ଶୀତଦିନ ଆସି ପହଁଚି ସାରିଲାଣି, ଥଣ୍ଡା ମଧ୍ୟ ପଡିସାରିଛି । ଶୀତ ହେବାରୁ ଆମ ରୁମମୂଳ ମଧ୍ୟ ଟାଙ୍କୁରୀ ଉଠୁଛି । ସେହିପରି ଶୀତରୁ କେତେବେଳେ ଆମକୁ ଅଧିକ ଥଣ୍ଡା ଲାଗୁଛି ତ କେତେବେଳେ କମ । ହେଲେ କଣ ପାଇଁ ହେଉଛି ଆପଣ ଜାଣିଛନ୍ତି କି? ଏହି ପ୍ରାକୃତିକ ପ୍ରକ୍ରିୟାର କାରଣ କଣ ରହିଛି ଆସନ୍ତୁ ଜାଣିବା । ପ୍ରଥମେ ମନରୁ କାଢି ଦିଅନ୍ତୁ ଥଣ୍ଡା ସମସ୍ତଙ୍କୁ ଏକ ସାଙ୍ଗରେ ହେଉଛି । କେଉଁ ଲୋକଙ୍କୁ କମ ଲାଗୁଛି ତ କାହାକୁ ଅଧିକ ଥଣ୍ଡା ଲାଗୁଛି । କାହାକୁ ମଧ୍ୟ ବିଲକୁଲ ଥଣ୍ଡା ଲାଗୁ ନାହିଁ । ଶୀତ ପ୍ରତ୍ୟେକ ମଣିଷଙ୍କ ଶରୀରକୁ ନେଇ ହେଇଥାଏ । ଚାଲି-ଚଳଣୀ ଏବଂ ଖାଦ୍ୟପେୟ ପାଇଁ ମଣିଷଙ୍କୁ ଶୀତ ଲାଗିଥାଏ । ସର୍ବପ୍ରଥମେ ଶରୀରର ତ୍ୱାଚାରେ ପ୍ରଥମେ ଶୀତ ଅନୁଭୁତ ହୁଏ ।
ଆମ ଶରୀରର ତ୍ୱାଚା ବା ସ୍କିନର ତଳେ ଏକ ଥର୍ମୋ-ରିସେପ୍ଟର-ନର୍ଭସ୍ ଅଛି ।ଏହା ମସ୍ତିଷ୍କକୁ ତରଙ୍ଗ ରୂପରେ ମେସେଜ ପଠାଇଥାଏ । ଏହା ଆମ ମସ୍ତିଷ୍କକୁ ଏହା ପଠାଏ ଯେ, ଆମକୁ ଥଣ୍ଡା ଲାଗୁଛି କି ଗରମ ଲାଗୁଛି । ଏହା ସାଧାରଣତଃ ଏକ ସାମାନ୍ୟ ଅନୁଭବ ଯାହା ବିଭିନ୍ନ ମାନବ ଶରୀରରେ ବିଭିନ୍ନ ସ୍ତରରେ ଅନୁଭବ ହୋଇଥାଏ ।
ଥଣ୍ଡା ଲାଗିବାପରେ ପୁରା ଶରୀର ନିଜକୁ ସମ୍ଭାଳିବାରେ ଲାଗିଯାଏ । ଯେତେବେଳେ ତ୍ୱାଚାରୁ ବାହାରୁଥିବା ତରଙ୍ଗ ମସ୍ତିଷ୍କର ହାଇପୋଥେଲେମସ୍ ରେ ପହଁଚିଥାଏ ସେତେବେଳେ ଶରୀରରେ ଥିବା ଅନ୍ଧରୂପି ଉତ୍ତାପ ଏବଂ ପରିବେଶକୁ ସନ୍ତୁଳନ କରିଥାଏ । ଏହି ସନ୍ତୁଳନ ହେବାର ପ୍ରଥମ ପ୍ରତିକ୍ରିୟା ହେଉଛି ରୂମ ଟାଙ୍କୁରୀ ଉଠିବା । କାରଣ ତାହାର ଠିକ ତଳେ ମାଂସପେଶୀର ସଂକୋଚନ ହୋଇଥାଏ । ଆପଣଙ୍କ ଶରୀରରେ ଥିବା ରୂମର ସ୍ତର ଆପଣଙ୍କୁ ସର୍ବଦା ଥଣ୍ଡାରୁ ବଂଚାଇଥାଏ ।
