fbpx

ବିସ୍କୁଟରେ କାହିଁକି ଥାଏ କଣା? କାରଣ ରହିଛି ଖୁବ ମଜାଦାର

ଭୁବନେଶ୍ୱର: ପିଲାଠାରୁ ବୁଢା ପ୍ରାୟ ସମସ୍ତେ ବିସ୍କୁଟ ଖାଇବା ପାଇଁ ଖୁବ ପସନ୍ଦ କରିଥାନ୍ତି । କେହି ଚା ସହ ତ କେହି ସ୍ନାକସ ଭାବେ ବିସ୍କୁଟର ମଜା ନେଇଥାନ୍ତି । ଯେତେବେଳେ ଭୋକ ଲାଗେ କିଛି ଥାଉ କି ନଥାଉ ପାଖରେ ବିସ୍କୁଟ ଥିଲେ ସବୁ ଚିନ୍ତା ସରିଲା । ତେବେ ବିସ୍କୁଟ ଆମ ପ୍ରତିଦିନର ସାଥୀ କହିଲେ ବୋଧହୁଏ କିଛି ଭୁଲ ହେବନି । କିନ୍ତୁ ଅନେକ ବିସ୍କୁଟରେ କଣା ରହିଥିବା ଆପଣ ଲକ୍ଷ କରିଥିବେ ନିଶ୍ଚୟ । ତେବେ ବିସ୍କୁଟରେ ଏହି କଣା କାହିଁକି ଥାଏ ଆପଣ ଭାବିଛନ୍ତି । କେବେ ଚିନ୍ତା କରିଛନ୍ତି ବିସ୍କୁଟରେ ଏଭଳି କଣା ରହିବାର କାରଣ କ’ଣ ? ତେବେ ଆସନ୍ତୁ ଜାଣିବା ଏହି ମଜାଦାର ରହସ୍ୟ ବିଷୟରେ ..

11 Biscuits That Complete India's Tea Time Affair

ଆପଣ ଅନେକ କମ୍ପାନୀର ବିଭିନ୍ନ ପ୍ରକାରର ବିସ୍କୁଟ ଖାଇଥିବେ ଏବଂ ଦେଖିଥିବେ ମଧ୍ୟ । ଏମିତି ଅନେକ ବିସ୍କୁଟ ରହିଛି ଯେଉଁଥିରେ କଣା ତିବା ଆପଣ ଲକ୍ଷ୍ୟ କରିଥିବେ । ସମସ୍ତଙ୍କ ପରି ଆପଣଙ୍କୁ ହୁଏତ ଲାଗୁଥିବ କି ଏହା ହୁଏତ ବିସ୍କୁଟର ଡିଜାଇନ । କିନ୍ତୁ ନାଁ । ପ୍ରକୃତ କଥା ହେଉଛି ବିସ୍କୁଟରେ କଣା କରିବା ପଛରେ ଏହାର ମ୍ୟାନୁଫ୍ୟାକ୍ଚରିଙ୍ଗର ଏକ ବଡ ଜରୁରୀ କାରଣ ଲୁଚି ରହିଥାଏ । ଏହା ପଛରେ ବି ଗୋଟିଏ ସାଇନ୍ସ ରହିଛି । ବିସ୍କୁଟରେ କଣା ହେବାକୁ ଡାକର୍ସ କୁହାଯାଏ । ବିସ୍କୁଟରେ କଣା କରିବାର କାରଣ ବି କିଛି ରୋମାଞ୍ଚକର ରହିଛି । ପ୍ରକୃତରେ ବିସ୍କୁଟରେ କଣା ଏଥିପାଇଁ ଛାଡି ଦିଆଯାଏ ଯାହାଦ୍ୱାରା ବେକିଙ୍ଗ ସମୟରେ ଏହି କଣା ବାଟରେ ପବନ ଅତିକ୍ରମ କରିପାରିବ ।

ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସିବ ଏହି ପବନ ପାସ କରିବା କାହିଁକି ଜରୁରୀ ? କାରଣ ବିସ୍କୁଟ ତିଆରି ପାଇଁ ଅଟା, ମଇଦା, ଚିନି, ଲୁଣ ଛଡା ଯାହା ବି ସାମଗ୍ରୀ ରହିଥାଏ ସେସବୁକୁ ଖେଳାଇ କରି ଏକ ମେସିନରେ ରଖି ଦିଆଯାଏ । ଏହାପରେ ମେସିନ ସେଥିରେ କଣା କରିଦେଇଥାଏ । ଫ୍ୟାକ୍ଟ୍ରି ଗୁଡିକରେ ଏତେ ସବୁ ହାଇଟେକ ମସିନ ରହିଛି କି ବିସ୍କୁଟରେ ସମାନ ଦୂରରେ କଣା ହୋଇପାରେ । ଯାହା ଫଳରେ ଲୋକଙ୍କୁ ଲାଗିଥାଏ କି ଏହା ଏକ ଡିଜାଇନ ଅଟେ । କଣା ହେବା କାରଣରୁ ବିସ୍କୁଟ ଠିକରେ ଫୁଲିଥାଏ ଓ ଠିକ ଭାବରେ ତିଆରି ମଧ୍ୟ ହୋଇଥାଏ । ଯଦି ଏହି କଣା ହେବ ନାହିଁ ତେବେ ବିସ୍କୁଟରୁ ହିଟ ଓ ପବନ ବାହାରି ପାରିବ ନାହିଁ । ଫଳରେ ବିସ୍କୁଟର ଆକାର ବିଗିଡିବା ସହ ଏହା ଫାଟିବାରେ ଲାଗିଥାଏ ।

Get real time updates directly on you device, subscribe now.