fbpx

ନବରଙ୍ଗପୁରରେ କାହିଁକି ଏକାଠି ଝୁଲିପଡିଥିଲେ ୩ ଯୁବତୀ? ଘଟଣା ଉପରୁ ଉଠିଲା ପରଦା

Advertisement

ନବରଙ୍ଗପୁର(ଓଡ଼ିଶା ଭାସ୍କର): ନବରଙ୍ଗପୁରରେ ଗତ ୧୦ ତାରିଖରେ ଘଟିଥିଲା ଏକ ଅଭାବନୀୟ ଘଟଣା । ଏକାସାଙ୍ଗା ୩ ଯୁବତୀ କରିଥିଲେ ଗଣଆତ୍ମହତ୍ୟା । ଘଟଣାର କାରଣ ଜଣାପଡିନଥିବା ବେଳେ ଏହା ଉପରୁ ଉଠିଛି ପରଦା । ମିଳିଥିବା ସୂଚନା ଅନୁସାରେ, କଳସ ଶୋଭାଯାତ୍ରାରେ ଯୋଗ ଦେବା ପାଇଁ ଚାହିଁଥିରେ ୩ ବାନ୍ଧବୀ । କଳସଯାତ୍ରାରେ ଯିବାକୁ ସାଜସଜ୍ଜା
ହୋଇଥିବା ବେଳେ ପରିବାର ଲୋକ ଯିବା ପାଇଁ ମନା କରିଥିଲେ ।

ଏହାକୁ ନେଇ ତିନି ଜଣଙ୍କର ପରିବାର ଲୋକଙ୍କ ସହ ପାଟିତୁଣ୍ଡ ମଧ୍ୟ ହୋଇଥିଲା । କିନ୍ତୁ କଳସ ଯାତ୍ରା ଯିବା ପାଇଁ ପରିବାର ଲୋକେ ରୋକଠୋକ୍ ମନା କରିଦେଇଥିଲେ । ପରିବାର ଲୋକେ ମନା କରିବାରୁ ସେମାନେ ଗଛରେ ଝୁଲି ପଡ଼ିବାକୁ ନିଷ୍ପତ୍ତି ନେଇଥିଲେ । ସେମାନେ ଉମରକୋଟରେ ହେଉଥିବା କଳସ ଶୋଭାଯାତ୍ରାରେ ଯୋଗ ଦେବାକୁ ଇଚ୍ଛା କରିଥିଲେ । ଗତ ୧୦ ତାରିଖ ରାତିରେ ହିଁ ୩ ଯୁବତୀ ଏକାସାଙ୍ଗରେ ଆତ୍ମହତ୍ୟା କରିଥିଲେ । ଏବେବି ସ୍ଥାନୀୟ ପୋଲିସ ଘଟଣାରେ ତଦନ୍ତ ଜାରି ରଖିଛି ।

ତେବେ ତିନି ଜଣ ଅଧିକାଂଶ ସମୟରେ ସ୍କୁଟିରେ ବୁଲାବୁଲି କରନ୍ତି । କିନ୍ତୁ ପରିବାର ଲୋକେ ଏମାନଙ୍କୁ ବାରମ୍ବାର ତାଗିଦ ମଧ୍ୟ କରନ୍ତି । ମୃତକମାନେ ହେଲେ ଗାଁର ହେମଲତା ଗୌଡ଼, କୌଶଲ୍ୟା ମାଝୀ ଓ ଫୁଲମତି ମାଝୀ । ଏହି ୩ ଯୁବତୀ ଗାଁ ନିକଟ ଜଙ୍ଗଲ ଆଡ଼କୁ ଯାଉଛନ୍ତି ବୋଲି ଘରେ କହିଥିଲେ। ହେଲେ ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ପରିବାର ଓ ଗାଁ ଲୋକ ଖୋଜାଖୋଜି କରିଥିଲେ । ପରେ ଜଙ୍ଗଲ ଭିତରେ ଏମାନଙ୍କ ମୃତଦେହ ଗୋଟିଏ ଗଛରେ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.