fbpx

ବୋତଲରେ ଦେଲେ ନାହିଁ ପେଟ୍ରୋଲ, ଗାଡ଼ି ଟାଙ୍କି ନେଇଆସିଲେ ସାଇକେଲରେ

ଅନେକ ସମୟରେ ଯଦି ବାଇକ୍ କିମ୍ବା ଗାଡ଼ିରୁ ତେଲ ସରିଯାଏ, ତେବେ ଆପଣ ହୁଏତ କୌଣସି ଏକ ବୋତଲ କିମ୍ବା ଡବାରେ ପେଟ୍ରୋଲ କିମ୍ବା ଡିଜେଲ ଆଣି ଗାଡ଼ିରେ ପକାଇଥାନ୍ତି । କିନ୍ତୁ ବେଳେବେଳେ ଏଭଳି କିଛି ପେଟ୍ରୋଲ ପମ୍ପରେ ଦେଖିଥିବେ ଯେଉଁଠାରେ କର୍ମଚାରୀ ବୋତଲରେ ତେଲ ଦେବାକୁ ମନା କରିଥାନ୍ତି ।

ତେବେ ଏହିଭଳି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଠାରେ ପେଟ୍ରୋଲ ପମ୍ପ ବୋତଲରେ ତେଲ ନଦେବାରୁ ଯୁବକ ସିଧା ସାଇକେଲରେ ବାଇକ୍ ଟାଙ୍କିକୁ ବାନ୍ଧି ପେଟ୍ରୋଲ ପମ୍ପରେ ପହଞ୍ଚିଯାଇଥିଲେ, ଯାହାପରେ ସେଲ୍ସମ୍ୟାନ୍ ସାଇକେଲରେ ବନ୍ଧା ହୋଇଥିବା ଟାଙ୍କିରେ ପେଟ୍ରୋଲେ ଭରିଥିଲେ । ଏହି ସମୟରେ କେହି ଏହାର ଭିଡିଓ ସୁଟ୍ କରିଥିଲେ । ଏହି ଭିଡିଓ ଏବେ ଭାଇରାଲ ହେଉଛି । କୁହାଯାଉଛି ଭିଡିଓଟି ଉତ୍ତରପ୍ରଦେଶ ପୀଲୀଭୀତ ପୂରନପୁରର ବୋଲି ।

ପୂରନପୁର ସ୍ଥାନୀୟ ପେଟ୍ରୋଲ ପମ୍ପରେ ବୋତଲ କିମ୍ବା ଡବାରେ ପେଟ୍ରୋଲ ମିଳେନାହିଁ, ତେଣୁ ଯୁବକ ଜଣକ ଏକ ଭିନ୍ନ ଉପାୟ କରିଥିଲେ ଏବଂ ସିଧା ବାଇକର ଟାଙ୍କିହିଁ ଖୋଲି ପେଟ୍ରୋଲ ଭରିବା ପାଇଁ ପମ୍ପକୁ ନେଇଆସିଥିଲେ । ତାହା ପୁଣି ସାଇକେଲ ପଛରେ ଲଦି । ଯାହାର ଭିଡିଓ  ଏବେ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.