fbpx

SBIରେ ଆକାଉଣ୍ଟ ଥିଲେ ବ୍ରାଞ୍ଚ ବଦଳାଇବାକୁ ଚାହୁଁଛନ୍ତି କି ? ଅନଲାଇନ ମାଧ୍ୟମରେ କରନ୍ତୁ ଏପରି

ନୂଆଦିଲ୍ଲୀ: ଚାକରିଆ ହୁଅନ୍ତୁ ବା ବ୍ୟବସାୟୀମାନେ ପ୍ରାୟତଃ ନିଜର କାମ ଯୋଗୁଁ ରହିବା ସ୍ଥାନ ପରିବର୍ତ୍ତନ କରନ୍ତି । ଏପରି ପରିସ୍ଥିତିରେ ବାରମ୍ବାର ବ୍ୟାଙ୍କର ହୋମ୍ ବ୍ରାଞ୍ଚକୁ ଯିବା ସମ୍ଭବ ହୋଇନଥାଏ । ଯଦି ଆପଣଙ୍କ ବି ଅନ୍ୟ ସ୍ଥାନକୁ ବଦଳି ହୋଇଛି ଓ ଆପଣ ବ୍ୟାଙ୍କର ହୋମ୍ ବ୍ରାଞ୍ଚ ବଦଳାଇବାକୁ ଚାହୁଁଛନ୍ତି, ତେବେ ଚିନ୍ତା କରନ୍ତୁ ନାହିଁ । ଏଣିକି ଆପଣ ଘରେ ବସି ବସି ବ୍ୟାଙ୍କର ବ୍ରାଞ୍ଚ ଅତି ସହଜରେ ବଦଳାଇ ପାରିବେ । ଏଥିପାଇଁ ଆପଣଙ୍କର ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ବ୍ୟବହାର କରୁଥିବା ନିହାତି ଜରୁରୀ । ଆସନ୍ତୁ ଜାଣିବା ଏହାର ପ୍ରୋସେସ…

ଏସବିଆଇ ଏହି ପୁରା ପ୍ରକ୍ରିୟା ଅନଲାଇନ କ୍ରମେ କାରିବାର ସୁଯୋଗ ଦେଉଛି। ଗ୍ରାହକ ମାନେ ନିଜ ଆକାଉଣ୍ଟକୁ ଇଣ୍ଟରନେଟ ବ୍ୟାକିଂ ଜରିଆରେ ସହଜରେ ନିଜ ବ୍ରାଞ୍ଚକୁ ପରିବର୍ତ୍ତନ କରିପାରିବେ। ଏହାପାଇଁ ଗ୍ରାହକଙ୍କୁ ଅନଲାଇନ କ୍ରମେ ରିକ୍ୱେଷ୍ଟ ଦେବାକୁ ପଡ଼ିବ। ଏଥିପାଇଁ ବ୍ରାଞ୍ଚ କୋଡର ଆବଶ୍ୟକତା ପଡ଼ିବ। ଯେଉଁଠି ସେମାନେ ଖାତା ଟ୍ରାନ୍ସଫର କରିବାକୁ ଚାହୁଁଛନ୍ତି। ମୋବାଇଲ ନମ୍ବର ଆକାଉଣ୍ଟରେ ରେଜିଷ୍ଟ୍ରା ହୋଇଥିବା ଜରୁରୀ। ଏହାସହିତ ଇଣ୍ଟରନେଟ ବ୍ୟାକିଂ ଚାଲୁ ରହିବା ଜରୁରୀ ।

ଅନଲାଇନ ବ୍ୟତିତି YONO ଆପ୍‌ କିମ୍ବା YONO Lite ରେ ନିଜ ବ୍ରାଞ୍ଚ କୁ ବଦଳାଇପାରିବେ । ଗ୍ରାହକଙ୍କୁ ମୋବାଇଲ ନମ୍ବର ତାଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ କରିବା ଜରୁରୀ। ଏମିତି ନକଲେ ସେମାନେ ଓଟିପି ପାଇବାରେ ସମସ୍ୟା ହେବ । ମହାମାରୀ ସମୟରେ ବ୍ୟାଙ୍କ ନିଜର ସବୁକାମକୁ ଅନଲାଇନ ଜରିଆରେ କରିବାର ସୁବିଧା ଆରମ୍ଭ କରିଥିଲା । ଏମିତିରେ ଗ୍ରାହକଙ୍କୁ ଆଉ ଅଫଲାଇନରେ ଆସି କାମ କରିବାକୁ ପଡ଼ିବ ନାହିଁ । ଏଥିରେ ଭିଡ଼ିଓ KYC ଠୁ ଆରମ୍ଭ କରି ଟ୍ରାଞ୍ଜାକସନ ଓ ଅନ୍ୟ କାମ ବି ହୋଇପାରିବ ।

SBIରେ ବ୍ରାଞ୍ଚ ବଦଳିବାର ପ୍ରକ୍ରିୟା:

– ସର୍ବପ୍ରଥମେ ଆପଣ http://www.onlinesbi.com ୱେସାଇଟକୁ ଯାଆନ୍ତୁ ।

– ଯଦି ଆପଣ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗର ବ୍ୟବହାର କରୁଛନ୍ତି, ତେବେ ପର୍ସନାଲ ବ୍ୟାଙ୍କିଙ୍ଗର ଅପସନକୁ ଯାଇ ଲଗଇନ୍ କରନ୍ତୁ ।

– ଯଦି ପ୍ରଥମରୁ ରେଜିଷ୍ଟର ହୋଇନାହିଁ, ତେବେ ଆଇଡିକୁ ଯାଇ ରେଜିଷ୍ଟର କରନ୍ତୁ ।

– ଏବେ ଆପଣ ‘ଇ-ସର୍ଭିସେସ୍’ର ଅପସନ୍ ଉପରେ କ୍ଲିକ୍ କରନ୍ତୁ ।

– ଏହାପରେ ଟ୍ରାନ୍ସଫର ଅଫ୍ ସର୍ଭିସିଂ ଆକାଉଣ୍ଟକୁ ଯାଆନ୍ତୁ ।

– ଏସବିଆଇର ଆକାଉଣ୍ଟ ହୋଇଥିଲେ ଆପେ ଆପେ ଟ୍ରାନ୍ସଫର କରାଯାଉଥିବା ଆକାଉଣ୍ଟ ସିଲେକ୍ଟ ହୋଇଯିବ ।

– ଏବେ ଯେଉଁ ବ୍ରାଞ୍ଚରେ ଆକାଉଣ୍ଟ ଟ୍ରାନ୍ସଫର କରିବାକୁ ଚାହୁଁଛନ୍ତି, ତାର ବ୍ରାଞ୍ଚ କୋଡ ଦିଅନ୍ତୁ ।

– ପରେ ‘ଗେଟ୍ ବ୍ରାଞ୍ଚ ନେମ’ର ବିକଳ୍ପ ବାଛନ୍ତୁ ଓ ନୂଆ ବ୍ରାଞ୍ଚ ସିଲେକ୍ଟ କରନ୍ତୁ ।

– ଏବେ ନୂଆ ବ୍ରାଞ୍ଚର ନାଁ ଦେବା ସହ ସବମିଟ୍ କରନ୍ତୁ ।

– ସବମିଟ ହେବା ପରେ ଆପଣଙ୍କ ଅନୁରୋଧ ରେଜିଷ୍ଟର ହେବ ।

Get real time updates directly on you device, subscribe now.