fbpx

ମହିଳାଙ୍କୁ ନେଇ ତାଲିବାନର ଘୋଷଣା- ‘ଆଫଗାନିସ୍ତାନରେ ସହ ଶିକ୍ଷା ବ୍ୟାନ୍’

କାବୁଲ: ଆଫଗାନିସ୍ତାନରେ ତାଲିବାନର କବଜା ପରେ ମହିଳାଙ୍କ ଉପରେ ଅତ୍ୟାଚାର ବଢ଼ିବାରେ ଲାଗିଛି । ଆଫଗାନିସ୍ତାନରେ ସମ୍ପୂର୍ଣ୍ଣ ସ୍ୱାଧିନତା ଦେବାର ପ୍ରତିଶ୍ରୁତି ପରେ ବି ପୁଣି ପୁରୁଣା ଢ଼ାଞ୍ଚାକୁ ଆସିଛି ତାଲିବାନ୍ । ଏହାରି ମଧ୍ୟରେ ତାଲିବାନର କାର୍ଯ୍ୟନିର୍ବାହୀ ଉଚ୍ଚଶିକ୍ଷା ମନ୍ତ୍ରୀ ମହିଳାଙ୍କୁ ନେଇ ବଡ଼ ଘୋଷଣା କରିଛନ୍ତି । ଆଫଗାନିସ୍ତାନରେ ସହ ଶିକ୍ଷା ବ୍ୟସ୍ଥା ଉପରେ ରୋକ୍ ଲଗାଇଛି ତାଲିବାନ୍ ।

ଉଚ୍ଚଶିକ୍ଷା ମନ୍ତ୍ରୀ ଅବଦୁଲ ବାକି ହକ୍କାନୀ କହିଛନ୍ତି ଯେ, ‘ତାଲିବାନ୍ ଶାସନରେ ମହିଳାମାନେ ବିଶ୍ୱ ବିଦ୍ୟାଳୟରେ ପଢ଼ିପାରିବେ । କିନ୍ତୁ ଏହି ସମୟରେ ଝିଅ-ପୁଅ ଏକାଠି ବସି ପାଠ ପଢ଼ିପାରିବେନି । ଏହା ସହ ଝିଅମାନଙ୍କୁ ପୁରୁଷ ଶିକ୍ଷକ ପାଠ ପଢ଼ାଇବା ସମ୍ପୂର୍ଣ୍ଣ ବାରଣ କରାଯାଇଛି ।’

Get real time updates directly on you device, subscribe now.