ଜୁକରବର୍ଗ କହିଲେ ୨୦୨୪ରେ ବିଜେପି ଭାରତରେ ନିର୍ବାଚନ ହାରିଛି, ଅଶ୍ୱିନୀ ବୈଷ୍ଣବ ଶୁଣାଇ ଦେଲେ କଡ଼ା କଥା

ୱାଶିଂଟନ/ନୂଆଦିଲ୍ଲୀ,୧୩ା୧: ସୋମବାର  କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମେଟା ସିଇଓ ମାର୍କ ଜୁକରବର୍ଗଙ୍କ ଦାବିକୁ କଡ଼ା ସମାଲୋଚନା କରିଛନ୍ତି। ମାର୍କ ଜୁକରବର୍ଗ ଦାବି କରିଛନ୍ତି ଯେ, ଭାରତର ବର୍ତ୍ତମାନର ଦଳ (ବିଜେପି) ସମସ୍ତ ପ୍ରମୁଖ ନିର୍ବାଚନରେ ​​ହାରିଛି।  ଜୁକରବର୍ଗଙ୍କ ଦାବିକୁ ଭୁଲ ତଥ୍ୟ ବୋଲି କହି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଜୁକରବର୍ଗଙ୍କ ପରି ଜଣେ କୋଟିପତିଙ୍କୁ ଏପରି ଭୁଲ ତଥ୍ୟ ଦେବା ଅତ୍ୟନ୍ତ ନିରାଶାଜନକ। ସେ କେବଳ ଭାରତ ନୁହେଁ, ଅନ୍ୟ ସମସ୍ତ ଦେଶ ବିଷୟରେ ବି କହିଛନ୍ତି।

ଗତବର୍ଷ ଅର୍ଥାତ୍ ୨୦୨୪ରେ ଅନୁଷ୍ଠିତ ଲୋକସଭା ନିର୍ବାଚନରେ ​​ଭାରତୀୟ ଜନତା ପାର୍ଟି ଜିତିଥିଲା। ବିଜେପି ତୃତୀୟ ଥର ପାଇଁ ସରକାର ଗଠନ କଲା ଏବଂ ନରେନ୍ଦ୍ର ମୋଦୀ ମଧ୍ୟ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଛନ୍ତି, କିନ୍ତୁ ମେଟା ସିଇଓ ପୋଡକାଷ୍ଟର ଜୋ ରୋଗାନଙ୍କ ଶୋ’ରେ କହିଛନ୍ତି ଯେ, ଭାରତ ସମେତ ସମସ୍ତ ଦେଶରେ ବର୍ତ୍ତମାନର ସରକାର ପ୍ରତ୍ୟେକ ପ୍ରମୁଖ ନିର୍ବାଚନରେ ​​ହାରିଛନ୍ତି।

ମାର୍କ ଜୁକରବର୍ଗ ଆଉ କ’ଣ କହିଥିଲେ?

ମାର୍କ ଜୁକରବର୍ଗ କୁହନ୍ତି, ୨୦୨୪ ସମଗ୍ର ବିଶ୍ୱରେ ଏକ ବଡ଼ ପ୍ରଶ୍ନ ଥିଲା। ଭାରତ ଭଳି ଅନ୍ୟ ଦେଶରେ ପ୍ରମୁଖ ଦଳ ନିର୍ବାଚନରେ ​​ହାରିଗଲେ। ଅର୍ଥାତ୍ ପ୍ରତ୍ୟେକ ଶାସକ ଦଳ ନିର୍ବାଚନରେ ​​ହାରିଯାଇଛନ୍ତି। ବିଶ୍ୱ ସ୍ତରରେ କିଛି ଘଟିଛି।ଅର୍ଥନୈତିକ ନୀତି ହେଉ କିମ୍ବା କରୋନା ହେଉ। ଏହାର ପ୍ରଭାବ ସର୍ବଭାରତୀୟ ସ୍ତରରେ ଦେଖାଯାଇଛି। ଏହାଦ୍ୱାରା ଶାସକ ଦଳର ଲୋକଙ୍କ ମଧ୍ୟରେ ବିଶ୍ୱାସ ନଷ୍ଟ ହୋଇଯାଇଛି।

ଜୁକରବର୍ଗଙ୍କ ମନ୍ତବ୍ୟ ଉପରେ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରତିକ୍ରିୟା

ମାର୍କ ଜୁକରବର୍ଗଙ୍କ ଉତ୍ତରରେ କେନ୍ଦ୍ରମନ୍ତ୍ରୀ ସ୍ପଷ୍ଟ ଭାବେ କହିଛନ୍ତି ଯେ ମୋଦୀଙ୍କ ନେତୃତ୍ୱାଧୀନ ଏନଡିଏ ଉପରେ ଭାରତବାସୀ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି। ୨୦୨୪ରେ ଭାରତରେ ନିର୍ବାଚନ ଲଢ଼େଇ ହୋଇଥିଲା ଯେଉଁଥିରେ ୬୪୦ ନିୟୁତ ଲୋକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏନଡିଏ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରିଥିଲେ। ମାର୍କ ଜୁକରବର୍ଗଙ୍କ ଦାବି ଯେ,୨୦୨୪ ମସିହାରେ ଭାରତ ସମେତ ବର୍ତ୍ତମାନର ଅଧିକାଂଶ ସରକାର କୋଭିଡ କାରଣରୁ ପରାସ୍ତ ହୋଇଥିଲେ, ଯାହା ପ୍ରକୃତରେ ଭୁଲ।

 

, ଲଢ଼େଇ, ଅଶ୍ୱିନୀ ୬୪୦