ପୁରୁଷଙ୍କୁ ଶିକାର କରୁଛି ଏହି ବିପଜ୍ଜନକ କର୍କଟ, ପ୍ରତିଦିନ ହେଉଛି ହଜାର ହଜାର ମୃତ୍ୟୁ

କର୍କଟ ଶୁଣିଲେ ମନରେ ଏକ ଭୟର ଛାୟା ପଡ଼ିଥାଏ। ଏହାର କାରଣ ହେଉଛି ଏହି ରୋଗର ଚିକିତ୍ସା ଅତ୍ୟନ୍ତ ମହଙ୍ଗା ଏବଂ ସାଧାରଣ ଲୋକଙ୍କ ପାଇଁ ଏତେ ଖର୍ଚ୍ଚ କରିବା ସମ୍ଭବ ହୋଇପାରେ ନାହିଁ। ଏହି କାରଣରୁ କର୍କଟ ଆଜି ବିଶ୍ୱରେ ମୃତ୍ୟୁର ଏକ ପ୍ରମୁଖ କାରଣ ପାଲଟିଛି। କିନ୍ତୁ ଏକ କର୍କଟ ଏପରି ଅଛି ଯାହା ପୁରୁଷମାନଙ୍କୁ ସବୁଠାରୁ ଅଧିକ କ୍ଷତି ପହଞ୍ଚାଉଛି। ଏହା ହେଉଛି ଫୁସଫୁସ କର୍କଟ, ଯାହା ଅତ୍ୟନ୍ତ ବିପଜ୍ଜନକ ଏବଂ ଅଧିକାଂଶ କ୍ଷେତ୍ରରେ ବିଳମ୍ବରେ ଚିହ୍ନଟ ହେଉଛି। ଆକଳନ ଅନୁଯାୟୀ, ପ୍ରତିଦିନ ହଜାର ହଜାର ଲୋକ ଏହି ରୋଗରେ ପ୍ରାଣ ହରାଉଛନ୍ତି। ଆସନ୍ତୁ ଜାଣିବା ଏହା କାହିଁକି ବଢୁଛି, ଏହାର ଲକ୍ଷଣ କ’ଣ ଏବଂ ଏଥିରୁ କିପରି ରକ୍ଷା ପାଇଁ ପାରିବେ।

ପୁରୁଷଙ୍କ ମଧ୍ୟରେ କାହିଁକି ବଢୁଛି ଫୁସଫୁସ କର୍କଟ?

ଡାକ୍ତରମାନଙ୍କ ମତରେ, ପୁରୁଷମାନେ ଅଧିକ ଧୂମପାନ କରୁଥିବାରୁ ଫୁସଫୁସ କର୍କଟର ଅଧିକ ମାମଲା ଦେଖାଯାଉଛି। ସିଗାରେଟ, ବିଡ଼ି ଏବଂ ତମାଖୁ ହେଉଛି ଏହାର ମୁଖ୍ୟ କାରଣ। ଏହା ବ୍ୟତୀତ, ପ୍ରଦୂଷଣ ଏବଂ ବିଷାକ୍ତ ଗ୍ୟାସ ମଧ୍ୟ ଏହି ରୋଗର ଆଶଙ୍କା ବଢାଇଥାଏ।

କେତେ ବିପଜ୍ଜନକ ଏହି କର୍କଟ?
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏବଂ ଇଣ୍ଟରନ୍ୟାସନାଲ ଏଜେନ୍ସି ଫର ରିସର୍ଚ ଅନ କ୍ୟାନସର (IARC) ରିପୋର୍ଟ ଅନୁଯାୟୀ, ଫୁସଫୁସ କର୍କଟ ହେଉଛି ବିଶ୍ୱରେ ମୃତ୍ୟୁର ସବୁଠାରୁ ବଡ଼ କାରଣ। ପ୍ରତିବର୍ଷ ପ୍ରାୟ ୧୮ ଲକ୍ଷ ଲୋକ ଏହି ରୋଗରେ ମୃତ୍ୟୁବରଣ କରୁଛନ୍ତି, ଅର୍ଥାତ୍ ପ୍ରତିଦିନ ପ୍ରାୟ ୪,୯୦୦ ମୃତ୍ୟୁ ହେଉଛି। ଭାରତରେ ମଧ୍ୟ ପରିସ୍ଥିତି ଗୁରୁତର, କାରଣ ଅଧିକାଂଶ ଲୋକଙ୍କୁ ଏହି ରୋଗ ଶେଷ ପର୍ଯ୍ୟାୟରେ ଜଣାପଡ଼ୁଛି।

କେଉଁ ଲକ୍ଷଣ ଦେଖିଲେ ସତର୍କ ହେବେ?
ଫୁସଫୁସ କର୍କଟର ପ୍ରାରମ୍ଭିକ ଲକ୍ଷଣ ବହୁତ ସାଧାରଣ ହୋଇଥାଏ, ଯେଉଁଥିପାଇଁ ଲୋକେ ଏହାକୁ ଅଣଦେଖା କରିଥାନ୍ତି। ଯଦି ଏହି ଲକ୍ଷଣଗୁଡ଼ିକ ଦେଖାଯାଏ, ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ:
ଲଗାତାର କାଶ ରହିବା କିମ୍ବା ରକ୍ତ ସହିତ କାଶ
ଛାତିରେ ଯନ୍ତ୍ରଣା
ନିଶ୍ୱାସ ନେବାରେ ଅସୁବିଧା
ହଠାତ୍ ଓଜନ ହ୍ରାସ
ବାରମ୍ବାର ଫୁସଫୁସରେ ସଂକ୍ରମଣ

ଏହାଠାରୁ କିପରି ରକ୍ଷା ପାଇବେ?
ଧୂମପାନ ସମ୍ପୂର୍ଣ୍ଣ ତ୍ୟାଗ କରନ୍ତୁ।
ତମାଖୁ ଏବଂ ସିଗାରେଟଠାରୁ ଦୂରେଇ ରୁହନ୍ତୁ।
ପ୍ରଦୂଷଣରୁ ରକ୍ଷା ପାଇବା ପାଇଁ ମାସ୍କ ବ୍ୟବହାର କରନ୍ତୁ।
ସୁସ୍ଥ ଖାଦ୍ୟ ଖାଆନ୍ତୁ ଏବଂ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାନ୍ତୁ।

ଫୁସଫୁସ କର୍କଟ ପୁରୁଷମାନଙ୍କ ପାଇଁ ଏକ ବଡ଼ ବିପଦ ପାଲଟିଛି। କିନ୍ତୁ ଯଦି ଆପଣ ସମୟମତେ ସତର୍କତା ଅବଲମ୍ବନ କରନ୍ତି ଏବଂ ଧୂମପାନ ତ୍ୟାଗ କରନ୍ତି, ତେବେ ଏହି ରୋଗରୁ ରକ୍ଷା ପାଇପାରିବେ। WHO ଏବଂ IARC ଅନୁଯାୟୀ, ଧୂମପାନ ଛାଡ଼ିଲେ ଫୁସଫୁସ କର୍କଟର ଆଶଙ୍କା ୭୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇପାରେ। ଆଜିଠାରୁ ଏହି ପଦକ୍ଷେପ ନିଅନ୍ତୁ, କାରଣ ଆପଣଙ୍କ ଜୀବନ ଆପଣଙ୍କ ହାତ