fbpx

ତାତିରୁ ନାହିଁ ତ୍ରାହି ! ଆଜିପାଇଁ ଓଡ଼ିଶାର ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଗୀଷ୍ମ ପ୍ରଭାବ ଜାରି ରହିଛି । ଆହୁରି ୪ରୁ ୫ ଦିନ କଲବଲ କରିପାରେ ଟାଣ ଖରା । ଆଭ୍ୟନ୍ତରୀଣ ଓଡ଼ିଶାରେ ଆହୁରି ବଢ଼ିପାରେ ତାତି । ଆସନ୍ତା ୨ ଦିନ ଭିତରେ ୨ ଡିଗ୍ରୀ ବଢ଼ିପାରେ ତାପମାତ୍ରା । ଉପକୂଳ ଓଡ଼ିଶାରେ ପ୍ରଚୁର ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ । ଉପକୂଳ ଓଡ଼ିଶାରେ ତାପମାତ୍ରା ୩୮ରୁ ୩୯ ଥିଲେ ବି ଗୁଳୁଗୁଳି ଅଧିକ ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ମୟୂରଭଞ୍ଜରେ ସ୍ୱାଭାବିକଠାରୁ ଅଧିକ ୬.୫ ଡିଗ୍ରୀ ତାପମାତ୍ରା ଅନୁଭୂତ ହେଉଛି । ଆଜି ୭ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୋନପୁର, ଅନୁଗୁଳ ଓ ବଲାଙ୍ଗୀର ଜିଲ୍ଲାରେ ପ୍ରଚଣ୍ଡ ଗୀଷ୍ମ ପ୍ରବାହ ଅନୁଭୂତ ହୋଇପାରେ । ୩୦ ତାରିଖ ଯାଏଁ ଏସବୁ ଜିଲ୍ଲାରେ ଗୀଷ୍ମ ପ୍ରବାହ ଜାରି ରହିବ ।

ତେବେ ମଙ୍ଗଳବାର ବୌଦ୍ଧ ସବୁଠାରୁ ଉତ୍ତପ୍ତ ସହର ରହିଛି । ବୌଦ୍ଧ ଜିଲ୍ଲାର ସର୍ବାଧିକ ତାପମାତ୍ରା ୪୪.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ରାଜ୍ୟର ୨୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବାବେଳେ ୧୪ଟି ସ୍ଥାନରେ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଛି । ସେହିପରି ୪୩ ଡିଗ୍ରୀ ଉପରେ ୯ଟି ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ୱରର ତାପମାତ୍ରା ୩୯.୬ ଡିଗ୍ରୀ ସେଲସିୟସ ରହିଛି । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟକୁ ୨୭ ତାରିଖରୁ ମେ ୨ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇଛି ।

Get real time updates directly on you device, subscribe now.