ଝାଡ଼ା ରୋଗୀକୁ କଣନଖା ଔଷଧ! ପାରାଦୀପ ମେଡିକାଲରେ ଉତ୍ତେଜନା

ପାରାଦୀପ(ଓଡ଼ିଶା ଭାସ୍କର): ଦେହ ଖରାପ ହେଲେ ଲୋକମାନେ ମେଡିକାଲକୁ ଦୌଡ଼ିଯାଆନ୍ତି । କିନ୍ତୁ ମେଡିକାଲରେ ଯଦି ଲୋକଙ୍କୁ ଭୁଲ୍ ମେଡିସିନ୍ ମିଳେ, ତେବେ ସେ କାହା ପାଖକୁ ଯିବେ । ଏଭଳି ଏକ ଅଭାବନୀୟ ଘଟଣା ପାରାଦୀପ ଅଠରବାଙ୍କୀ ସରକାରୀ ଡାକ୍ତରଖାନାରୁ ସାମ୍ନାକୁ ଆସିଛି । ଝାଡ଼ା ହେଉଥିବା ଶିଶୁକୁ କଣନଖା ଔଷଧ ଦିଆଯାଇଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ଡାକ୍ତରଖାନାରେ ଲୋକଙ୍କର ଉତ୍ତେଜନା ଦେଖିବାକୁ ମିଳିଛି ।

ତେବେ ନିରାମୟ କେନ୍ଦ୍ରରୁ ଭୁଲ ମେଡିସିନ୍ ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି । ଔଷଧ ଖାଇବା ପରେ ଶିଶୁଟିର ବାନ୍ତି ହେଉଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଘଟଣାକୁ ନେଇ ଶିଶୁର ପରିବାର ଓ ସମ୍ପର୍କୀୟମାନେ ପାଟିତୁଣ୍ଡ କରିବା ସହ ଉତ୍ତେଜନା କରିଛନ୍ତି ।

ଅନ୍ୟପଟେ ଔଷଧର ଭୁଲ ବ୍ୟବହାର କରାଯାଇଥିବା ନେଇ କହିଛନ୍ତି ମେଡିକାଲ ଅଫିସର । ଲଗାଇବାକୁ ଦିଆଯାଇଥିବା ଔଷଧକୁ ଖୋଇ ଦେବାରୁ ବାନ୍ତି ହେଉଥିବା ଅଫିସର କହିଛନ୍ତି । ଘଟଣାକୁ ନେଇ ଉତ୍ତେଜନା ଜାରି ରହିଥିବା ବେଳେ ମେଡିକାଲ ପକ୍ଷରୁ ଆଉ ଥରେ ଯାଞ୍ଚ ଚାଲିଛି ।