fbpx

ବଡ ବଡ ଦେଶ ମାନିଲେ ହାର, ସୁଦାନରୁ ନାଗରିକମାନଙ୍କୁ ଉଦ୍ଧାର କଲା ଭାରତ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ଦଳ ପ୍ରଚାର କରିବାରେ ଲାଗି ରହିଛନ୍ତି । ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଦଳର ବିଜୟକୁ ନେଇ କର୍ଣ୍ଣାଟକର ବିଭିନ୍ନ ସ୍ଥାନରେ ରାଲି କରୁଛନ୍ତି । ତେବେ ଆଜି ବାଲାରିରେ ସେ କହିଛନ୍ତି ଯେ, ସୁଦାନ ଗୃହଯୁଦ୍ଧ ପରିସ୍ଥିତିରେ ବଡ ବଡ ଦେଶ ନିଜ ନାଗରିକମାନଙ୍କୁ ସ୍ଥାନାନ୍ତର କରିବାକୁ ମନା କରିଦେଇଥିବା ବେଳେ ଭାରତ ଏନେଇ ନିଜର ପ୍ରୟାସ ଜାରି ରଖିଥିଲା ।

ସୂଚନା ଅନ୍ୟୁାୟୀ, ସୁଦାନ ଗୃହଯୁଦ୍ଧରେ ଫସି ରହିଥିବା ଭାରତୀୟ ନାଗରିକ ମାନଙ୍କୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଅପରେସନ କାଭେରୀ ଆରମ୍ଭ ହୋଇଥିଲା । ଯେଉଁଠାରେ ବଡବଡ ଦେଶ ନିଜ ନାଗରିକ ମାନଙ୍କୁ ସେଠାରୁ ଆଣିବାକୁ ପଛ ଘୁଞ୍ଚା ଦେଇଥିଲେ । ସେହିପରି ୧୩୬୦ ଜଣ ନାଗରିକଙ୍କୁ ସ୍ୱଦେଶକୁ ଫେରାଇ ଅଣିଛନ୍ତି ଭାରତୀୟ ବାୟୁସେନା । ତେବେ କର୍ଣ୍ଣାଟକର ବାଲାରିରେ ଆଜି ଜନସଭାକୁ ସମ୍ବୋଧନ କରୁଥିବା ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସୁଦାନ ଗୃହଯୁଦ୍ଧ ସମୟରେ ଗୁଳି ବର୍ଷା ଏବଂ ବୋମା ବିସ୍ଫୋରଣ ହେତୁ ଘରୁ ମଧ୍ୟ ବାହାରି ହେଉନଥିଲା । ଆମର ହଜାର ହଜାର ଭାଇ ଭଉଣୀ ସେଠାରେ ଫସି ରହିଥିଲେ ।

ସେ ପୁଣି କହିଛନ୍ତି ଯେ, ସୁଦାନର ଏପରି ପରିସ୍ଥିତିରେ ବଡ ବଡ ଦେଶ ନିଜର ନାଗରିକ ମାନଙ୍କୁ ନେବା ପାଇଁ ମଧ୍ୟ ମନା କରିଦେଇଥିଲେ । ଏହା ସତ୍ତେ୍ୱ ଆମେ ଆମର ସଂପୂର୍ଣ୍ଣ ବାୟୁସେନା ନିୟୋଜିତ କରି ସେଠାରେ ଠିଆ ହୋଇଛୁ । ମାଆ କାଭେରୀଙ୍କ ଆର୍ଶୀବାଦରେ ଆମେ ‘ଅପରେସନ କାଭେରୀ’ ପରିଚାଳନା କରି ଆମର ଭାରତୀୟ ଭାଇ ଓ ଭଉଣୀ ମାନଙ୍କୁ ଫେରାଇ ଆଣିଛୁ । ଖାଲି ଏତିକି ନୁହେଁ ରୁଷ-ୟୁକ୍ରେନରେ ଚାଲିଥିବା ସମୟ ଠାରୁ ନେଇ ସିରିଆ ତୁର୍କୀର ଭୁମିକମ୍ପ ପରିସ୍ଥିତିରେ ମଧ୍ୟ ଭାରତ ନିଜର କ୍ଷମତା ପ୍ରଦର୍ଶନ କରିଛି ।

Get real time updates directly on you device, subscribe now.