କମୁଛି ପାରଦ: ଘନ କୁହୁଡି ନେଇ ଆଜି ଏହିସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
ଆଜି ଅନେକ ସ୍ଥାନରେ ପାରଦ ୧୦ ଡିଗ୍ରୀ ବା ଏହାଠାରୁ କମ୍ ରହିବ। ତେବେ,ସପ୍ତାହ ପରେ ଶୀତ ପୂରା କମିଯିବ ବୋଲି ପାଣିପାଗ ବିଭାଗର ପୂର୍ବାନୁମାନ...
ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ତାଜା ସୂଚନା ଅନୁସାରେ, ଆସନ୍ତା ୪ ଦିନ ରାଜ୍ୟରେ ଅଧିକ ଶୀତ ଅନୁଭୂତ ହେବ।
ଆଗାମୀ ତିନି ଦିନ ଫୁଲବାଣୀ ଓ ରାଉରକେଲାରେ ପାରଦ ୭ ଡିଗ୍ରୀ ସେଲସିୟସ୍ ରହିବ। ରାଜ୍ୟର ଅଧିକାଂଶ ସ୍ଥାନର ରାତି ତାପମାତ୍ରା ୧୨ ରୁ ୧୩ ଡିଗ୍ରୀ ତଳକୁ ଖସିବ।
ଅନେକ ସ୍ଥାନରେ ପାରଦ ୧୦ ଡିଗ୍ରୀ ବା ଏହାଠାରୁ କମ୍ ରହିବ। ତେବେ, ସପ୍ତାହ ପରେ ଶୀତ ପୂରା କମିଯିବ ବୋଲି ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି।
ଆଜି ବିଶେଷକରି, ଫୁଲବାଣୀ ଓ ରାଉରକେଲାରେ ରାତି ତାପମାତ୍ରା ୭ ଡିଗ୍ରୀ,ଝାରସୁଗୁଡାରେ ୮ ଡିଗ୍ରୀ, ଅନୁଗୁଳରେ ୯, ଭବାନୀପାଟଣା ଓ କୋରାପୁଟ୍ ରେ ୧୦, କୋରାପୁଟ୍ ଓ ନବରଙ୍ଗପୁର, ବାରିପଦା ଓ ବାଲେଶ୍ବରରେ ୧୧ ଡିଗ୍ରୀ ରହିବ ବୋଲି ବିଭାଗ ଆକଳନ କରିଛି।
ରାଜଧାନୀ ଭୁବନେଶ୍ବରରେ ରାତି ତାପମାତ୍ରା ୧୩ ଡିଗ୍ରୀ ରହିବ। ପାଣିପାଗ ବିଭାଗ ପୁଣି ଆକଳନ କରିଛି ଯେ, ସୋମବାର ଠାରୁ ରାତି ତାପମାତ୍ରା ବଢିବ।
କିଛି ସ୍ଥାନରେ ରାତି ତାପମାତ୍ରା ୨ ରୁ ୩ ଡିଗ୍ରୀ ବଢିବ। ଶୀତ ସାଙ୍ଗକୁ କାଲୁଆ ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି।
ଆଜି ଖୋର୍ଦ୍ଧା, ନୟାଗଡ, ଗଂଜାମ,ଗଜପତି, କେନ୍ଦୁଝର, ସୁନ୍ଦରଗଡ, ମୟୂରଭଂଜ ଓ ଯାଜ8ପୁରରେ ଘନ କୁହୁଡି ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି।