fbpx

ପିଲା ଭିତରକୁ ପ୍ରବେଶ କଲା ଏପରି ‘ପୋକ’, ଯାହାକି ଖାଇଗଲା ମସ୍ତିଷ୍କର ସବୁକିଛି ! ଆଉ ତା’ ପରେ

ଟେକ୍ସାସ: ଦୁନିଆରେ ପ୍ରତିଦିନ କିଛି ନା କିଛି ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସୁଛି । ସେହିଭଳି ଆମେରିକାର ଟେକ୍ସାସରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯାହାକୁ ନେଇ ଡାକ୍ତରମାନଙ୍କର ଚିନ୍ତାରେ ପଡିଛନ୍ତି । ସେଠାର ପାର୍କରେ ଖେଳୁଥିବା ଏକ ପିଲା ସହ ଏପରି କିଛି ଘଟଣା ଘଟିଲା, ଯାହାଫଳରେ କିଛିଦିନ ମଧ୍ୟରେ ହିଁ ତାର ମୃତ୍ୟୁ ହୋଇଗଲା ।

ସୂଚନା ମୁତାବକ, ପିଲାଟି ସ୍ପ୍ଲାସ୍ ପ୍ୟାଡ ଯୋଗୁଁ ମସ୍ତିଷ୍କ ଖାଉଥିବା ଅମୋବା ସଂସ୍ପର୍ଶରେ ଆସିଥିଲା । ଏହି ଅମୋବା ନାକ କିମ୍ବା ପାଟି ଜରିଆରେ ପିଲାଟିର ମସ୍ତିଷ୍କରେ ପ୍ରବେଶ କରିଥିଲା, ଯାହାର ୬ ଦିନ ମଧ୍ୟରେ ପିଲାଟିର ମୃତ୍ୟୁ ହୋଇଥିଲା ।

ତେବେ ସର୍ବସାଧାରଣ ପାର୍କରେ ସ୍ପ୍ଲାସ୍ ପ୍ୟାଡରେ ଲାଗିଥିବା ସ୍ପ୍ରିଙ୍କଲର, ନୋଜଲ୍ ଓ ଅନ୍ୟାନ୍ୟ ୱାଟର ସ୍ପ୍ରେର ଅନେକ ସମୟରେ ସଫା ନକରିବା କାରଣରୁ ଏହା ଉପରେ ବ୍ରେନ୍ ଇଟିଙ୍ଗ ଅମୋବା ଜମା ହୋଇଥାଏ । ଏହି ବ୍ରେନ୍ ଇଟିଙ୍ଗ ଅମୋବା ଲୋକଙ୍କୁ କ୍ଷତି ପହଞ୍ଚାଇଥାଏ । ଏହି ବ୍ରେନ୍ ଇଟିଙ୍ଗ ଅମୋବା ଯଦି ନାମ ବା ପାଟି ଦେଇ ଶରୀରରେ ପ୍ରବେଶ କରେ, ତେବେ ଅଧିକ ସାଙ୍ଘାତିକ ହୋଇପାରେ । ସୂଚନା ମୁତାବକ, ଏହି ବ୍ରେନ୍ ଇଟିଙ୍ଗ ଅମୋବାରେ ସଂକ୍ରମିତ ହୋଇଥିବା ୯୫% ଲୋକଙ୍କର ମୃତ୍ୟୁ ହୋଇଥାଏ ।

Get real time updates directly on you device, subscribe now.