fbpx

ଲସି ପିଇ ୬୦ରୁ ଅଧିକ ଗୁରୁତର

ମାଲକାନଗିରି, ୧ା୫ (ଓଡିଶା ଭାସ୍କର): ରାଜ୍ୟବାସୀ କରୋନାକୁ ନେଇ ଆଶଙ୍କା ମଧ୍ୟରେ ରହିଥିବା ବେଳେ ଆଉ ଏକ ଭୟଙ୍କର ଘଟଣା ସାମନାକୁ ଆସିଛି । ମାଲକାନଗିରି ଜିଲ୍ଲାରେ ଲସି ପିଇ ୬୦ରୁ ଅଧିକ ଗୁରୁତର ହୋଇଛନ୍ତି । ଜିଲ୍ଲାର କାଲଦା ପଞ୍ଚାୟତରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି । ନିକଟସ୍ଥ ବିଭିନ୍ନ ଗ୍ରାମର ଲୋକମାନେ କୁର୍ତ୍ତି ହାଟରୁ ଲସି ପିଇବା ପରେ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଥିଲା । ଅସୁସ୍ଥଙ୍କ ମଧ୍ୟରେ କିଛି ଛୋଟ ପିଲା ରହିଥିବା ଜଣାପଡ଼ିଛି । ସମସ୍ତ ଗୁରୁତରଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.