fbpx

ମତଦାନ କେନ୍ଦ୍ର ପାଲଟିଲା ରଣକ୍ଷେତ୍ର; ସାଲେପୁର ବୁଥରେ ଦୁଇ ଗୋଷ୍ଠୀ ମୁହାଁମୁହିଁ, ଆହତଙ୍କୁ ମେଡିକାଲରେ ଭର୍ତ୍ତି

ସାଲେପୁର: ଆଜି ଶେଷ ପର୍ଯ୍ୟାୟ ଭୋଟିଂ ଥିବାବେଳେ ଅନେକ ବୁଥରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମରଣାନ୍ତକ ଆକ୍ରମଣ ଯୋଗୁଁ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।

ସୂଚନାରୁ ପ୍ରକାଶ ସାଲେପୁର ମାଳଶାସନର ୧୮୪ ଓ ୧୮୫ ବୁଥରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ମୁହାଁମୁହିଁ ହୋଇଥିଲେ ବିଜେଡି ଓ ବିଜେପି କର୍ମୀ । ବିଜେଡି କର୍ମୀମାନେ ବିଜେପି ଏଜେଣ୍ଟ ଓ କର୍ମୀଙ୍କୁ ଠେଙ୍ଗାରେ ପିଟିବା ସହ ପନିକିରେ ହାଣିଥିବା ନେଇ ଅଭିଯୋଗ ହୋଇଛି । ସେପଟେ ଧାମନଗର ଦୋବଲ ପଞ୍ଚାୟତର ୧୫୧ ନମ୍ବର ବୁଥରେ ମଧ୍ୟ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ବୁଥ ଭିତରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଗୋଷ୍ଠୀ । ଏହି ଆକ୍ରମଣରେ ଜଣେ ଗୁରୁତର ହୋଇଥିବାବେଳେ ତାଙ୍କୁ ଧାମନଗର ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ବୁଥ୍ କ୍ୟାପଚରିଂ କରିବାକୁ ବିରୋଧ କରିବାରୁ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି ବିଜେପି କର୍ମୀ । ତେବେ ଅଭିଷେକ ପଣ୍ଡା ଏବଂ ଏଜେଣ୍ଟ ସଞ୍ଜୟ ରାଉତ ଏହି ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ ।ଏହି ଆକ୍ରମଣରେ ଆହତ ହୋଇଥିବା ବେଳେ ଗୁରୁତରଙ୍କୁ ସାଲେପୁର ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ଏହି ଘଟଣାକୁ ନେଇ ବୁଥରେ ଉତ୍ତେଜନା ଦେଖାଦେଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Get real time updates directly on you device, subscribe now.