ଶୀତଦିନେ ଯଦି ପାରା ଅଧିକ ଖସିଯାଏ ତେବେ ଶରୀରର କିଛି ଅଂଶ କାମ କରି ନଥାଏ । ଏହି ଅଧିକ ଥଣ୍ଡାରେ ହାଇପୋଥର୍ମିଆ ହୋଇଯାଏ ଫଳରେ ଲୋକର ପ୍ରାଣ ହାନୀ ଘଟିଥାଏ । ଶରୀର ଥଣ୍ଡା ଅନୁଭବ କରୁଥିବା ବେଳେ ମସ୍ତିଷ୍କ ଏହି ତାପମାତ୍ରା ତଳକୁ ଖସାଇବାକୁ ରୋକିଥାଏ । ମସ୍ତିଷ୍କ ଆମ ଶରୀରକୁ ନିର୍ଦ୍ଦେଶ ଦେଇଥାଏ ଯେ, ପାରଦ ଖସୁଛି ଏବଂ ଏହାକୁ ସନ୍ତୁଳିତ କର । ସେତେବେଳେ ଶରୀରରେ ଥିବା ସମସ୍ତ ମାଂସପେଶୀ ଏବଂ ଅଙ୍ଗ ନିଜ କାମର ଗତିକୁ ଧିମା କରିଦେଇଥାନ୍ତି । ଗତି ଧିମା ହେବାରେ ମେଟାବୋଲିକ ହିଟ ଜନ୍ମ ନେଇଥାଏ । ଯାହାଦ୍ୱାରା ଆମ ଶରୀରକୁ ଏହା ଗରମ କରିବାରେ ସାହାଯ୍ୟ କରିଥାଏ ।
ଯେତେବେଳେ ଶୀତରୁ ତୁମ ଶରୀର କମ୍ପନ ହେଉଛି ସେତେବେଳେ ଶରୀରର ରକ୍ତଭଣ୍ଡାର ଗୁଡ଼ିକ ସଂକୀର୍ଣ୍ଣ ହୁଏ । ସଂକୋଚନ ରକ୍ତ ପ୍ରବାହ ଏବଂ ଏହାର ଉତ୍ତପ୍ତକୁ ମନ୍ଥର କରିଥାଏ । ସେମାନଙ୍କୁ ଥଣ୍ଡାରେ ଚର୍ମ ଭିତରେ ପହଁଚିବାକୁ ରୋକିଥାଏ । ଏହି କାରଣରୁ ପ୍ରତ୍ୟେକ ଅଙ୍ଗର ଉତ୍ତାପ ଏହାର ଚାରିପାଖରେ ରହିଥାଏ । ଫଳରେ ଆମ ଶରୀର ଶୀତରେ ରକ୍ଷା ପାଇଥାଏ । ସେଥିପାଇଁ ଆପଣଙ୍କୁ ବାହାରୁ ଶୀତ ଅନୁଭୁତ ହୁଏ ହେଲେ ଭିତରେ ଏହା ସୁରକ୍ଷିତ ରଖିଥାଏ ।
ଯଦି ଆପଣ ହାଲୁକା କପଡା ପିନ୍ଧି କେଉଁ ବରଫ ଭଳି ଥଣ୍ଡା ଯାଗାରେ ପହଁଚି ଯାଇଛନ୍ତି ବା ବରଫରେ ଦବି ଯାଇଛନ୍ତି ତେବେ ଆମ ଶରୀର ସେହି କମ୍ ତାପମାତ୍ରା ହିସାବରେ ସନ୍ତୁଳନ କରିବାରେ ଲାଗିଥାଏ । ଯେତେବେଳେ ବାହାର ତାପମାତ୍ରା ଅମ ଶରୀର ତାପମାତ୍ରା ପର୍ଯ୍ୟନ୍ତ ପାଖାପାଖି ପହଁଚିଯାଏ ସେତେବେଳେ ଆମକୁ ଥଣ୍ଡା ଲାଗିବା ବନ୍ଦ ହୋଇଯାଏ । ପରେ ହାଇପୋଥେଲାମସ୍ ସନ୍ଦେସ ପଠାଏ ବର୍ତ୍ତମାନ ପାଗ ବଦଳି ଯାଇଛି । ଏହାପରେ ମସ୍ତଷ୍କ ଶରୀରକୁ ମେସେଜ ଦେଇଥାଏ ଯେ, ବର୍ତ୍ତମାନ ସବୁ କଣ୍ଟ୍ରୋଲ ଅଛି, ଠିକରେ ସବୁ କାମ କର ।