fbpx

ବଡ଼ ଖବର: ସମୁଦ୍ର ମଧ୍ୟରେ ଓଲଟିଲା ଡଙ୍ଗା, ୩୫ ଜଣ ଯାତ୍ରୀଙ୍କର ମୃତ୍ୟୁ!

Advertisement

ନୂଆଦିଲ୍ଲୀ: ଦୁର୍ଘଟଣା ସର୍ବଦା ଅଚାନକ ଆସିଥାଏ, ଆଉ ତାକୁ ରୋକିବାର ଶକ୍ତି କାହାର ନଥାଏ । ସମୁଦ୍ରରେ କୌଣସି ସମୟରେ ଦୁର୍ଘଟଣା ଘଟିଲେ ସେ କ୍ଷେତ୍ରରେ ଯାତ୍ରୀଙ୍କର ବଞ୍ଚିବାର ଆଶା ବହୁତ କମ୍ ଥାଏ । ଏହା ମଧ୍ୟରେ ଏକ ବଡ଼ ଖବର ସ୍ପେନରୁ ଆସିଛି । ଡଙ୍ଗା ବୁଡ଼ିଯିବା ଫଳରେ ୩୫ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି । ଉକ୍ତ ଡଙ୍ଗାରେ ମୋଟ ୫୯ ଜଣ ଯାତ୍ରୀ ଯାତ୍ରା କରୁଥିବା ବେଳେ ଏହି ଅଘଟଣ ଘଟିଥିଲା ।

ସୂଚନା ମୁତାବକ, ସ୍ପେନର କ୍ୟାନରୀ ଦ୍ୱୀପ ଦେଇ ପ୍ରବାସୀମାନେ ଆସୁଥିଲେ । ଦୁର୍ଭାଗ୍ୟବଶତଃ ଡଙ୍ଗାଟି ମରକୋ ଉପକୂଳଠାରୁ କିଛି ଦୂରରେ ଥିବା ଉବଡ଼-ଖାବଡ଼ ସମୁଦ୍ରରେ ଓଲଟି ପଡ଼ିଥିଲା । ଫଳରେ ଏହି ବୋଟ ଦୁର୍ଘଟଣାରେ ଅତିକମରେ ୩୫ ଜଣ ପ୍ରବାସୀଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି । ମୃତଙ୍କ ମଧ୍ୟରେ କିଛି ମହିଳା ଓ ଶିଶୁ ରହିଥିବା କୁହାଯାଉଛି । ୟୁରୋପର ବିପଜ୍ଜନକ ଯାତ୍ରା ପାଇଁ ଲୋକମାନେ ନିଜ ଜୀବନକୁ ବାଜିରେ ଲଗାଉଥିବା ଦେଖାଯାଉଛି । ଅନେକ ଲୋକ ନିଜ ଦେଶରେ ଲାଗିଥିବା ଯୁଦ୍ଧ, ଉତ୍ପୀଡ଼ନ, ଗରିବ କାରଣରୁ ଦେଶ ଛାଡ଼ି ପଳାୟନ କରୁଥିବା ଦେଖାଯାଉଛି ।

ଏହା ମଧ୍ୟରେ ମଧ୍ୟ ଏକ ବଡ଼ ବୋଟ ଟ୍ରାଜେଡ଼ି ସାମ୍ନାକୁ ଆସିଥିଲା । ଗତ ୧୬ ତାରିଖରେ ଭୂମଧ୍ୟ ସାଗରରେ ଡଙ୍ଗା ବୁଡ଼ି କାରଣରୁ ୫୦୦ରୁ ଅଧିକ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା । ଭୂମଧ୍ୟ ସାଗର ଜଳପଥ ଡେଥ ଜୋନ ପାଲଟିଥିବା ବେଳେ ଏହି ପଥ ଦେଇ ଅନେକ ସମୟରେ ବେଆଇନ ଭାବେ ମାନବ ଚାଲାଣ କରାଯାଇଥାଏ । ୭୫୦ ଜଣ ଯାତ୍ରୀଙ୍କୁ ନେଇ ଲିବ୍ୟାରୁ ଇଟାଲି ଯିବା ସମୟରେ ଏହି ବୋଟ୍ ଦୁର୍ଘଟଣା ଘଟିଥିଲା ।

Get real time updates directly on you device, subscribe now.