fbpx

ବଦଳିଯିବ ରାସନ ଦୋକାନର ପୂରା ସିଷ୍ଟମ! ଫାଇଦାରେ ରହିବେ ହୀତାଧିକାରୀ

ନୂଆଦିଲ୍ଲୀ: ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଆସିଛି ବଡ଼ ଖବର । ରାସନ ଦୋକାନଗୁଡ଼ିକର ବ୍ୟବସ୍ଥାକୁ ସଂପୂର୍ଣ୍ଣ ରୂପେ ବଦଳାଇବାକୁ ବିଚାର କରୁଛନ୍ତି ସରକାର । ଏବେ ରାସନ ଦୋକାନ ଉପରେ ନଜର ରଖିବା ପାଇଁ ସିସିଟିଭି ଲଗାଇବା ନେଇ ପ୍ରସ୍ତୁତି ଚାଲିଛି । ଏହା ବ୍ୟତୀତ ହେଲ୍ପଲାଇନ ନମ୍ବରର ସିଷ୍ଟମ ମଧ୍ୟ ପୂର୍ବ ଅପେକ୍ଷା ଭଲ ହେବ ବୋଲି ଆଶା କରାଯାଉଛି । ସଂସଦର ଏକ କମିଟି ଏହାକୁ ସୁପାରିଶ କରିଛି ।

ତେବେ ସଂସଦର ଏକ ସ୍ଥାୟୀ ସମିତି ସାର୍ବଜନୀନ ବିତରଣ ପ୍ରଣାଳୀ(ପିଡିଏସ)ର ହିତାଧିକାରୀଙ୍କ ଅଭିଯୋଗର ସମାଧାନ କରିବାକୁ ‘ହେଲ୍ପଲାଇନ୍ ନମ୍ବର’ ସିଷ୍ଟମରେ ଉନ୍ନତି ଆଣିବା ଓ ରାସନ ଦୋକାନରୁ ସାମଗ୍ରୀର କଳାବଜାରୀ ଉପରେ ନଜର ରଖିବାକୁ ସିସିଟିଭି କ୍ୟାମେରା ଲଗାଇବାକୁ ସୁପାରିଶ କରିଛି । ଖାଦ୍ୟ ଏବଂ ଉପଭୋକ୍ତା ବ୍ୟାପାର ଏବଂ ସାଧାରଣ ବଣ୍ଟନ ଉପରେ ସଂସଦୀୟ ଷ୍ଟାଣ୍ଡିଂ କମିଟି ମଧ୍ୟ ସୁପାରିଶ କରିଛି ଯେ, ଦୋକାନଗୁଡିକ ଉପରେ ନଜର ରଖିବା ପାଇଁ ସରକାର ନିରପେକ୍ଷ ଯାଞ୍ଚ ପାଇଁ ବ୍ୟବସ୍ଥା କରିବା ଉଚିତ୍ ।

ଏହା ସହ କମିଟି କହିଛି ଯେ, ବିଭିନ୍ନ ରାଜ୍ୟରେ ୧୯୬୭ ଏବଂ ୧୮୦୦ ଟେଲିଫୋନ୍ ନମ୍ବର ମାଧ୍ୟମରେ ୨୪ ଘଣ୍ଟିଆ ଅଭିଯୋଗ ସମାଧାନର ବ୍ୟବସ୍ଥା ରହିଛି । କିନ୍ତୁ ଏହା ହିତାଧିକାରୀଙ୍କ ଦୈନନ୍ଦିନ ସମସ୍ୟାର ସମାଧାନ କରିବାରେ ସହାୟକ ହେଉନି । ରିପୋର୍ଟ ଅନୁଯାୟୀ, ‘ ସମସ୍ତେ ଜାଣନ୍ତି ଯେ ଏହି ଟୋଲ୍ ଫ୍ରି ନମ୍ବର ହିତାଧିକାରୀଙ୍କ ଆବଶ୍ୟକତା ଅନୁଯାୟୀ କାମ କରୁନାହିଁ ଏବଂ ଅଧିକାଂଶ ସମୟରେ ସମ୍ପୃକ୍ତ ଅଧିକାରୀମାନେ କଲ୍ ଉଠାଉ ନାହାନ୍ତି ।’

Get real time updates directly on you device, subscribe now.