Vastu Tips For Bedroom:ଶୋଇବା କକ୍ଷରେ ଏହି ସବୁ ସାମଗ୍ରୀ ନିଦ ନ ଆସିବାର ହୋଇପାରେ ବଡ କାରଣ,ଦିଗ ହିସାବରେ ରଖନ୍ତୁ ନଚେତ…
ନୂଆଦିଲ୍ଲୀ:ଦିନ ତମାମ କାର୍ଯ୍ୟ ପରେ ଟିକିଏ ଶାନ୍ତିର ନିଦ ମସସ୍ତଙ୍କୁ ଆବଶ୍ୟକ । ତେବେ ଶୋଇବା ଘରକୁ ନେଇ ମଧ୍ୟ ଅନେକ ବାସ୍ତୁ ବିଚାର ରହିଛି । ଏହି ସବୁ ଦିଗ ପ୍ରତି ଯଦି ଆମେ ଧ୍ୟାନ ଦେବା ତାହା ହେଲେ ଆମେ ଆରାମର ନିଦ ପାଇବାରେ ସକ୍ଷମ ହେବା । ବାସ୍ତୁଶାସ୍ତ୍ରରେ ଘର କୋଣକୁ ନେଇ କିଛି ନିୟମ ରହିଛି । ଯାହା ଦ୍ୱାରା ବ୍ୟକ୍ତିଙ୍କୁ ସ୍ୱାସ୍ଥ୍ୟଗତ ସମସ୍ୟା ଭୋଗିବାକୁ ପଡିଥାଏ । ଏହା ସହିତ ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ମଧ୍ୟରେ ଅନେକ ବାଧାବିଘ୍ନ ସୃଷ୍ଟି କରିଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଏହି ଭଳି ଅନେକ ସାମଗ୍ରୀ ରହିଛି ଯାହାକୁ ଆମେ ଶୋଇବା କକ୍ଷରେ ରଖି ପାରିବା ନାହିଁ । କୁହାଯାଏ ଗୃହର ବାସ୍ତୁଦୋଷ ପାଇଁ ବ୍ୟକ୍ତିଙ୍କ ଶୋଇବାରେ ମଧ୍ୟ ବହୁ ଅସୁବିଧା ହୋଇଥାଏ ।
ମୁଖ୍ୟତଃ ସବୁ ଠାରୁବଡ ଅସୁବିଧା ହୋଇଥାଏ କେଉଁ ଦିଗରେ ଆପଣଙ୍କର ପଲଙ୍କ(ବେଡ) ରହିଛି । ଏହା ମଧ୍ୟ ଜଣେ ବ୍ୟକ୍ତିର ଶୋଇବା ଉପରେ ଖୁବ ପ୍ରଭାବ ପକାଇଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଯେଉଁଠାରେ ତିନିକୋଣ ହୋଇଥାଏ ସେଠାରେ ଆପଣଙ୍କର ଶୋଇବା ବେଡ ଲଗାନ୍ତୁ ନାହିଁ । ବାସ୍ତୁରେ ଏହାକୁ ଅଶୁଭ ବିବେଚନା କରାଯାଏ । ଏହି ଭଳି ତତ୍ତ୍ୱ ଅଗ୍ନୀତତ୍ତ୍ୱର ପ୍ରତୀକ ବୋଲି କୁହାଯାଏ । ଏହାଦ୍ୱାରା ନିଦ ଆସିବାରେ ଅସୁବିଧା ଉପୁଜି ଥାଏ ।
ଶୋଇବା ସମୟରେ ଆପଣ ବେଡକୁ ସଫା ସୁତୁରା ରଖିବା ଆବଶ୍ୟକ । ବେଡ ଉପର ଅଳିଆ ରଖିବା ଭଲ ଲକ୍ଷଣ ନୁହେଁ । ସମୟ ସମୟରେ ବେଡସିଟକୁ ମଧ୍ୟ ପରିବର୍ତ୍ତନ କରିବା ଆବଶ୍ୟକ । ଖରାପ ଶଯ୍ୟା ବ୍ୟକ୍ତିଙ୍କର ଅଶାନ୍ତିର କାରଣ ହୋଇଥାଏ । ଏହା ଦ୍ୱାରା ବ୍ୟକ୍ତି ଖରାପ ସ୍ୱପ୍ନ ଦେଖିଥାଏ ।
ଉତ୍ତମ ନିଦ ପାଇଁ ଦିଗ ମଧ୍ୟ ନିହାତି ଜରୁରୀ । ଯଦି ଆପଣ ବିନା କୌଣସି ସମସ୍ୟାରେ ନିଦ ପୁରା କରିବାକୁ ଚାହୁଁଛନ୍ତି ତେବେ ଉତ୍ତର ପୂର୍ବ ଦିଗରେ ଭୁଲରେ ମଧ୍ୟ ନିଜର ବେଡ ଲଗାନ୍ତୁ ନାହିଁ ।
କୌଣସି ଜିନିଷ ଆଖିକୁ ସୁନ୍ଦର ଦେଖାଯାଉଥିଲେ ମଧ୍ୟ ଏହାକୁ ଶୋଇବା କକ୍ଷରେ ଲଗାଇଲେ ଏହାର କୁପ୍ରଭାବ ପଡିଥାଏ । ଯାହା ଦ୍ୱାରା ବ୍ୟକ୍ତି ଶାନ୍ତିରେ ଶୋଇ ପାରନ୍ତି ନାହିଁ। ତେବେ ଏହି ଜିନିଷଟି ହେଉଛି ଆଇନା । ଶୋଇବା କକ୍ଷରେ ଭୁଲରେ ଆଇନା ରଖନ୍ତୁ ନାହିଁ । ଏହା ଅନିନ୍ଦ୍ରା ଠାରୁ ଆରମ୍ଭ କରି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡାର ମଧ୍ୟ କାରଣ ହୋଇଥାଏ ।