fbpx

ମହିଳାମାନେ ଘରେ ବସି ଆରମ୍ଭ କରନ୍ତୁ ବ୍ୟବସାୟ : କରିବେ ମୋଟା ଅଙ୍କର ରୋଜଗାର

ନୂଆଦିଲ୍ଲୀ : ସାଧାରଣତଃ ଟଙ୍କା ପାଇଁ ମହିଳାମାନେ ଅନ୍ୟ ଉପରେ ନିର୍ଭରଶୀଳ ହୋଇ ରହିଥାନ୍ତି । ଯାହା କି ଆଦୌ ଠିକ ନୁହେଁ । ଆପଣ ଗୃହିଣୀ ହୁଅନ୍ତୁ ନା କାହିଁକି, ନିଜର ଆବଶ୍ୟକତା ପୂରଣ କରିବା ପାଇଁ ନିଜ ପାଖରେ କିଛି ଟଙ୍କା ଥିବା ନିହାତି ଆବଶ୍ୟକ । ଯଦି ଆପଣ ଗୃହିଣୀ ଆଉ ନିଜର ଆବଶ୍ୟକତା ପୂରଣ ପାଇଁ କିମ୍ବା ନିଜର ଖର୍ଚ୍ଚ ପାଇଁ କାହା ଉପରେ ନିର୍ଭର ହେବାକୁ ଚାହାନ୍ତି ନାହିଁ । ତେବେ ଆମେ ଆପଣଙ୍କୁ କିଛି ବ୍ୟବସାୟ କହିବୁ , ଯାହାକୁ ଆପଣ ଘରେ ରହି ଆରମ୍ଭ କରି ପାରିବେ । ଏହି ବ୍ୟବସାୟ ଦ୍ୱାରା ଆପଣ ଭଲ ଟଙ୍କା ମଧ୍ୟ ରୋଜଗାର କରି ପାରିବେ ।

ଆମେ ଆପଣଙ୍କୁ କିଛି ଘରୋଇ ବ୍ୟବସାୟ ବିଷୟରେ କହିବୁ, ଯାହାକୁ ଆପଣ ସହଜରେ କରି ପାରିବେ । ରୋଷେଇ କରି ଆପଣ ମୋଟା ଅଙ୍କର ଟଙ୍କା ଘରେ ବସି ରୋଜଗାର କରି ପାରିବେ । ଖାଇବା ତିଆରି କରିବା ସହ ଜଡିତ ଭିନ୍ନ-ଭିନ୍ନ ଉପାୟ ଆପଣାଇ ପାରିବେ ।

ଆଚାର ବନାଇ ଟଙ୍କା ରୋଜଗାର : ଆଚାର ଖାଇବା ସମସ୍ତଙ୍କ ପସନ୍ଦ ଅଟେ । ଥଣ୍ଡା ଦିନ ହେଉ ବା ଗରମ ଦିନ ହେଉ ଆଚାରକୁ ସମସ୍ତେ ଆନନ୍ଦର ସହ ଖାଇଥାନ୍ତି । ଏମିତିରେ ଆଚାର ତିଆରି କରିବା କାମ ଏକ ଭଲ ବକଳ୍ପ ଅଟେ । ଆଚାର କିଛି ନମୁନା ଆଖପାଖ ଦୋକାନରେ ଦେବାକୁ ହେବ । ତିଆରି ସରିବା ପରେ ତାହାକୁ ବିତରଣ କରିବାକୁ ହେବ । ଏହା ବ୍ୟତୀତ ଆପଣ ନିଜର ଆଚାରକୁ ଅନଲାଇନ ମଧ୍ୟ ବିକ୍ରି କରି ପାରିବେ ।

ଟିଫିନ ସେବା ବ୍ୟବସାୟ : ଶିକ୍ଷା ଗ୍ରହଣ କରିବା ପାଇଁ ପିଲାମାନେ ନିଜର ଘର ଛାଡି ବାହାରକୁ ଆସି ପଡିଥାନ୍ତି । ଏମିତିରେ ସେମାନଙ୍କ ପାଇଁ ପ୍ରତ୍ୟେକ ଦିନ ଖାଇବା ତିଆରି କରିବା ବହୁତ କଷ୍ଟକର ଅଟେ । ସେମାନେ ଏପରି ଖାଦ୍ୟ ଖୋଜିଥାନ୍ତି, ଯାହା ଦ୍ୱାରା ସେମାନେ ଘରର ସ୍ୱାଦ ପାଇ ପାରିବେ । ଏମିତିରେ ସେହି ପିଲାଙ୍କ ପାଇଁ ଆପଣ ଖାଦ୍ୟ ତିଆରି ବହୁତ ଟଙ୍କା ରୋଜଗାର କରି ପାରିବେ । ଏଥି ପାଇଁ ଆପଣ ପିଜି ସ୍ଥାନକୁ ଯାଇ ସେମାନଙ୍କ ଠାରୁ ଆର୍ଡର ନେଇ ପାରିବେ ।

ଫୁଡ ବ୍ଲଗିଗଂ : ଅ।।ଜିର ଦିନରେ ଖାଇବା ବନେଇବାର ଭିଡିଓ ଦେଖିବା ପାଇଁ ଲୋକେ ଅଧିକ ପସନ୍ଦ କରନ୍ତି । ଏମିତିରେ ଆପଣ ଫୁଡ ବ୍ଲଗିଗଂ କରି ଟଙ୍କା ରୋଜଗାର କରି ପାରିବେ । ଏଭଳି କରିବା ପାଇଁ ଆପଣଙ୍କୁ ଖାଇବା ତିଆରି କରିବା ସମୟରେ ଭିଡିଓ ରେକର୍ଡ କରି ୟୁଟୁବରେ ପୋଷ୍ଟ କରିବା ଆବଶ୍ୟକ । ୟୁଟୁବରେ ସବସ୍କ୍ରାଇବର ଏବଂ ଭ୍ୟୁ ବଢିବାକୁ ଲାଗିଲେ ସେ ଆପଣଙ୍କୁ ସେହି ହିସାବରେ ଟଙ୍କା ଦେବ । ଏହି ଉପାୟ ଗୁଡିକ ମାଧ୍ୟମରେ ଆପଣ ଘରେ ବସିଟଙ୍କା ରୋଜଗାର କରି ପାରିବେ ।

Get real time updates directly on you device, subscribe now.