କାରକୁ ଧକ୍କା ଦେଲା ହାଇୱା… ଘଟଣାସ୍ଥଳରେ ଟଳିପଡ଼ିଲେ ଗୋଶାଳା ମଣ୍ଡଳ ବିଜେପି ସଭାପତି ଓ ପୂର୍ବତନ ସରପଞ୍ଚ

ସମ୍ବଲପୁର: କାର୍-ହାଇୱା ଧକ୍କାରେ ୨ ବିଜେପି କର୍ମୀଙ୍କ ମୃତ୍ୟୁ ଘଟିଛି । ବରଗଡ଼ ଜାତୀୟ ରାଜପଥ କଣ୍ଟାପାଲି ଓଭରବ୍ରିଜ ନିକଟରେ ଦୁର୍ଘଟଣା ଘଟିଯାଇଛି ।

ଗୋଶାଳା ମଣ୍ଡଳ ବିଜେପି ସଭାପତିଙ୍କ ସହ ପୂର୍ବତନ ସରପଞ୍ଚଙ୍କ ମୃତ୍ୟୁ ହୋଇଥିବା ସୂଚନା । ଭୁବନେଶ୍ୱରରୁ ଘରକୁ ଫେରୁଥିବାବେଳେ କାରକୁ ଧକ୍କା ଦେଇଥିଲା ହାଇୱା ।

ରାଜନୈତିକ ଶତ୍ରୁତା ରଖି ହତ୍ୟା କରାଯାଇଥାଇପାରେ ବୋଲି ସନ୍ଦେହ କରାଯାଉଥିବାବେଳେ ଘଟଣା ସ୍ପଷ୍ଟ ହୋଇନାହିଁ ।

ହାଇୱା ଡ୍ରାଇଭରଙ୍କୁ ଅଟକ ରଖି ସ୍ଥାନୀୟ ପୋଲିସ ପଚରା ଉଚରା କରୁଛି । ଘଟଣାର ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଖୁବଶୀଘ୍ର ଜଣାପଡ଼ିବ ବୋଲି କହିଛନ୍ତି ଥାନା ଅଧିକାରୀ ।