ନୂଆଦିଲ୍ଲୀ: ଆଜିର ସମୟରେ ଅନେକ ଟେଲିକମ କମ୍ପାନୀ ହାଇ ସ୍ପିଡ୍ ଇଣ୍ଟରନେଟ ସେବା ପ୍ରଦାନ କରୁଛନ୍ତି । ତେଣୁ ଏଭଳି ସ୍ଥିତିରେ ଅଧିକାଂଶ ଗ୍ରାହକ ଡୁଆଲ ସିମ୍ ବ୍ୟବହାର କରୁଛନ୍ତି । ତେବେ ଗ୍ରାହକମାନେ ଗୋଟିଏ ସିମରେ ଇଣ୍ଟରନେଟ ଚଳାଉଥିବା ବେଳେ ଅନ୍ୟ ସିମର ଭାଲିଡିଟି ସମାପ୍ତ ହୋଇଯାଇଥାଏ । ଏପରି ସ୍ଥିତିରେ କିଛି ଗ୍ରାହକ ଦ୍ୱିତୀୟ ସିମକୁ କେବଳ ଆକ୍ଟିଭ୍ କରି ରଖିବାକୁ ଚାହିଁଥାନ୍ତି ।
ତେବେ ଗ୍ରାହକଙ୍କ ସୁବିଧା ପାଇଁ ଏକ ଭଲ ଅଫର ଆସିଛି । ଆପଣମାନେ ମାତ୍ର ୨୧ ଟଙ୍କା ଖର୍ଚ୍ଚ କରି ମାସ ସାରା ସିମକୁ ଆକ୍ଟିଭ୍ କରି ରଖିପାରିବେ । ବିଏସଏନଏଲ ପକ୍ଷରୁ ଏଭଳି ଏକ ଶାନଦାର ଅଫର ଲଞ୍ଚ କରାଯାଇଛି । କମ୍ପାନୀ ଏହି ପ୍ଲାନକୁ ଭଏସ-ରେଟ-କଟର-୨୧ ନାମରେ ଲିଷ୍ଟ କରିଛି । ଏଥିରେ ଆପଣଙ୍କୁ ମିନିଟ ପିଛା ୨୦ ପଇସା ଅନ୍ ନେଟ୍ ଓ ଅଫ୍ ନେଟ୍ କଲ୍ସ ମିଳିଥାଏ ।
ଏହି ରେଟ କଟରର ଭାଲିଡିଟି ୩୦ ଦିନ ପର୍ଯ୍ୟନ୍ତ ରହିଥିବା ବେଳେ ଏହି ଅଫର ସମସ୍ତ ୟୁଜର୍ସଙ୍କ ପାଇଁ ଉପଲବ୍ଧ ନାହିଁ । କିଛି ହାତ ଗଣତି ସର୍କଲ ପାଇଁ ଏହି ଅଫର ଲଞ୍ଚ କରାଯାଇଛି । ଯଦି ବିଏସଏନଲ ଆପଣଙ୍କର ପ୍ରାଥମିକ ସିମ କାର୍ଡ ନୁହେଁ ଓ ଆପଣ ଦୁଇଟି ସିମ୍ କାର୍ଡ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କୁ ଏହି ପ୍ଲାନ୍ ମିଳିପାରିବ ।
ବିଏସଏନଏଲ ବ୍ୟତୀତ ଅନ୍ୟ କୌଣସି କମ୍ପାନୀର ପୋର୍ଟଫୋଲିଓରେ ଆପଣଙ୍କୁ ଏଭଳି ପ୍ଲାନ ମିଳିବ ନାହିଁ । ଏହି ପ୍ଲାନର ସହାୟତାରେ ଆପଣ କମ୍ ମୂଲ୍ୟରେ ଏକ ବର୍ଷ ପାଇଁ ନିଜର ସିମ୍ କାର୍ଡକୁ ଆକ୍ଟିଭ୍ ରଖିପାରିବେ । ଆପଣ ୨୫୨ ଟଙ୍କା ଖର୍ଚ୍ଚ କରି ଏକ ବର୍ଷ ପାଇଁ ନିଜର ସିମ୍ କାର୍ଡକୁ ଆକ୍ଟିଭ୍ ରଖି ପାରିବେ ।