fbpx

କୋଭିଡ୍ ସଂକ୍ରମଣ ଚେନ୍‌ ଭାଙ୍ଗିବାକୁ ରେଳ ବିଭାଗର ସ୍ୱତନ୍ତ୍ର ବ୍ୟବସ୍ଥା: ୩୧ ପର୍ଯ୍ୟନ୍ତ ୧୨ ଟ୍ରେନ୍‌ ବାତିଲ୍‌

ଭୁବନେଶ୍ୱର (ଭାସ୍କର ନ୍ୟୁଜ) : କୋଭିଡ୧୯ ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବା ଏବଂ କୋଭିଡ୧୯ ମହାମାରୀ ସମୟରେ ଟ୍ରେନର ଖରାପ ପୃଷ୍ଠପୋଷକତାକୁ ଦୃଷ୍ଟିରେ ରଖି ୧୨ଟି ସ୍ୱତନ୍ତ୍ର ଟ୍ରେନ୍‌ ବାତିଲ୍‌ କରିବାକୁ ନିଷ୍ପତି ନିଆଯାଇଛି । ୦୮୪୩୨/୦୮୪୩୧ ପୁରୀ-କଟକ-ପୁରୀ ବିଶେଷ ଟ୍ରେନ, ୦୮୪୯୩/୦୮୪୯୪ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ବିଶେଷ ଟ୍ରେନ , ୦୮୪୧୨/୦୮୪୧୧ ଭୁବନେଶ୍ୱରଭଦ ଭଦ୍ରକ-ଭୁବନେଶ୍ୱର ବିଶେଷ ଟ୍ରେନ , ୦୮୪୩୮/୦୮୪୩୭ କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ , ୦୮୪୬୧/୦୮୪୬୨ କଟକ-ପାରାଦୀପ-କଟକ ବିଶେଷ ଟ୍ରେନ ଓ ୦୮୪୫୪/୦୮୪୫୩ କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ ୨୩ ରୁ ୩୧ ଅଗଷ୍ଟ, ୨୦୨୧ ପର୍ଯ୍ୟନ୍ତ ବାତିଲ ରହିବ ।

ସେହିପରି ୦୮୪୨୮/ ୦୮୪୨୭ ପୁରୀ-ଅନୁଗୁଳ-ପୁରୀ ବିଶେଷ ଟ୍ରେନ , ୦୮୪୩୩/୦୮୪୩୪ ଭୁବନେଶ୍ୱର- ପାଲାସା-ଭୁବନେଶ୍ୱର ବିଶେଷ ଟ୍ରେନ , ୦୨୮୯୨/୦୨୮୯୧ ଭୁବନେଶ୍ୱର ବାଙ୍ଗିରିପୋସି-ଭୁବନେଶ୍ୱର ବିଶେଷ ଟ୍ରେନ , ୦୮୪୫୬/୦୮୪୫୫ ଭୁବନେଶ୍ୱରକେ ନ୍ଦୁଝରଗଡ଼-ଭୁବନେଶ୍ୱର ବିଶେଷ ଟ୍ରେନ . ୦୮୪୧୪/୦୮୪୧୩ ପୁରୀ-ପାରାଦୀପ- ପୁରୀ ବିଶେଷ ଟ୍ରେନ ଓ ୦୮୪୧୪/ ୦୮୪୧୩ ପୁରୀ-ଗୁଣୁପୁର-ପୁରୀ ବିଶେଷ ଟ୍ରେନ ୨୮ ରୁ ୩୦ ଅଗଷ୍ଟ, ୨୦୨୧ ପର୍ଯ୍ୟନ୍ତ ବାତିଲ ରହିବ । ୦୮୪୨୮/୦୮୪୨୭ ପୁରୀ-ଅନୁଗୁଳ-ପୁରୀ ବିଶେଷ ଟ୍ରେନ ଉଭୟ ଦିଗରୁ ୨୩ ରୁ ୨୭ ତାରିଖ ଏବଂ ୩୧ ଅଗଷ୍ଟ ୨୦୨୧ ଦିନ ତାଳଚେର ଓ ଅନୁଗୁଳ ମଧ୍ୟରେ ବାତିଲ୍‌ ରହିବ ଏବଂ ଉଭୟ ଦିଗରୁ ତାଳଚେର ଏବଂ ପୁରୀ ମଧ୍ୟରେ ଚଳାଚଳ କରିବ ।

ଅପରପକ୍ଷରେ ୦୮୪୫୬/୦୮୪୫୫ ଭୁବନେଶ୍ୱର-କେନ୍ଦୁଝରଗଡ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍‌ ୨୩ ରୁ ୨୭ ତାରିଖ ଏବଂ ୩୧ ଅଗଷ୍ଟ ୨୦୨୧ ରେ ଉଭୟ ଦିଗରୁ ପୁନ ପ୍ରଚଳନ କରିବାକୁ ନିଷ୍ପତି ନିଆଯାଇଛି । କୋଭିଡ୍‌ ପାଇଁ ଏହି ସ୍ୱତନ୍ତ୍ର ଟ୍ରେନ୍‌ ସେବାକୁ ହ୍ରାସ କରାଯାଇଥିଲା । ସେହି ରି କୋଭିଡ୍‌ ୧୯ ପାଇଁ ପ୍ରତିଷେଧକ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଲକଡାଉନ୍‌ ବଳବତର ଥିବା ପର୍ଯ୍ୟନ୍ତ ଯାତ୍ରୀ ସଂରକ୍ଷଣ ପ୍ରଣାଳୀ କେନ୍ଦ୍ର ଗୁଡିକୁ ରାତ୍ରି ୮ ଘଟିକା ପର୍ଯ୍ୟନ୍ତ ଖୋଲା ରଖିବାକୁ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତି ନିଆଯାଇଛି ।

Get real time updates directly on you device, subscribe now.