fbpx

୪ବର୍ଷ ପରେ ଘରକୁ ବାହୁଡ଼ିଲେ ମୁକୁଲ, ଟିଏମ୍‌ସିକୁ ହେଲେ ସାମିଲ: ଦିଦି କହିଲେ ମୁକୁଲ ଆମ ସହ ଗଦ୍ଦାରି କରି ନାହାନ୍ତି.. ଗଦ୍ଦାରି କରିଥିବା ଲୋକଙ୍କ ପାଇଁ ଦଳରେ ସ୍ଥାନ ନାହିଁ

Advertisement

କୋଲକାତା (ଓଡ଼ିଶା ଭାସ୍କର) : ବିଜେପିର  ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମୁକୁଲ ରୟ ଶୁକ୍ରବାର ୪ ବର୍ଷ ପରେ ପୁଣି ଟିଏମ୍‌ସିକୁ ଫେରିଛନ୍ତି । ମୁକୁଲ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ତୃଣମୂଳ କଂଗ୍ରେସ ମୁଖ୍ୟାଳୟରେ ପାର୍ଟି ସଦସ୍ୟତାଗ୍ରହଣ କରିଛନ୍ତି । ଏହି ଅବସରରେ ମମତା କହିଛନ୍ତି, ମୁକୁଲ ଆମ ଘରର ସଦସ୍ୟ। ସେ ନିଜ ଘରକୁ ଫେରିଛନ୍ତି । ମୁଁ ତାଙ୍କ ଅଭିନନ୍ଦନ କରୁଛି । ଏହି ସମୟରେ ମମତା ବାନାର୍ଜୀ କହିଛନ୍ତି, ମୁକୁଲ ଆମ ସହ ଗଦ୍ଦାରି କରି ନାହାନ୍ତି । ଯେଉଁ ଲୋକେ ଗଦ୍ଦାରି କରିଛନ୍ତି, ସେମାନଙ୍କୁ ଦଳରେ ସ୍ଥାନ ନାହିଁ ।

ତୃଣମୂଳ କଂଗ୍ରେସର ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁକୁଲ ରୟ କହିଛନ୍ତି, ଟିଏମସିକୁ ଫେରି ମୁଁ ବହୁତ ଖୁସି । ବିଜେପିରୁ ବାହାରି ନିଜ ଲୋକ ଏବଂ ପୁରୁଣା ଲୋକଙ୍କୁ ଭେଟି ମୁଁ ବହୁତ ସନ୍ତୁଷ୍ଟ । ମୁଁ ବିଜେପିରେ କାମ କରି ପାରିଲି ନାହିଁ । ଏଥିାଇଁ ନିଜ ପୁରୁଣା ଘରକୁ ଫେରି ଆସିଛି । ଏ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ପୂର୍ବରୁ ସେ ଦଳରେ ଯେଉଁ ଭୂମିକା ନିଭାଉଥିଲେ, ଆଗାମୀ ଦିନରେ ମଧ୍ୟ ସେହି ଭୂମିକା ନିର୍ବାହ କରିବେ ।

Get real time updates directly on you device, subscribe now.