fbpx

୨୩,୦୦୦ ଟଙ୍କା କଟିବ ବାଇକ ଚାଲାଣ, ଆଗରୁ ଜାଣିନିଅନ୍ତୁ ନୂଆ ଟ୍ରାଫିକ୍ ନିୟମ

ନୂଆଦିଲ୍ଲୀ: ରାସ୍ତା ଉପରେ ଗାଡ଼ି ଡ୍ରାଇଭ କରିବା ଉପରେ ଅନେକ ନିୟମ ରହିଛି, ଯାହା ଆମ ସୁରକ୍ଷା ପାଇଁ ରହିଛି । ଏହି ନିୟମର ଉଲ୍ଲଙ୍ଘନ କରିବା ଦ୍ୱାରା ଆମେ ନିଜ ସହିତ ଅନ୍ୟମାନଙ୍କୁ ବି ବିପଦ ମୁହଁକୁ ଠେଲୁଛୁ । ଏଥିପାଇଁ ସାବଧାନରେ ବାଇକ ଚଳାଇବାକୁ କୁହାଯାଉଛି, ନଚେତ୍ ଟ୍ରାଫିକ୍ ନିୟମ ଭାଙ୍ଗିବା ଅଭିଯୋଗରେ ଅଧିକ ଜୋରିମାନା ଦେବାକୁ ପଡିପାରେ । ଯଦି ଆପଣ ଟ୍ରାଫିକ ନିୟମ ପାଳନ ନକରନ୍ତି, ତେବେ ନୂଆ ଟ୍ରାଫିକ୍ ନିୟମ ଅନୁସାରେ ଗୋଟିଏ ସ୍କୁଟି ଉପରେ ୨୩,୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଲାଗିପାରେ ।

ତେବେ ଆପଣଙ୍କୁ ଡ୍ରାଇଭିଂ ଲାଇସେନ୍ସ ବିନା ସ୍କୁଟି ଚଳାଇବା ପାଇଁ ୫୦୦୦ ଟଙ୍କା ଜରିମାନା, ରେଜିଷ୍ଟ୍ରେସନ ସାର୍ଟିଫିକେଟ୍ ବା ଆରସି ବିନା ଗାଡ଼ି ଚଳାଇଲେ ୫୦୦୦ ଟଙ୍କା, ବୀମା ବିନା ୨୦୦୦ ଟଙ୍କା, ବାୟୁ ପ୍ରଦୂଷଣ ମାନକ ଭାଙ୍ଗିବା ପାଇଁ ୧୦,୦୦୦ ଟଙ୍କା ଜୋରିମାନା ଏବଂ ବିନା ହେଲମେଟରେ ଗାଡି ଚଲାଇବା ଆପଣଙ୍କୁ ୧୦୦୦ ଟଙ୍କା ଜୋରିମାନା ଦେବାକୁ ପଡିବ ।

ନୂଆ ନିୟମ ଲାଗୁ ହେବା ପରେ ଦିଲ୍ଲୀରେ ରହୁଥିବା ଦୀନେଶ ମଦାନଙ୍କର ୨୩ ହଜାର ଟଙ୍କା ଚାଲାଣ କାଟିଥିଲା ଗୁରୁଗ୍ରାମ ପୋଲିସ । ଚାଲାଣ ରସିଦ ହିସାବରେ, ବିନା ଡ୍ରାଇଭିଂ ଲାଇସେନ୍ସ, ଆରସି, ଥାର୍ଡ ପାର୍ଟି ଇନସ୍ୟୁରାନ୍ସ, ପ୍ରଦୂଷଣ ଓ ହେଲମେଟ ବିନା ଗାଡ଼ି ଚଳାଇବା ପାଇଁ ଦୀନେଶ ମଦନଙ୍କ ଉପରେ୨୩ ହଜାର ଟଙ୍କାର ଚାଲାଣ କଟାଯାଇଛି ।

Get real time updates directly on you device, subscribe now.