fbpx

ରାଗକୁ କଣ୍ଟ୍ରୋଲ କରିବାକୁ ଚାହୁଁଥିଲେ କରନ୍ତୁ ଏହି କାମ, ଜମା ବି ବଢ଼ିବନି ଟେନସନ୍

ଶରୀର ପାଇଁ ରାଗ ବିଲକୁଲ ଠିକ୍ ନୁହେଁ ବୋଲି ତ ସମସ୍ତେ ଜାଣନ୍ତି । କିନ୍ତୁ ଅନେକ ଥର ମଣିଷକୁ କିଛି କଥା ଖରାପ ଲାଗିଯାଏ, ଯାହାଫଳରେ ସେ ରାଗିବାକୁ ବାଧ୍ୟ ହୋଇଥାଏ । ରାଗିବା ଦ୍ୱାରା ଷ୍ଟ୍ରେସ୍ ହରମୋନ୍ ଅଧିକ ହେବାରେ ଲାଗେ, ଯେଉଁଥିରେ ଟେନସନ୍ ବଢ଼ିଥାଏ । ଏପରି ପରିସ୍ଥିତିରେ ଆପଣଙ୍କ ବ୍ଲଡ଼ ପ୍ରେସର ମଧ୍ୟ ବଢ଼ିପାରେ, ଫଳରେ ବ୍ରେନ୍ ଷ୍ଟ୍ରୋକ୍ ଓ ବ୍ରେନ୍ ହାମରେଜର ସମସ୍ୟା ହୋଇପାରେ । ଏଥିରୁ ରକ୍ଷା ପାଇବା ପାଇଁ ଆପଣଙ୍କୁ ଖୁସିରେ ରହିବା ଓ ରାଗକୁ ଶାନ୍ତ କରିବା ଦିଗରେ ଅଧିକ ଯତ୍ନବାନ୍ ହେବାକୁ ପଡିବ । ତେବେ ଆସନ୍ତୁ କିଛି ଟିପ୍ସ ବିଷୟରେ, ଯାହା ମାଧ୍ୟମରେ ଆପଣ ଏପରି ସମସ୍ୟାକୁ ଏଡ଼ାଇପାରିବେ ଓ ଖୁସିରେ ରହିବେ ।

ଯୋଗ କରିବାର ଅଭ୍ୟାସ :-
ଯୋଗ ଦ୍ୱାରା ରାଗ ବା କ୍ରୋଧକୁ ଶାନ୍ତ କରାଯାଇ ପାରିବ । ଯଦି ଆପଣଙ୍କୁ ବି ଅଧିକ ରାଗ ଆସୁଛି, ତେବେ ଆପଣ ଦୈନନ୍ଦିତ ଅଭ୍ୟାସରେ ଯୋଗ କରିବା ଅଭ୍ୟାସ ସାମିଲ କରନ୍ତ

ପ୍ରତିଦିନ ବ୍ୟାୟାମ କରିବା:-
ଏହା ବ୍ୟତୀତ ଯଦି ଆପଣ ବ୍ୟାୟାମ କରନ୍ତି, ତେବେ ଆପଣ ରାଗ କମ୍ ହୋଇଯିବ । ପ୍ରାରମ୍ଭରେ ଆପଣ ଅଳ୍ପ ଚାଲିବା ଆରମ୍ଭ କରିପାରିବେ । ଏଥିରେ ଆପଣଙ୍କ ଷ୍ଟ୍ରେସ୍ ହରମୋନ୍ ହ୍ରାସ ହେବ ଓ ଆପଣ ଖୁସି ରହିବେ ।

ମେଡିଟେସନ୍ କରନ୍ତୁ:-
କୁହାଯାଏ କି, ମେଡିଟେସନ ବା ଧ୍ୟାନ ହେଉଛି ସମସ୍ତ ସମସ୍ୟାର ଉପଶମ । ଯେତେବେଳେ ଆପଣ ଧ୍ୟାନ କରନ୍ତି, ସେବେେ ଅନେକ ବଡ଼ ରୋଗ ଆପଣଙ୍କଠାରୁ ଦୂରେଇ ଯାଏ ।

ଦୀର୍ଘ ନିଶ୍ୱାସ ନିଅନ୍ତୁ:-
ଏହା ବ୍ୟତୀତ ସମସ୍ତେ ଜାଣନ୍ତି କି, ଯେତେବେଳେ ଆପଣ ଅତ୍ୟଧିକ ରାଗିଯାଆନ୍ତିି, ସେତେବେଳେ ଏକ ଦୀର୍ଘ ନିଶ୍ୱାସ ନେବା ଉଚିତ୍ । ଏହା କରିବା ଦ୍ୱାରା ଆପଣଙ୍କର ବ୍ଲଡ଼ ପ୍ରେସର ବା ବିପି ବଢ଼ିନଥାଏ ।

ଗୀତ ଶୁଣ:-
ଭଲ ଗୀତ ଆପଣଙ୍କ ମୁଡ଼କୁ ସତେଜ କରିଥାଏ । ଅର୍ଥାତ୍ ଆପଣ ଭଲ ଗୀତ ଶୁଣିବା ଦ୍ୱାରା ଆପଣଙ୍କର ଟେନସନ୍ କମ୍ ହୋଇଯିବ । ପ୍ରେରଣାଦାୟକ ଗୀତ ଶୁଣିବାକୁ ଚେଷ୍ଟା କରନ୍ତୁ । ଏହି ସମୟରେ ଆପଣ ଭକ୍ତି ଗୀତ ମଧ୍ୟ ଶୁଣିପାରିବେ ।

Get real time updates directly on you device, subscribe now.