fbpx

ଏକାସାଥୀରେ ଜନ୍ମ ନେଇଥିଲେ ୪ ଶିଶୁ; ଆଖି ବୁଜିଲେଣି ୩, ଜଣେ AIIMSରେ ସ୍ଥାନାନ୍ତର

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଏସସିବିରେ ଏକାସାଙ୍ଗରେ ଜନ୍ମ ନେଇଥିବା ୪ ଶିଶୁଙ୍କ ମଧ୍ୟରୁ ୩ ଜଣଙ୍କର ପରଲୋକ ଘଟିଥିବା ବେଳେ ଆଜି ବାକି ଜଣକୁ ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଅଭିନେତା ସବ୍ୟସାଚୀଙ୍କ ପ୍ରଚେଷ୍ଟାରେ ଭଞ୍ଜନଗର-ଶରଣକୂଳ ଗ୍ରାମର ମହିଳା ଛବି ନାୟକ ଏହି ୪ ଶିଶୁଙ୍କୁ ଜନ୍ମ ଦେଇଥିଲେ । ସ୍ତ୍ରୀ ଓ ପ୍ରସୂତି ବିଭାଗ ମୁଖ୍ୟ ତୁଷାର କରଙ୍କ ନେତୃତ୍ୱରେ ଏକ ଟିମ୍ ଏହି ପ୍ରସବ କରାଇଥିଲେ । ଜନ୍ମ ପରେ ୪ ଶିଶୁଙ୍କ ଅବସ୍ଥା ଠିକ ରହିନଥିଲା । ଜନ୍ମର ଏକ ଦିନ ମଧ୍ୟରେ ଦୁଇ ଶିଶୁଙ୍କ ମୃତ୍ୟୁ ଘଟିଥିଲା ।

ତୃତୀୟ ଶିଶୁଟି ବୁଧବାର ପ୍ରାଣ ହରାଇବା ପରେ ଏସସିବିରୁ ଭୁବନେଶ୍ୱର ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)କୁ ସ୍ଥାନାନ୍ତର କରାଯାଇଛି । ମାତ୍ର ୩ ଦିନର ଏହି ଶିଶୁ କନ୍ୟାକୁ ଏସସିବିରୁ ଗ୍ରୀନ କରିଡର ଜରିଆରେ ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ମାତ୍ର ୨୦ ମିନିଟ ମଧ୍ୟରେ ଶିଶୁଟିକୁ ସ୍ଥାନାନ୍ତର କରାଯାଇଥିଲା ।

Get real time updates directly on you device, subscribe now.