fbpx

ଏହି ସ୍ଥାନରେ ଅଛି ଦୁନିଆର ସବୁଠାରୁ ବଡ଼ ଓ ୨୦୦୦ ବର୍ଷ ପୁରୁଣା ମାଟିହାଣ୍ଡି: ଜାଣନ୍ତୁ ଏଥିରେ କ’ଣ ରହିଛି ଖାସ୍

Advertisement

ନୂଆଦିଲ୍ଲୀ: କ’ଣ ମାଟିହାଣ୍ଡି କୌଣସି ଟାଙ୍କି ସହ ସମାନ ହୋଇପାରିବ କି? ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ । ଦୁନିଆର ସବୁଠାରୁ ବଡ଼ ଓ ପୁରୁଣା ମାଟିହାଣ୍ଡି କନ୍ନୌଜରେ ରଖିଛି । ‘ସୁଗନ୍ଧ’ ପାଇଁ ବିଖ୍ୟାତ ଇତ୍ରନଗରୀର ମ୍ୟୁଜିୟମରେ ସଂରକ୍ଷିତ ଏହି ହାଣ୍ଡିରେ ୨ ହଜାର ଲିଟର ପାଣି ଭର୍ତ୍ତି ହୋଇପାରିବ । ପ୍ରାୟ ୨ ହଜାର ବର୍ଷ ପୂର୍ବେ କୁଷାଣ ବଂଶର ଏହି ହାଣ୍ଡି ୪୦ ବର୍ଷ ପୂର୍ବେ ସହରର ଶେଖପୁରା ଅଞ୍ଚଳନରେ ଖନନ ସମୟରେ ମିଳିଥିଲା ।

ସମ୍ରାଟ ହର୍ଷବର୍ଦ୍ଧନ ଓ ରାଜା ଜୟଚନ୍ଦଙ୍କ ସାମ୍ରାଜ୍ୟ ଥିବା ଏହି ଜିଲ୍ଲାର ଇତିହାସ ଅତ୍ୟନ୍ତ ଗୌରମମୟ । ସେଠାରେ ସମୟ ସମୟରେ ହେଉଥିବା ଖନନରେ ଏହିପରି ଅନେକ କିଛି ଜିନିଷ ବାହାରକୁ ଆସିଛି । ପ୍ରଥମରୁ ତୃତୀୟ ଶତାବ୍ଦୀ ମଧ୍ୟରେ କୁଷାଣ ରାଜବଂଶ ସମୟରେ ଏହି ହାଣ୍ଡି ସବୁଠାରୁ ବଡ ଥିଲା । ନବନିର୍ମିତ ମ୍ୟୁଜିୟମରେ କାଚଘେରରେ ସଜେଇ ହୋଇ ରହିଥିବା ଏହି ପ୍ରାଚୀନ ହାଣ୍ଡିକୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି ।

ପ୍ରାୟ ଦୁଇ ହଜାର ବର୍ଷ ପୂର୍ବେ କନିଷ୍କଙ୍କ ଶାସନ କାଳରେ ୪୦ ରୁ ଅଧିକ ଛୋଟ-ବଡ ବାସନ ସହିତ ଗୁପ୍ତ କାଳରେ ବ୍ୟବହୃତ ହୋଇଥିବା ମାଟିହାଣ୍ଡି ମଧ୍ୟ ଖନନ ସମୟରେ ମିଳିଛି । କୁଶାଣ ରାଜବଂଶ ପୂର୍ବରୁ ଅର୍ଥାତ୍ ଖ୍ରୀଷ୍ଟପୂର୍ବ ୧୫୦୦ ମସିହାରେ, ବାସନଗୁଡିକର ଅବଶିଷ୍ଟାଂଶ ସେଠାରେ ମିଳିଛି । ପ୍ରତ୍ନତାତ୍ତ୍ୱିକ ଆବିଷ୍କାରରୁ ଜଣାପଡିଛି ଯେ, କନ୍ନୌଜରେ ପେଣ୍ଟେଡ ଗ୍ରେ ୱେୟାର ଏବଂ ନର୍ଦର୍ନ ବ୍ଲାକ୍ ପଲିସିଡ୍ ୱେୟାର ସଂସ୍କୃତି ଥିଲା । ଯେଉଁଥିରୁ ଏହା ସ୍ପଷ୍ଟ ଯେ, ୩୫୦୦ ବର୍ଷ ପୂର୍ବେ ବି ମାନବ ସଭ୍ୟତା ସେଠାରେ ଉପସ୍ଥିତ ଥିଲା ।

ମାଟିହାଣ୍ଡି ବିଷୟରେ କ’ଣ ରହିଛି ଖାସ୍:-

– ୨୦୦୦ ଲିଟର ଜଳ ଧାରଣ କରିବାର କ୍ଷମତା ।
– ୪୦ ବର୍ଷ ପୂର୍ବେ ଖନନରୁ ମିଳିଥିଲା ।
– ଏହି ହାଣ୍ଡିର ଉଚ୍ଚତା ୫.୪ ଫୁଟ ।
– ଏହି ହାଣ୍ଡିର ଚଉଡ଼ା ୪.୫ ଫୁଟ ।

Get real time updates directly on you device, subscribe now.