fbpx

(Video) ଏଭଳି ବାହାଘର ଦେଖିନଥିବେ, ପଶୁ ଡାକ୍ତରଙ୍କ ହେଲା ଅଜବ ବିବାହ

ଆପଣ ଅନେକ ବିବାହ ଦେଖିଥିବେ, କିନ୍ତୁ କେବେ ଗାଈ ଚିକିତ୍ସା ପାଇଁ ଯାଇଥିବା ଡାକ୍ତରଙ୍କ ବିବାହ କଥା ଶୁଣିଛନ୍ତି କି? କଥାଟା ବୁଝିପାରୁନାହାଁନ୍ତି ନା… ତେବେ ପଢ଼ନ୍ତୁ ପୂରା ଖବର…

ପ୍ରକୃତରେ ଜଣେ ପଶୁ ଡାକ୍ତର ଗାଈର ଚିକିତ୍ସା କରିବା ପାଇଁ କହି କିଛି ଲୋକ ନେବାକୁ ଆସିଥିଲେ ଏବଂ ତାଙ୍କୁ ସାଙ୍ଗରେ ସେମାନଙ୍କ ଗାଁକୁ ନେଇଥିଲେ । ଆଉ ସେଠାରେ ତାଙ୍କୁ ଜୋର ଜବରଦସ୍ତ ବିବାହ କରାଇଥିଲେ ।  ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଏମିତି ଏକ ଅଜବ ଘଟଣା ଜଣେ ପଶୁ ଡାକ୍ତରଙ୍କ ସହ ଘଟିଛି । ବିହାରର ବେଗୁସରାୟରେ ଘଟିଛି ଏଭଳି ଏକ ଫିଲ୍ମ ଷ୍ଟାଇଲ୍ର ଘଟଣା । ପଶୁ ଡାକ୍ତରଙ୍କ ନାଁ ହେଉଛି ସତ୍ୟମ କୁମାର ଝା । ବେଗୁସରାୟ ଜିଲ୍ଲା ତେଘରା ଥାନା ପିଧୌଲି ଗାଁରେ ରୁହନ୍ତି ସତ୍ୟମ । ସୋମବାର ସନ୍ଧ୍ୟାରେ କିଛି ବ୍ୟକ୍ତି ତାଙ୍କ ଗାଈ ଅସୁସ୍ଥ ଥିବା କହି ଚିକିତ୍ସା ପାଇଁ ସତ୍ୟମଙ୍କୁ ଡାକିଥିଲେ । ଏହାପରେ ଉକ୍ତ ବ୍ୟକ୍ତିମାନେ ପଶୁ ଡାକ୍ତରଙ୍କୁ ଅପହରଣ କରିନେଇଥିଲେ । ପରେ ଜଣେ ଯୁବତୀଙ୍କ ସହ ତାଙ୍କର ଜୋରଜବରଦସ୍ତ ବିବାହ କରାଇ ଦେଇଥିଲେ । ଖାଲି ସେତିକି ନୁହେଁ ସକାଳେ ସତ୍ୟମଙ୍କ ବାପାଙ୍କ ନିକଟକୁ ବିବାହର ଫଟୋ ଏବଂ ଭିଡିଓ ମଧ୍ୟ ପଠାଇଥିଲେ ।

ସେପଟେ ସତ୍ୟମଙ୍କ ବାପା ସତ୍ୟମଙ୍କୁ ଜେରଜବରଦସ୍ତ ବିବାହ କରାଯାଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.