fbpx

ଭାରତୀୟ ରିଜର୍ଭ ବ୍ୟାଙ୍କ ନିଯୁକ୍ତି: ୨୫ ପ୍ରକାର ପଦ ପାଇଁ ବାହାରିଲା ଚାକିରି

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଆସିଛି ଏକ ବଢ଼ିଆ ନିଯୁକ୍ତି ସୁଯୋଗ । ଡାଟା ଆନାଲିଟିକ୍ସ, ଆଇଟି ସିକ୍ୟୁରିଟି ଆଡମିନିଷ୍ଟ୍ରେସନ, ଆପ୍ଲାଏଡ ମାଥମେଟିକ୍ସ, କ୍ରେଡିଟ ରିସ୍କ ଆନାଲିଟିକ୍ସ, ମାର୍କେଟ ରିସ୍କ ଆନାଲିଟିକ୍ସ, ଷ୍ଟ୍ରେସ ଟେଷ୍ଟିଂ, ଫୋରେକ୍ସ ଆଣ୍ଡ ଟ୍ରେଡ ଫାଇନାନ୍ସ, ଆକାଉଣ୍ଟିଂ ହବ, ଟ୍ୟାକ୍ସାସନ ଆଣ୍ଡ ଆକାଉଣ୍ଟିଂ ମ୍ୟାଟର୍ସ, ବ୍ୟାଙ୍କ ଆନାଲିଷ୍ଟ, ଲିଗାଲ, ଆଇଟି ସିଷ୍ଟମସ ଆଣ୍ଡ ଡିଜିଟାଲ ପେମେଣ୍ଟସ ଆଦି ବିଭାଗରେ ବହୁ ପଦ ଖାଲି ରହିଛି ।

ପ୍ରତ୍ୟେକ ପଦ ପାଇଁ ସର୍ବନିମ୍ନ ଓ ସର୍ବାଧିକ ଶିକ୍ଷାଗତ ଯୋଗ୍ୟତା ଏବଂ ବୟସ ଯୋଗ୍ୟତା ଅଲଗା ଅଲଗା ରହିଛି । ଡାଟା ସାଇଣ୍ଟିଷ୍ଟ, ଡାଟା ଇଞ୍ଜିନିୟର, ଆଇଟି ସିକ୍ୟୁରିଟି ଏକ୍ସପର୍ଟ, ନେଟୱାର୍କ ଆଡମିନିଷ୍ଟ୍ରେଟର, ଆଇଟି ପ୍ରୋଜେକ୍ଟ ଆଡମିନିଷ୍ଟ୍ରେଟର, ଅର୍ଥନୀତିଜ୍ଞ, ଡାଟା ଆନାଲିଷ୍ଟ, ଡାଟା ଆନାଲିଷ୍ଟ, ଆନାଲିଷ୍ଟ (କ୍ରେଡିଟ ରିସ୍କ), ଆନାଲିଷ୍ଟ (ମାର୍କେଟ ରିସ୍କ), ସିନିୟର ଆନାଲିଷ୍ଟ (କ୍ରେଡିଟ ରିସ୍କ), କନସଲଟାଣ୍ଟ- ଆକାଉଣ୍ଟିଂ, ଲେଗାଲ କନସଲଟାଣ୍ଟ ଆଦି ପଦରେ ନିଯୁକ୍ତି ଦିଆଯିବ ।

ଜୁଲାଇ ମାସ ୧୧ ତାରିଖ ସନ୍ଧ୍ୟା ୬ଟା ସୁଦ୍ଧା ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ । ଅନୁସୂଚିତ ଜାତି (ଏସସି) / ଅନୁସୂଚିତ ଜନଜାତି (ଏସଟି) / ପିଡବ୍ଲ୍ୟୁବିଡି ବର୍ଗର ପ୍ରାର୍ଥୀଙ୍କୁ ଆବେଦନ ଫିସ୍ ବାବଦରେ ୧୦୦ ଟଙ୍କା ସହିତ ୧୮ ପ୍ରତିଶତ ଜିଏସଟି ଚାର୍ଜ ଦେବାକୁ ପଡ଼ିବ । ଜେନେରାଲ / ଓବିସି / ଇଡବ୍ଲ୍ୟୁଏସ ପ୍ରାର୍ଥୀଙ୍କୁ ୬୦୦ ଟଙ୍କା ସହିତ ୧୮ ପ୍ରତିଶତ ଜିଏସଟି ଦେବାକୁପଡ଼ିବ । ଷ୍ଟାଫଙ୍କ କ୍ଷେତ୍ରରେ ଏହି ଫିସ୍ ଛାଡ଼ କରାଯାଇଛି ।

ଅନଲାଇନ୍ ଆବେଦନ ଲିଙ୍କ: https://ibpsonline.ibps.in/rbicsamay23/

ନୋଟିଫିକେସନ ଲିଙ୍କ: https://opportunities.rbi.org.in/scripts/bs_viewcontent.aspx?Id=4277

ୱେବସାଇଟ୍ ଲିଙ୍କ: https://www.rbi.org.in/

Get real time updates directly on you device, subscribe now.