍ର ବାହାର କରାଯାଇ ପାରିବ । ଏହା ମଧ୍ୟରେ ଦୁନିଆର ୬୦ ଦେଶ ମିଳିତ ବିବୃତି ଜାରି କରି କହିଛନ୍ତି ଯେ, ଦେଶ ଛାଡି ଯାଉଥିବା ଲୋକଙ୍କୁ ତାଲିବାନ ସୁରକ୍ଷିତ ବାହାରିବାକୁ ଦେଉ । ଆଫଗାନିସ୍ତାନକୁ ନେଇ କେବଳ ଭାରତ ଓ ପାଶ୍ଚାତ୍ୟ ଦେଶ ଚିନ୍ତିତ ନୁହନ୍ତି ବରଂ ଇସଲାମିକ ଦେଶର ଚିନ୍ତା ମଧ୍ୟ ବଢି ଯାଇଛି । ସାଉଦି ଆରବ ଆଫଗାନିସ୍ତାନରେ ସ୍ଥିତ ନିଜ ଦୂତାବାସର କର୍ମଚାରୀଙ୍କୁ ଫେରାଇ ନେଇଛି । ଏହା ବ୍ୟତୀତ ନ୍ୟୁଜିଲାଣ୍ଡ ପକ୍ଷରୁ ସ୍ୱତନ୍ତ୍ର ବିମାନ ମଧ୍ୟ ପଠାଯାଇଛ । ବର୍ତ୍ତମାନ ନ୍ୟୁଜିଲାଣ୍ଡର ୩୭ ନାଗରିକ ଆଫଗାନିସ୍ତାନରେ ଅଛନ୍ତି, ଯାହାଙ୍କୁ ସ୍ୱଦେଶ ଅଣାଯିବା ପ୍ରକ୍ରିୟା ଜାରି ରହିଛି ।

 

Get real time updates directly on you device, subscribe now.