fbpx

ଅଲିଭ,ରିଫାଇନ ନା ସୋରିଷ ତେଲ…ଆପଣଙ୍କ ଶରୀର ପାଇଁ କେଉଁ ତେଲ ସର୍ବୋତ୍ତମ, ଜାଣନ୍ତୁ

Advertisement

ନୂଆଦିଲ୍ଲୀ: ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ଖାଦ୍ୟରେ ପୃଷ୍ଟିକର ତତ୍ତ୍ୱ ରକ୍ଷା କରିବା ପାଇଁ ସନ୍ତୁଳିତ ପରିମାଣର ତେଲ ବ୍ୟବହାର ମଧ୍ୟ ଆବଶ୍ୟକ। ଯଦି ଆପଣ ପ୍ରତିଦିନ ଅଳ୍ପ ପରିମାଣର ତେଲ ବ୍ୟବହାର କରନ୍ତି, ତେବେ କୌଣସି ତେଲ ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ। ଖାଦ୍ୟରେ ତେଲର ବ୍ୟବହାର ବୃଦ୍ଧି ହେଲେ ଅସୁବିଧା ଉପୁଜେ। ମନେରଖିବାକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ପ୍ରତ୍ୟେକ ରନ୍ଧନ ତେଲରେ ଏକ ପ୍ରକାରର ସ୍ମୋକିଙ୍ଗ ପାଉଡର ଥାଏ । ଯାହା ତାପମାତ୍ରା ସଂସ୍ପର୍ଶରେ ଆସିଲେ ତେଲରେ ଅକ୍ସିଡାଇଜ୍ ହେବା ଆରମ୍ଭ କରେ। ଆଉ ଏହି ରେଡିକାଲ୍ ଶରୀର ପାଇଁ କ୍ଷତିକାରକ ବୋଲି ବିବେଚନା କରାଯାଏ ।

ଯେପରି ଆମେ ସମସ୍ତେ ବିଶୋଧିତ ତେଲ ବ୍ୟବହାର କରୁ, କିନ୍ତୁ ଏଠାରେ ମନେରଖ ଯେ ସେମାନଙ୍କର ପ୍ରକ୍ରିୟାକରଣ ସମୟରେ ସେମାନଙ୍କର ଅଧିକାଂଶ ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଇଛି।

ସେଥିପାଇଁ ସେମାନଙ୍କୁ ଯତ୍ନର ସହିତ ବ୍ୟବହାର କରିବାକୁ ପଡିବ । ଆପଣତ ଘରେ ସୋରିଷ ତେଲ ଆଉ ରିଫାଇନ ତେଲ ବ୍ୟବହାର କାଉଥିବେ କିନ୍ତୁ ଏହାକୁ ବାଦ ଦେଲେ ଆପଣ ଅଲିଭ୍ ତେଲ ହେଉ ଅବା ସୂର୍ଯ୍ୟମୁଖୀ ଭଳି ଅନ୍ୟ ସବୁ ତେଲ ବ୍ୟବହାର କରିପାରିବେ । ଅଲିଭ୍ ତେଲ ଭିଟାମିନ୍-ଇ ଭରପୂର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଛି । ଅଧିକ ପରିମାଣର ମୋନୋସାଟୁରେଟେଡ୍ ଫ୍ୟାଟ୍ ହେତୁ ଏହାର ଆଣ୍ଟିକାର୍କିନୋଜେନିକ୍ ଗୁଣ ମଧ୍ୟ ଥାଏ । ଏହା ଖରାପ କୋଲେଷ୍ଟ୍ରଲ ହ୍ରାସ କରି ହୃଦୟର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ମଧ୍ୟ ସାହାଯ୍ୟ କରିଥାଏ ।

ଫ୍ଲେକ୍ସସିଡ୍ ତେଲ ମଧ୍ୟ ଅନେକ ଗୁଣରେ ପରିପୂର୍ଣ୍ଣ । ଏହାର ସବୁଠାରୁ ବଡ ଲାଭ ହେଉଛି ଏଥିରେ ଓମେଗା -୩ ଫ୍ୟାଟି ଏସିଡ୍ ଭରପୂର ଅଟେ। ଯାହା ସାଧାରଣତଃ ଏକ ଶାକାହାରୀ ଖାଦ୍ୟରେ ବହୁତ କମ୍ ପରିମାଣରେ ମିଳିଥାଏ । ଏହା ବିଶେଷ ଭାବରେ ଆର୍ଥ୍ରାଇଟିସର ଲକ୍ଷଣକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏଥିସହ ଏଥିରେ ବିଶେଷ ଭାବରେ ଓମେଗା ଫ୍ୟାଟି ଏସିଡ୍ ମଧ୍ୟ ରହିଥାଏ ଯାହା ହୃଦୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଆଜିକାଲି ସ୍ୱାସ୍ଥ୍ୟ ସଚେତନ ବ୍ୟକ୍ତିଙ୍କ ପାଇଁ ରାଇସ ବ୍ୟାନ ତେଲ ମଧ୍ୟ ଏକ ବିକଳ୍ପ ଅଟେ । ଏହା କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ କରିବା ସହିତ ଏହା ହୃଦରୋଗକୁ ମଧ୍ୟ ରୋକିଥାଏ ଏବଂ ଟାଇପ-୨ ଡାଇବେଟିସର ଆଶଙ୍କା ହ୍ରାସ କରିଥାଏ ।

Get real time updates directly on you device, subscribe now.