ଏକ୍ସପାରି ମୋବାଇଲରେ ଚାଲିବନି Whatsapp, କିଣିବାକୁ ପଡ଼ିବ ନୂଆ ଫୋନ୍! ଜାଣନ୍ତୁ କେଉଁ କେଉଁ ଫୋନରେ ସର୍ଭିସ୍ ବନ୍ଦ କରିବ କମ୍ପାନୀ

SAMSUNG, LG, SONY, HTC ଫୋନରେ କାମ କରିବନି ହ୍ୱାର୍ଟ୍ସଆପ୍ । କିଣିବାକୁ ପଡ଼ିବ ନୂଆ ଫୋନ୍

ନୂଆଦିଲ୍ଲୀ: ନୂଆବର୍ଷ ଆରମ୍ଭ ହୋଇସାରିଛି । ବର୍ଷ ବଦଳିବା ସହ ଅନେକ ପରିବର୍ତ୍ତନ ମଧ୍ୟ ଘଟିବା ଆରମ୍ଭ ହୋଇଯାଇଛି । ବହୁଳ ବ୍ୟବହାର କରାଯାଉଥିବା ହ୍ୱାର୍ଟ୍ସଆପ୍ ମଧ୍ୟ ନିଜ ନିୟମରେ କିଛିଟା ପରିବର୍ତ୍ତନ କରିଛି ।

ହ୍ୱର୍ଟ୍ସଆପ୍ କିଛି ଡିଭାଇସ୍ ଏବଂ ଆଣ୍ଡ୍ରଏଡ୍ ଭର୍ସନ ଉପରୁ ନିଜ ସପୋର୍ଟ ବନ୍ଦ କରି ଦେଇଛି । ଏହି ବର୍ଷଠାରୁ ହିଁ କମ୍ପାନୀ କିଛି ଅପରେଟିଂ ସିଷ୍ଟମବାଲା ସ୍ମାର୍ଟଫୋନ୍ ପାଇଁ ସପୋର୍ଟ ବନ୍ଦ କରିଦେଇଛି । ଏହାଦ୍ୱାରା ଲକ୍ଷାଧିକ ୟୁଜର ପ୍ରଭାବିତ ହେବେ ।

ଆଣ୍ଡ୍ରଏଡର ସବୁଠୁ ପୁରାଣା ଭର୍ସନ ଫୋନ୍ ବ୍ୟବହାର କରୁଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଏହା ପ୍ରଭାବ ପକାଇବ । ଯଦି କୌଣସି ଗ୍ରାହକ ଆଣ୍ଡ୍ରଏଡ୍ ଫୋନର କିଟକାଟ୍ ଭର୍ସନ୍ ବ୍ୟବହାର କରୁଥାନ୍ତି ତେବେ ସେ ଫୋନରେ ମଧ୍ୟ ହ୍ୱାର୍ଟ୍ସଆପ୍ ବନ୍ଦ ହୋଇଯିବ । ଏ ଫୋନ୍ ୧୦ ବର୍ଷ ପୂର୍ବେ ଆସିଥିଲା ।

ଏ ସମସ୍ୟାର ସମାଧାନ ପାଇଁ ନିଜ ଫୋନର ଆଣ୍ଡ୍ରଏଡ୍ ଭର୍ସନକୁ ଅପଡେଟ୍ କରିବାକୁ ପଡ଼ିବ ନଚେତ୍ ନୂଆ ସ୍ମାର୍ଟ ଫୋନ୍ କିଣିବାକୁ ପଡ଼ିବ । ତେବେ ହ୍ୱାର୍ଟ୍ସଆପ୍ ବନ୍ଦ ହେବାକୁ ଥିବା ଫୋନ୍ ଗୁଡ଼ିକ ହେଲା,

ଏଲ୍.ଜି- ଅପ୍ଟିମସ୍ ଜି, ନେକ୍ସସ୍ ୪, ଜି୨ ମିନି,ଏଲ୍ ୯୦

ସାମସଙ୍ଗ-ଗେଲେକ୍ସି ଏସ୍ ୩, ଗେଲେକ୍ସି ନୋଟ୍ ୨, ଗେଲେକ୍ସି ଏକ୍ ୩, ଗେଲେକ୍ସି ଏସ୍୪ ମିନି

ଏଚଟିସି-ୱାନ ଏକ୍ସ, ୱାନ-ଏକ୍ସପ୍ଲସ୍, ଡିଜାୟର ୫୦୦, ଡିଜାୟର ୬୦୧

ସୋନୀ-ଏକ୍ସପିରିୟା ଜେଡ୍, ଏକ୍ସପିରିୟା ଏସପି, ଏକ୍ସପିରିୟା ଟି, ଏକ୍ସପିରିୟା.ଭି

ମୋଟରୋଲା- ମୋଟୋ ଜି, ରାଜର ଏଚ୍ଡି, ମୋଟୋ ଇ ୨୦୧୪