ଉତ୍କଳ ହସ୍ପିଟାଲରେ ବିଶ୍ଵସ୍ତରୀୟ ରୟାଲ୍ ସୁଇଟ୍ସ୍: ଉଦଘାଟନ କଲେ ଓଡ଼ିଶା ସରକାରଙ୍କର ଆଇନ, କାର୍ଯ୍ୟ ଓ ଅବକାରୀ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ଶ୍ରୀ ପୃଥ୍ଵୀରାଜ ହରିଚନ୍ଦନ
ଭୁବନେଶ୍ୱର: ଓଡ଼ିଶାର ପ୍ରମୁଖ ମଲ୍ଟି-ସ୍ପେଶାଲିଟି ଉତ୍କଳ ହସ୍ପିଟାଲ, ନୀଳାଦ୍ରି ବିହାର, ଭୁବନେଶ୍ୱର, ତାଙ୍କର ଅଦ୍ୱିତୀୟ ଏବଂ ଆଧୁନିକ ବିଶ୍ୱସ୍ତରୀୟ ରୟାଲ୍ ସୁଇଟ୍ସର ଉଦ୍ଘାଟନ କରିବାରେ ଗର୍ବିତ ଅନୁଭବ କରୁଛି।
ଏହି ଉଦ୍ଘାଟନ କାର୍ଯ୍ୟକ୍ରମ ଗତକାଲି ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ଆୟୋଜିତ ହୋଇଥିଲା, ଯେଉଁଠି ସମ୍ମାନିତ ଓଡ଼ିଶା ସରକାରଙ୍କର ଆଇନ, କାର୍ଯ୍ୟ ଓ ଅବକାରୀ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ଶ୍ରୀ ପୃଥ୍ଵୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ହୋଇ ହସ୍ପିଟାଲର ପଞ୍ଚମ ମହଲlରେ ଥିବା ଏହି ରୟାଲ ସୁଇଟ୍ସ୍ ଗୁଡିକୁ ଗତକାଲି ପୂର୍ବାହ୍ନ ୧୦.୩୦ ସମୟରେ ଉଦ୍ଘାଟନ କରିଥିଲେ।
ଏହି ଉଦ୍ଘାଟନ ସହିତ ଓଡ଼ିଶାରେ ପ୍ରଥମଥର ପାଇଁ ଏପରି ଉନ୍ନତ ଓ ସୁବିଧାଯୁକ୍ତ ବିଶ୍ଵ ସ୍ତରୀୟ ଚିକିତ୍ସା ସେବା ଉପଲବ୍ଧ କରାଯାଇଛି, ଯାହା ଉତ୍କଳ ହସ୍ପିଟାଲର ଉତ୍ତମ ଚିକିତ୍ସା ସେବା ଓ ରୋଗୀ ସେବା ପ୍ରତି ପ୍ରତିବଦ୍ଧତାକୁ ପ୍ରତିବିମ୍ବିତ କରେ।
ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ବିଶିଷ୍ଟ ଅତିଥିମାନେ ଥିଲେ:
-ଡା. ପ୍ରଜ୍ଞାନ ରଞ୍ଜନ ଘଡେଇ – ମ୍ୟାନେଜିଂ ଡାଇରେକ୍ଟର, ଉତ୍କଳ ହସ୍ପିଟାଲ
-ଶ୍ରୀ ସୁବ୍ରତ କୁମାର ଦାସ,ଡାଇରେକ୍ଟର,ଶ୍ରୀ ସୈଳେନ୍ଦ୍ର ନାରାୟଣ ପଣ୍ଡା, ଡାଇରେକ୍ଟର,ଡ଼ାକ୍ତର ରବୀନ୍ଦ୍ର କୁମାର ମହାପାତ୍ର, ଡାଇରେକ୍ଟର ,
-ଡା. ରଞ୍ଜନ କୁମାର ମହାପାତ୍ର – ଡାଇରେକ୍ଟର, ମେଡିକାଲ୍ ସେର୍ଭିସେସ ଓ ହେଡ୍ ଅଫ୍ ଓଙ୍କୋଲୋଜି ବିଭାଗ
-ଶ୍ରୀ ବି.କେ. ସୁବୋଧ ସିଂହ – ସି.ଇ.ଓ.
-ଶ୍ରୀ ମାନବ – ସି.ଓ.ଓ.
-ଶ୍ରୀ ଅରୁଣ ଖିଲାର – ସି.ଏଫ୍.ଓ.,
-ଶ୍ରୀ ଏସ.କେ, ସିକନ୍ଦର, G.M. Project & Maintenance,
-ଡିନ୍ ଏକାଡେମିକ ପ୍ରଫେସର୍ (ଡ଼ା) ପ୍ରଫୁଲ୍ଲ କୁମାର ଦାସ,
ଏଥିସହ ଅନ୍ୟ ବରିଷ୍ଠ ବିଶେଷଜ୍ଞ ଡାକ୍ତରମାନେ ଓ ଡାଇରେକ୍ଟରମାନେ ଏହି ଉଦଘାଟନୀ ସଭାରେ ଯୋଗ ଦେଇଥିଲେ।
ଏହି ଅବସରରେ ଅମେରିକାରୁ ଅଭିନନ୍ଦନ ଓ ଶୁଭେଚ୍ଛା ବାର୍ତ୍ତା, ପଠାଇଛନ୍ତି:
-ଡା. ଅlଦିତ୍ୟ କୁମାର ସାମଲ, ଚେୟାରମ୍ୟାନ, ଉତ୍କଳ ହସ୍ପିଟାଲ
-ଡା. କଲ୍ୟାଣ ରଥ,ଫାଉଣ୍ଡର ଡlଇରେକ୍ଟର
-ଡା. ଅରୁଣ କୁମାର ମହାନ୍ତି,ଫାଉଣ୍ଡର ଡାଇରେକ୍ଟର
ଉତ୍କଳ ହସ୍ପିଟାଲ ସର୍ବଦା ଉନ୍ନତ ଚିକିତ୍ସା ପ୍ରଯୁକ୍ତି ଓ ସୁବିଧାର ମାଧ୍ୟମରେ ଓଡ଼ିଶାରେ ଆଧୁନିକ ଚିକିତ୍ସା ସେବା ଦେବାରେ ପ୍ରତିବଦ୍ଧ। ଆଜିର ବିଶ୍ଵ ସ୍ତରୀୟ ରୟାଲ୍ ସୁଇଟ୍ସ୍ ଉଦ୍ଘାଟନ ଏହି ଉଦ୍ଦେଶ୍ୟ ପ୍ରତି ଗଭୀର ପଦକ୍ଷେପ।