fbpx

କିଏ ଭାଙ୍ଗିଲା ଜଗନ୍ନାଥଙ୍କ ଚୁଲି? ଯୋଜନାବଦ୍ଧ ଭାବେ ଏକାଧିକ..

ପୁରୀ(ଓଡ଼ିଶା ଭାସ୍କର): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରୋଷଘର ଚୁଲି ଭାଙ୍ଗିବା ଘଟଣାର ଆରମ୍ଭ ହୋଇଛି ତଦନ୍ତ ପ୍ରକ୍ରିୟା । ଶ୍ରୀମନ୍ଦିରରେ କିଏ ପ୍ରଭୁ ଜଗନ୍ନାଥଙ୍କ ଚୁଲି ଭାଙ୍ଗିଲା ବୋଲି ଏବେ ପ୍ରଶ୍ନ ଉଠୁଛି । ଦୁଇ ଗୋଷ୍ଠୀଙ୍କ ବିବାଦ ପାଇଁ ଜଗନ୍ନାଥଙ୍କ ଚୁଲି ଭାଙ୍ଗିଥିବା ସୂଚନା ମିଳିଛି । ରାତି ପ୍ରାୟ ସାଢ଼େ ୧୧ଟା କି ୧୨ଟା ପରେ ଚୁଲି ଭଙ୍ଗାଯାଇଥିବା ସୂଚନା ମିଳିଛି । ଏକାଧିକ ବ୍ୟକ୍ତି ଚୁଲି ଭାଙ୍ଗିଥିବା ଜଣାପଡିଛି । ଶାବଳରେ ଚୁଲି ଗୁଡ଼ିକ ଭଙ୍ଗାଯାଇଥିବା ସୂଚନା ମିଳିଛି । ଯୋଜନା କରି ଚୁଲି ଭଙ୍ଗାଯାଇଥିବା ଜଣାପଡିଛି । ପହଡ଼ ପୂର୍ବରୁ ଚୁଲି ଭାଙ୍ଗିବା ପାଇଁ ସେମାନେ ମନ୍ଦିର ଭିତରେ ଲୁଚି ରହିଥିଲେ ।

ତେବେ ପହଡ଼ ପଡ଼ିବା ପରେ ଜଗନ୍ନାଥ ମନ୍ଦିରରେ ପ୍ରବେଶ ମନା ହୋଇଛି । ରାତି ସାଢ଼େ ୧୧ଟାରେ ସେ ଦିନ ରୋଷଘର ନୀତି ଶେଷ ହୋଇଥିଲା । ତା’ପରେ ରୋଷଘରକୁ ଏକାଧିକ ବ୍ୟକ୍ତି ପ୍ରବେଶ କରିଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ଏସମ୍ପର୍କରେ ଅନୁସନ୍ଧାନ କରୁଛି । ଦୋଷୀ ବ୍ୟକ୍ତିଙ୍କ ଉପରେ କାର୍ଯାନୁଷ୍ଠାନ ଗ୍ରହଣ କରାଯାଇପାରେ । ଶ୍ରୀମନ୍ଦିର ରୋଷଘରେ ୪୦ଟି ଚୁଲି ଭାଙ୍ଗିରୁଜି ଯାଇଥିଲା । କିଏ ଓ କାହିଁକି ଏହି ଚୁଲାଗୁଡ଼ିକୁ ଭାଙ୍ଗିଲା ସେନେଇ କିଛି ସ୍ପଷ୍ଟ ଭାବେ ଜଣାପଡ଼ି ନଥିଲା । ତେଣୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତଦନ୍ତ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା ।

Get real time updates directly on you device, subscribe now.