ଓଡ଼ିଶା ଭାସ୍କର: ଆଜିକାଲି ଅଧିକାଂଶ ଲୋକଙ୍କ ପାଖରେ ମୋବାଇଲ ଫୋନ୍ ରହିଛି । ବର୍ତ୍ତମାନ ମୋବାଇଲ ଫୋନ୍ ଦୈନନ୍ଦିନ ଜୀବନର ଏକ ଅଂଶ ବିଶେଷ ପାଲଟିଯାଇଛି କହିଲେ ଭୁଲ ହେବନାହିଁ । ଫଟୋ ଉଠାଇବା, ଭିଡିଓ କଲିଂ, ଇ-ମେଲ, ଇଣ୍ଟରନେଟ୍ ବ୍ୟାଙ୍କି ଭଳି ଅନେକ ଜରୁରୀ କାର୍ଯ୍ୟ ସ୍ମାର୍ଟ ଫୋନ୍ ମାଧ୍ୟମରେ ଶେଷ କରିଥାଉ । ଆମେ ସମସ୍ତ ଫୋନ୍ ବ୍ୟବହାର କରିଥାଉ କିନ୍ତୁ ଫୋନ୍ ଧରିବାର ଶୈଳୀ ସମସ୍ତଙ୍କର ଭିନ୍ନ ଥାଏ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଫୋନ୍ ଧରିବା ଶୈଳୀରୁ ବ୍ୟକ୍ତିର ପର୍ସନାଲିଟି ବିଷୟରେ ଜଣାପଡ଼ିଥାଏ ।
୧. ଗୋଟିଏ ହାତରେ ଫୋନ୍ ଧରିବା: ଗୋଟିଏ ହାତରେ ଫୋନ୍ ଧରୁଥିବା ବ୍ୟକ୍ତି ଆଶାବାଦୀ ଏବଂ ଆତ୍ମବିଶ୍ୱାସୀ ଅଟନ୍ତି । ଏଭଳି ବ୍ୟକ୍ତି ଖୁସି ମିଜାଜର କିନ୍ତୁ ଦାୟିତ୍ୱହୀନ ଥାଆନ୍ତି । ଏମାନେ ନିଜ ଲକ୍ଷ୍ୟକୁ ପରା କରିବା ପାଇଁ କମଫର୍ଟ ଜୋନରୁ ବାହାରିଥାନ୍ତି । ସେଥିପାଇଁ କ୍ୟାରିୟରରେ ସଫଳତା ମିଳିଥାଏ ।
୨. ଦୁଇ ହାତରେ ମୋବାଇଲ ଧରିବା: ଏମିତି ବି ବ୍ୟକ୍ତି ଅଛନ୍ତି ଯେଉଁମାନେ ଦୁଇଟି ହାତରେ ମୋବାଇଲ ଧରି ଗୋଟିଏ ଆଙ୍ଗୁଠିରେ ସ୍କ୍ରଲ୍ କିମ୍ବା ଟାଇପ୍ କରିଥାନ୍ତି । ଏଭଳି ବ୍ୟକ୍ତି ରିସ୍କ ନେବାକୁ ପସନ୍ଦ କରନ୍ତି ନାହିଁ । ସେମାନେ ସବୁ କାର୍ଯ୍ୟ ସତର୍କତାର ସହ କରନ୍ତି । ଆପଣ ସେହି ଲୋକମାନଙ୍କ ମଧ୍ୟରୁ ଜଣେ ଯିଏ ଅନ୍ୟରା ଆଚରଣକୁ ସହଜରେ ବୁଝିଥାନ୍ତି । ଏହା ବ୍ୟତୀତ ଅନ୍ୟମାନଙ୍କ ଚିନ୍ତା ମଧ୍ୟ କରନ୍ତି ।
୩. ଦୁଇ ହାତରେ ମୋବାଇଲ ଧରିବା ଓ ଟାଇପ୍ କରିବା: କିଛି ବ୍ୟକ୍ତି ଦୁଇଟି ହାତରେ ମୋବାଇଲ ଧରିଥାନ୍ତି । ସେମାନେ ଦୁଇଟି ହାତର ଆଙ୍ଗୁଠିରେ ସ୍କ୍ରଲ କରିବା ସହ ଟାଇପ୍ ମଧ୍ୟ କରିଥାନ୍ତି । ଏଭଳି ବ୍ୟକ୍ତି ନିଜକୁ କୌଣସି ପରିସ୍ଥିତିରେ ଆଡଜଷ୍ଟ କରିପାରନ୍ତି । ପିଲାଙ୍କ ସହ ସମୟ ବିତାଇବାକୁ ଭଲ ପାଆନ୍ତି । ସେମାନେ ସାହସୀ ହୋଇଥାନ୍ତି ଏବଂ ସମୟ ନଷ୍ଟ କରିବା ପସନ୍ଦ କରନ୍ତି ନାହିଁ । ଏହା ବ୍ୟତୀତ କୈଣସି ପରିସ୍ଥିତିରେ ବିଶ୍ଲେଷଣ କରିବାର କ୍ଷମତା ରହିଛି ।
୪. ଗୋଟିଏ ହାତରେ ଫୋନ୍ ଧରିବା ଏବଂ ଅନ୍ୟ ଆଙ୍ଗୁଠିରେ ସ୍କ୍ରଲ କରିବା: ଅଧିକାଂଶ ବ୍ୟକ୍ତିମାନେ ଗୋଟିଏ ହାତରେ ଫୋନ୍ ଧରିଥାନ୍ତି ଏବଂ ଅନ୍ୟ ଆଙ୍ଗୁଠି (ତର୍ଜନି)ରେ ସ୍କ୍ରଲ ଏବଂ ଟାଇପ୍ କରିଥାନ୍ତି । ଏଭଳି ବ୍ୟକ୍ତି ଧୈର୍ଯ୍ୟବାନ ଅଟନ୍ତି । ଅନ୍ୟକୁ ନିଜ ଚିନ୍ତାଧାରା ଏବଂ ଅଦ୍ଭୁତ କଳ୍ପନା ଦ୍ୱାରା ପ୍ରଭାବିତ କରିଥାନ୍ତି । ଏମାନେ ଏକୁଟିଆ ରହିବା ପସନ୍ଦ କରିଥାନ୍ତି ।