ଭୁବନେଶ୍ୱର : ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶିକାଙ୍କ ସୂଚନା ଅନୁସାରେ, ଆଜି ୧୦ ଟି ଜିଲ୍ଲାକୁ ବିଜୁଳି ସାଙ୍ଗକୁ ଘଡ଼ଘଡ଼ି ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି।
ସେହି ଜିଲ୍ଲା ଗୁଡିକ ହେଲା, ଅନୁଗୁଳ, କନ୍ଧମାଳ,ବୌଦ୍ଧ, ମୟୂରଭଂଜ, କେନ୍ଦୁଝର, କଳାହାଣ୍ତି, ରାୟଗଡା, କୋରାପୁଟ୍, ନବରଙ୍ଗପୁର ଓ ମାଲକାନଗିରି। ଏହିସବୁ ଜିଲ୍ଲାରେ ବର୍ଷା ହେବା ସାଙ୍ଗକୁ ପବନର ବେଗ ଘଣ୍ଟାକୁ ୩୦-୪୦ କିମି ବେଗରେ ରହିବ।
ସେହିପରି, ଆସନ୍ତାକାଲି ପାଇଁ କୋରାପୁଟ୍, ମାଲକାନଗିରି, ନବରଙ୍ଗପୁର, ନୂଆପଡା, ବଲାଙ୍ଗୀର, ରାୟଗଡା, କଳାହାଣ୍ତି, କନ୍ଧମାଳ, ବୌଦ୍ଧ ଓ ଅନୁଗୁଳ ଜିଲ୍ଲାରେ ବର୍ଷା ସହ ଘଡ଼ଘଡ଼ି ଓ ପବନ ନେଇ ଏହିସବୁ ଜିଲ୍ଲାକୁ ଆଲର୍ଟ ଜାରି ହୋଇଛି।
ଆସନ୍ତା ୩ ତାରିଖ ବେଳକୁ କାଳବୈଶାଖିର ତାଣ୍ତବ ବଢିବ। ବିଜୁଳି ଘଡ଼ଘଡି ସାଙ୍ଗକୁ ପବନର ବେଗ ଘଣ୍ଟାପ୍ରତି ୪୦-୫୦ କିମି ରହିବ। ଏନେଇ ଦେବଗଡ, ଝାରସୁଗୁଡା, ସୁନ୍ଦରଗଡ, ଅନୁଗୁଳ, ବୌଦ୍ଧ,କଳାହାଣ୍ତି, ନବରଙ୍ଗପୁର, କୋରାପୁଟ୍, ନୂଆପଡା, ବଲାଙ୍ଗୀର, ସୋନପୁର, ବରଗଡ ଓ ସମ୍ବଲପୁରକୁ ୟେଲୋ ଆଲର୍ଟ ଜାରି ହୋଇଛି।
ଅନ୍ୟପଟେ, ୪ ତାରିଖ ବେଳକୁ କଳାହାଣ୍ତି, ଗଜପତି, କୋରାପୁଟ୍, ମାଲକାନଗିରି ,ରାୟଗଡା, ଜଗତସିଂହପୁର, ପୁରୀ ଓ ନବରଙ୍ଗପୁର ଜିଲ୍ଲାରେ କୁଆପଥର ବର୍ଷା ହେବାର ଆଶଙ୍କା ରହିଛି।
ସେହିପରି, ୫ ତାରିଖ ବେଳକୁ ମାଲକାନଗିରି, କୋରାପୁଟ୍, ରାୟଗଡା, ଗଜପତି, ଗଂଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ, ଜଗତସିଂହପୁର, କଟକ, କେନ୍ଦ୍ରାପଡା,ଯାଜପୁର, ଭଦ୍ରକ, ବାଲେଶ୍ବର, ମୟୂରଭଂଜ, କେନ୍ଦୁଝର, ଓ ଅନୁଗୁଳ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଗତକାଲି ବୌଦ୍ଧ ଜିଲ୍ଲାର ସର୍ବାଧିକ ତାପମାତ୍ରା ୪୧.୮ ଡିଗ୍ରୀ ଓ ସର୍ବନିମ୍ନ ତାପମାତ୍ରା ୧୮.୦ ରେକର୍ଡ଼ ହୋଇଛି।