fbpx

ଡିସେମ୍ବର ସୁଦ୍ଧା ସରିବ ଟିକାକରଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଭିଡ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଆଜି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଟିକା ଆସିବାରେ ସମସ୍ୟା ନ ହଲେ ୪ ମାସରେ ଟିକାକରଣ ସରିବ ବୋଲି ସେ କହିଛନ୍ତି । ବର୍ତ୍ତମାନ ସୁଦ୍ଧା ୨ କୋଟି ୨୦ ଲକ୍ଷ ଡୋଜ ଟିକା ଦିଆସରିଛି । ଟିକାକରଣ ଜାରି ରହିଛି, ୫୪% ପ୍ରଥମ ଡୋଜ ଦିଆଯାଇଛି ବୋଲି ବିଜୟ କହିଛନ୍ତି ।

ଏହା ସହ ସେ କହିଛନ୍ତି ଯେ, ୧ କୋଟି ୬୬ ଲକ୍ଷ ଲୋକ ପ୍ରଥମ ଡୋଜ ଟିକା ନେଇଛନ୍ତି । ୫୩ ଲକ୍ଷ ଲୋକ ଦ୍ୱିତୀୟ ଡୋଜ୍ ଟିକା ନେଇ ସାରିଛନ୍ତି । ୧ ଲକ୍ଷ ଗର୍ଭବତୀଙ୍କୁ ଟିକାକରଣ କରାଯାଇଛି । ୨୮ ଲକ୍ଷ ୫୪ ହଜାର କୋଭିସିଲ୍ଡ ଟିକା ମହଜୁଦ୍ ରହିଛି । ୪ ଲକ୍ଷ ୫୪ ହଜାର କୋଭାକ୍ସିନ୍ ଟିକା ମହଜୁଦ ରହିଛି ।’

ପ୍ରାଥମିକତା ଭିତ୍ତିରେ ଦ୍ୱିତୀୟ ଡୋଜ ଦେବାକୁ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି । କେତେ ଶିକ୍ଷକ ଟିକା ନେବେ, ସେନେଇ ଜିଲ୍ଲାକୁ ତଥ୍ୟ ମଗାଯାଇଛି । ସେପ୍ଟେମ୍ବର ୫ ସୁଦ୍ଧା ଶିକ୍ଷକଙ୍କ ଟିକାକରଣ ଶେଷ ହେବ । ଶିକ୍ଷକଙ୍କୁ ଟିକା ଦେବାକୁ ସ୍ୱତନ୍ତ୍ର କେନ୍ଦ୍ର କରାଯାଇଛି । ଆଜି ୧ ହଜାର ୪୦୦ କେନ୍ଦ୍ରରେ ଟିକାକରଣ ଚାଲିଛି । ପ୍ରଥମ ଲହରରେ ୮ ପ୍ରତିଶତ ଶିଶୁ ସଂକ୍ରମିତ ହୋଇଥିଲେ । ଦ୍ୱିତୀୟ ଲହରରେ ଜୁଲାଇ ସୁଦ୍ଧା ୧୦% ଶିଶୁ ସଂକ୍ରମିତ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ।

Get real time updates directly on you device, subscribe now.